Posted inପୁରୀ

ରାଜ୍ୟ ବାହାର ଶ୍ରମିକ, ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ନିମାପଡ଼ା,୨।୪(ଡି.ଏନ.ଏ.): ଲକଡାଉନ ଘୋଷଣା ପରେ ନିମାପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଫସିଥିବା ରାଜ୍ୟ ବାହାର ୧୪୦ଜଣ ଶ୍ରମିକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ୭ଦିନ ପାଇଁ ଚାଉଳ, ଡାଲି, ତେଲ, ପନିପରିବା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସେହିପରି ଗଡ଼ପଦନପୁର, ସିଲଙ୍ଗ, ଅଲଣ୍ଡା, ନୂଆସନ୍ତ, ବାମନାଳ, ବାହାରେଣା, କୋଟକୋସାଙ୍ଗ ଆଦି ୭ଟି ପଞ୍ଚାୟତରେ ଥିବା ଗରିବ, ନିରାଶ୍ରୟ, ମାନସିକବିକାରଗ୍ରସ୍ତ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ବିଡିଓ ମନୋଜ କୁମାର ବେହେରା କହିଛନ୍ତି। ବ୍ଲକ କର୍ମଚାରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଅଙ୍ଗନଓ୍ବାଡି କର୍ମୀମାନଙ୍କ ସହାୟତାରେ ଅନ୍ୟ ଜାଗାରେ ରହିଥିବା ବାହାର ରାଜ୍ୟର ଶ୍ରମିକ, ଦିନମଜୁରିଆ, ଗରିବମାନଙ୍କୁ ଗ୍ରସେରି ସାମଗ୍ରୀ, ପନିପରିବା, ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଏହାସହ ଶ୍ରମିକମାନେ ରହିବା ପାଇଁ ବିଭିନ୍ନ ବିଦ୍ୟାଳୟ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ଅଙ୍ଗନଓ୍ବାଡି ଗୃହ ଆଦିରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିତ୍ବା ବିଡିଓ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଘଣ୍ଟା ପରେ ବିନା ପିପିଇ କିଟ୍‌ରେ ହସ୍ପିଟାଲ ଗଲେ

ପୁରୀ ଅଫିସ,୨୭ା୮: କରୋନା ଆକ୍ରାନ୍ତଙ୍କୁ ପୁରୀରେ ମିଳିଲାନି ପ୍ରଶାସନିକ ସହଯୋଗ। ଘରଠାରୁ ମାତ୍ର ୩ଶହ ମିଟର ଦୂରରେ କୋଭିଡ୍‌ ହସ୍ପିଟାଲ ଥିଲେ ସୁଦ୍ଧା ସେଠାରେ ପହଞ୍ଚତ୍ବାକୁ...

ବେଆଇନ ଶ୍ମଶାନ ଚୁଲା, ମହିଳା ସମିତି ଘର ନିର୍ମାଣ

କୋଣାର୍କ,୧୮ା୯(ଡି.ଏନ୍‌.ଏ): କୋଣାର୍କ ଥାନା ଅଧୀନ ଅବଦାନ ପଞ୍ଚାୟତର ଏକ ଗୋଚର ଜମିରେ ଶ୍ମଶାନ ଚୁଲା ଓ ଗୋରୁ ପୋତା ହେଉଥିବା ଏକ ଜମିରେ ମହିଳା ସମିତି...

ପୁରୀରେ ପର୍ଯ୍ୟଟକ ଦମ୍ପତିଙ୍କୁ ମାଡ଼

ପୁରୀ ଅଫିସ,୨।୨: ପଶ୍ଚିମବଙ୍ଗରୁ ପୁରୀ ଆସିଥିବା ପର୍ଯ୍ୟଟକ ଦମ୍ପତିଙ୍କୁ ସୋମବାର ମାଡ଼ ମରାଯାଇଛି। ଏ ନେଇ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଏହି...

ବେଳାଭୂମି ସଫେଇ ସହ ସ୍ବଚ୍ଛତା ବାର୍ତ୍ତା ଦେଲେ ଆଇନଜୀବୀ

ପୁରୀ ଅଫିସ,୧୦ା୮: ପୁରୀ ଜିଲା ପ୍ରଶାସନ ପକ୍ଷରୁ ବେଳାଭୂମି ସ୍ବଚ୍ଛତା ପାଇଁ ଚାଲିଛି ‘ମୋ ବିଚ୍‌’ ଅଭିଯାନ। ଏଥିପ୍ରତି ଜନସାଧାରଣଙ୍କ ସମର୍ଥନ ବଢିବାରେ ଲାଗିଛି। ଶନିବାର...

ଅଲାରନାଥଙ୍କ ପୀଠରେ ୧୪୪ ଧାରା ଜାରି

ବ୍ରହ୍ମଗିରି,୫ା୬(ଡି.ଏନ.ଏ.)- ଅନବସର ଦର୍ଶନ ପାଇଁ ମହାପ୍ରଭୁ ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ପ୍ରଶାସନ ତରଫରୁ ୧୪୪ ଧାରା ଜାରି ହୋଇଛି। ଶୁକ୍ରବାର ଚତୁର୍ଦ୍ଧାମୂତ୍ତିଙ୍କ ମହାସ୍ନାନପରେ ଶ୍ରୀଜୀଉମାନେ ଶୁକ୍ରବାରଠାରୁ...

ପୁରୀରୁ ପୁଣି ୧୬କରୋନା ପଜିଟଭ୍‌ ଚିହ୍ନଟ: ଜିଲାରେ ୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ପୁରୀ ଅଫିସ,୧୮।୬: ପୁରୀ ଜିଲାରୁ ଗୁରୁବାର ପୁଣି ୧୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ଦ୍ବିଶତକ ପାର କରିଛି। ନୂଆ...

ଅଲାରନାଥ ମନ୍ଦିରରେ ଦର୍ଶନ ବନ୍ଦ

ବ୍ରହ୍ମଗିରି,୨୧ା୩(ଡି.ଏନ.ଏ) : କରୋନା ଭୂତାଣୁ ସଂକ୍ରମଣରୁ ରୋକିବା ପାଇଁ ସମସ୍ତଙ୍କୁ ସଚେତନତା କରାଇବା ସହ ବ୍ରହ୍ମଗିରିରେ ଥିବା ମହାପ୍ରଭୁ ଅଲାରନାଥ ମନ୍ଦିରରେ ଦର୍ଶନ ପାଇଁ କଟକଣା...

ଏକାଦଶୀଠାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଶ୍ରୀମନ୍ଦିରର ନୀତିକାନ୍ତି ଚୂଡ଼ାନ୍ତ, ଏଥର ୬ଦିନ ପଞ୍ଚକ

ପୁରୀ ଅଫିସ,୨୫।୧୦: ଶ୍ରୀମନ୍ଦିରରେ ଆଶ୍ବିନ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଚୂଡାନ୍ତ...

Play 250+ Trending Games
Archives

Model This Week

Why Dharitri