Posted inଖେଳ

ରାଜ୍ୟ ଆସୋସିଏଶନ ନିର୍ବାଚନ ପାଇଁ ତାରିଖ ଘୁଞ୍ଚାଇଲା ବିସିସିଆଇ

ମୁମ୍ବାଇ,୬।୯(ପିଟି)- ସୁପ୍ରିମକୋର୍ଟଙ୍କ ଦ୍ୱାରା ବିସିସିଆଇ ପରିଚାଳନା ପାଇଁ ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ଶୁକ୍ରବାର ରାଜ୍ୟ ଶାଖାଗୁଡ଼ିକର ନିର୍ବାଚନ ଶେଷ କରିବାର ଅନ୍ତିମ ତାରିଖକୁ ଦୁଇ ସପ୍ତାହ ଘୁଞ୍ଚାଇ ଦେଇଛି। ଫଳରେ ରାଜ୍ୟ ଆସୋସିଏଶନଗୁଡ଼ିକୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ପାଇଁ ଅଧିକ ସମୟ ମିଳିଛି। ପୂର୍ବରୁ ୧୪ ତାରିଖକୁ ଅନ୍ତିମ ଦିନ ଭାବେ ଧାର୍ଯ୍ୟ କରାଯାଇଥିଲା। ରାଜ୍ୟ ଶାଖାଗୁଡ଼ିକର ନିର୍ବାଚନ ଶେଷ କରିବାର ସମୟସୀମା ୧୪ରୁ ଘୁଞ୍ଚାଇ ୨୮ ତାରିଖ କରାଯାଇଛି ବୋଲି ସିଓଏ ପକ୍ଷରୁ କୁହାଯାଇଛି। ଆଉ ତାରିଖ ଖୁଞ୍ଚାଇବା ସମ୍ଭବ ନୁହେଁ। କାରଣ ବିସିସିଆଇର ନିର୍ବାଚନ ତାରିଖରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏଥିପୂର୍ବରୁ ରାଜ୍ୟ ଶାଖାର ନିର୍ବଚନ ପ୍ରକ୍ରିୟା ଶେଷ ହୋଇଥିବା ଦରକାର। ଯାହାଫଳରେ ସେମାନଙ୍କ ପ୍ରତିନିଧିମାନେ ବିସିସିଆଇ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ। କିଛି ରାଜ୍ୟ ଆସୋସିଏଶନ ଓ ଇଲେକ୍ଟୋରାଲ ଅଫିସରଙ୍କ ଅନୁରୋଧ କ୍ରମେ ତାରିଖ ଘୁଞ୍ଚାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ

ଝରିଗାଁ, ୧୨/୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ସକାଳୁ ଏକମ୍ବା ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର…

ବିଶ୍ଵବାସୀଙ୍କୁ ସୁସ୍ଥ ଓ ନିରୋଗ ମାର୍ଗ ଦେଖାଉଛି ଯୋଗ: ଶାରୀରିକ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ

ଦିଗପହଣ୍ଡି,୧୨|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର କଲେଜ ପରିସରରେ ଯୋଗ ଓ ପ୍ରାଣାୟମ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

ପ୍ରଧାନମନ୍ତ୍ରୀ ମୋଦି, ପୁଟିନ, ଜିନପିଙ୍ଗ… ବ୍ରିକ୍ସ (BRICS)ର ଏକ ଶକ୍ତିଶାଳୀ ଚିତ୍ର, ବିଶ୍ୱ ପାଇଁ ଦେଉଛି ବଡ଼ ବାର୍ତ୍ତା…

ନୂଆଦିଲ୍ଲୀ,୧୨।୯: ବ୍ରିକ୍ସ (BRICS) ସମ୍ମିଳନୀରୁ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ଆଦର୍ଶ ଛାତ୍ର ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚି…

ତୁମୁଡ଼ିବନ୍ଧ, ୧୨।୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଭିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?