Posted inଖେଳ

ରାଜ୍ୟ ଆଥଲେଟିକ୍‌ ମିଟ୍‌: ଦ୍ୱିତୀୟ ଦିବସରେ ୫ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୬୭ତମ ରାଜ୍ୟ ଆଥଲେଟିକ୍‌ ମିଟ୍‌ର ଦ୍ୱିତୀୟ ଦିବସରେ ୫ଟି ମିଟ୍‌ ରେକର୍ଡ ସ୍ଥାପନ ହୋଇଛି। ମହିଳା ୨୦ କିଲୋମିଟର ଚାଲିରେ କଟକର ପ୍ରିୟଙ୍କା ମହାଳିକ ୧ ଘଣ୍ଟା ୫୫.୩୨ ସେକେଣ୍ଡ ସମୟ ନେଇ ଏହି ରେକର୍ଡର ଅଧିକାରିଣୀ ହୋଇଛନ୍ତି। ପୂର୍ବରୁ ମିଟ୍‌ ରେକର୍ଡ ଟାଇମିଂ ଥିଲା ୧ ଘଣ୍ଟା ୫୮:୪୬.୫ ସେକେଣ୍ଡ। ସେହିପରି ୧୪ ବର୍ଷରୁ କମ୍‌ ବାଳକ ହାଇଜମ୍ପରେ କଳାହାଣ୍ଡିର ଜାନକୀ କାନ୍ତ ନାୟକ ୧.୬୭ ମିଟର କ୍ଲିୟର କରି ପୂର୍ବ ରେକର୍ଡ(୧.୫୯)କୁ ପଛରେ ପକାଇ ଦେଇଛନ୍ତି। ୧୮ ବର୍ଷରୁ କମ୍‌ ବାଳକ ୧୦ କିଲୋମିଟର ଚାଲିରେ ଅନୁଗୋଳର ଗୋବିନ୍ଦ ପାଣ୍ଡିଆ ୪୯:୨୭.୧ (ପୂର୍ବ ରେକର୍ଡ ୫୪:୦୫.୭) ସେକେଣ୍ଡ ସମୟ ନେଇ ମିଟ୍‌ ରେକର୍ଡ କରିଛନ୍ତି। ୧୬ ବର୍ଷରୁ କମ୍‌ ବାଳିକା ୩ କିଲୋମିଟର ଚାଲିରେ ଦେବଗଡ଼ର ନିଶା ବାରିକ ୧୬:୧୪.୪ ସେକେଣ୍ଡ ସମୟ ନେଇ ରେକର୍ଡ କରିଛନ୍ତି। ପୂର୍ବ ରେକର୍ଡ ଥିଲା ୧୬:୩୭.୬ ସେକେଣ୍ଡ। ୧୬ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ହର୍ଡଲ୍ସରେ ଭୁବନେଶ୍ୱରର ସବିତା ଟପ୍ପୋ ୧୫.୦ ସେକେଣ୍ଡ ସମୟ ନେଇ ମିଟ୍‌ ରେକର୍ଡ କରିଛନ୍ତି। ପୂର୍ବ ରେକର୍ଡ ଥିଲା ୧୫.୮ ସେକେଣ୍ଡ। ପ୍ରତିଯୋଗିତାର ପ୍ରଥମ ଦିବସରେ ଶନିବାର ୩ଟି ମିଟ୍‌ ରେକର୍ଡ ହୋଇଥିଲା। ସମସାଦ ଆରା ବେଗମ, ଆଂଶିକା ରାଉତରାୟ ଓ ମନୀଶା ମେରାଲ ଏହି ରେକର୍ଡ କରିଥିଲେ।
ଦ୍ୱିତୀୟ ଦିବସରେ ଅନୁଷ୍ଠିତ ପୁରୁଷ ୪୦୦ ମିଟରରେ ଓଡ଼ିଶା ପୋଲିସର ବିଘ୍ନରାଜ ମିରିଡିଆ, ୧୫୦୦ ମିଟର ରେସ୍‌ରେ କଟକର ଭୀମସେନ ଜନକା, ୧୧୦ ମିଟର ହର୍ଡଲ୍ସରେ ଓଡ଼ିଶା ପୋଲିସର ଅମିତ କୁମାର ମହନ୍ତ, ୨୦୦୦୦ ମିଟର ଚାଲିରେ ଗଞ୍ଜାମର କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ, ହାଇଜମ୍ପରେ କଟକର ସ୍ବାଧୀନ କୁମାର ମାଝି, ଟ୍ରିପଲ ଜମ୍ପରେ କଟକର ସୁକଦେବ ମହାନ୍ତି, ଶଟ୍‌ପୁଟରେ କଟକର ରଞ୍ଜନ କୁମାର ସାହୁ, ଜାଭେଲିନରେ ଖୋର୍ଦ୍ଧାର ଦୀପଙ୍କର ବେହେରା, ଡେକାଥଲନରେ ଓଡ଼ିଶା ପୋଲିସର ପ୍ରବୀଣ ଛେତ୍ରୀ ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେହିପରି ମହିଳା ବିଭାଗ ୪୦୦ ମିଟର ରେସ୍‌ରେ କିଟ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଜଉନା ମୁର୍ମୁ, ୧୫୦୦ ମିଟରରେ ବରଗଡ଼ର ନମିତା ପ୍ରଧାନ, ୧୦୦ ମିଟର ହର୍ଡଲ୍ସରେ ଓଡ଼ିଶା ପୋଲିସର ଜସମିନ କିସ୍କୁ, ୨୦୦୦୦ ମିଟର ଚାଲିରେ କଟକର ପ୍ରିୟଙ୍କା ମହାଳିକ ଓ ଡିସ୍‌କସ୍‌ ଥ୍ରୋରେ ଇଷ୍ଟକୋଷ୍ଟ ରେଲଓ୍ବେର ପାର୍ବତୀ ସେଠୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri