ରାଜ୍ୟର ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ସଫଳ: ସୁସ୍ଥହୋଇ ଘରକୁ ଫେରିଲେ ଫିରୋଜ

କଟକ ଅଫିସ,୨୫ା୨: ରାଜ୍ୟର ପ୍ରଥମ କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ବା ଜଣେ ମସ୍ତିଷ୍କ ମୃତ(ବ୍ରେନ୍‌ ଡେଡ୍‌) ବ୍ୟକ୍ତିଙ୍କ ଶରୀରରୁ କିଡ୍‌ନୀକୁ ନେଇ ଜଣେ ଜୀବିତଙ୍କ ଶରୀରରେ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଛି। କଟକ ଏସ୍‌ସିବି ମେଡିକାଲରେ କିଡ୍‌ନୀ ପ୍ରତିରୋପଣ ସହ ତିନି ସପ୍ତାହ ପର୍ଯ୍ୟନ୍ତ ଅଭିଜ୍ଞ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବା ପରେ ସୁସ୍ଥ ହୋଇ ସୋମବାର ଘରକୁ ଫେରିଛନ୍ତି ବରଗଡ଼ର ଫିରୋଜ ସାହୁ। ତେବେ ପ୍ରତିରୋପଣ ପରବର୍ତ୍ତୀ ସମୟ(ପୋଷ୍ଟ ଟ୍ରାନ୍ସପ୍ଲାଣ୍ଟ ପିରିୟଡ) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଥିବା ଯୋଗୁ ତାଙ୍କୁ ସତର୍କ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଘରକୁ ଫେରିବାବେଳେ କେବଳ ଫିରୋଜ ନୁହନ୍ତି, ତାଙ୍କ ମାଆ ମିଥାଳି ଏବଂ ବାପା ଲୋକେଶ୍ୱରଙ୍କ ଆଖି ଛଳଛଳ ହୋଇଯାଇଥିଲା। ଫିରୋଜଙ୍କୁ ନୂଆ ଜୀବନ ମିଳିଥିବା ଯୋଗୁ ସମସ୍ତେ ଯେମିତି ଖୁସିରେ କାନ୍ଦି ପକାଇଥିଲେ। ଅନ୍ୟପଟେ ପ୍ରଥମ ଥର ପାଇଁ ରାଜ୍ୟରେ ଏଭଳି ଏକ ବିରଳ ଅସ୍ତ୍ରୋପଚାର କରିଥିବା ଡାକ୍ତରମାନେ ମଧ୍ୟ ଭାବବିହ୍ବଳ ହୋଇପଡ଼ିଥିଲେ।
ଗଞ୍ଜାମ ଜିଲା ଦିଗପହଣ୍ଡି ସହର ରାଣୀସାହିର ପ୍ରିୟଙ୍କାରାଣୀ ରାଜୁ(୨୬) ଜାନୁୟାରୀ ୨୬ତାରିଖରେ ତପ୍ତପାଣି ପାଖରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଚିକିତ୍ସା ଲାଗି ତାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୩ ତାରିଖ ରାତିରେ ଡାକ୍ତର ତାଙ୍କୁ ମସ୍ତିଷ୍କ ମୃତ(ବ୍ରେନ୍‌ ଡେଡ୍‌) ଘୋଷଣା କରିଥିଲେ। ଏହି ଖବର ପାଇବା ପରେ ପ୍ରିୟଙ୍କାଙ୍କ ସ୍ବାମୀ ଭି. ସମୀର ରାଜୁ ଓ ଶ୍ୱଶୁର ଭି. ଧର୍ମାରାଜୁ ଧୈର୍ଯ୍ୟ ନ ହରାଇ ପ୍ରିୟଙ୍କାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏ ନେଇ ସେମାନେ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଥିଲା। ବିଭାଗ ପକ୍ଷରୁ ଏସ୍‌ସିବିର ବିଭାଗୀୟ ଡାକ୍ତରମାନଙ୍କୁ ତୁରନ୍ତ କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଡାକ୍ତରମାନେ ବିଳମ୍ବିତ ରାତିରେ ଆପୋଲୋ ହସ୍ପିଟାଲରେ ପହଞ୍ଚି ପ୍ରିୟଙ୍କାଙ୍କ ଶରୀରରୁ କିଡ୍‌ନୀ ବାହାର କରି ଏସ୍‌ସିବି ମେଡିକାଲକୁ ଆଣିଥିଲେ। ପରେ ୟୁରୋଲୋଜି ବିଭାଗ ମୁଖ୍ୟ ଡା. ଦତ୍ତେଶ୍ୱର ହୋତାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍‌ ଅସ୍ତ୍ରୋପଚାର କରି ଫିରୋଜଙ୍କ ଶରୀରରେ କିଡ୍‌ନୀ ପ୍ରତିରୋପଣ କରିଥିଲେ। ଏହା ପରଠାରୁ ଫିରୋଜଙ୍କୁ ସ୍ବତନ୍ତ୍ର କ୍ୟାବିନ୍‌ରେ ରଖାଯାଇ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ଫଳରେ ଧୀରେ ଧୀରେ ସେ ସୁସ୍ଥ ହେବାରେ ଲାଗିଲେ। ପ୍ରତିରୋପଣର ତିନିରୁ ଚାରି ସପ୍ତାହ ପର୍ଯ୍ୟନ୍ତ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଆବଶ୍ୟକ ପଡୁଥିବା ଯୋଗୁ ଫିରୋଜଙ୍କୁ ଏସ୍‌ସିବି ମେଡିକାଲରେ ରଖାଯାଇଥିଲା। ବିଭାଗୀୟ ଡାକ୍ତରମାନଙ୍କ କହିବାନୁଯାୟୀ, ପ୍ରତିରୋପଣ ପରଠୁ ଫିରୋଜଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ତେବେ ସଂକ୍ରମଣର ଆଶଙ୍କା ଥିବା ଯୋଗୁ ଆସନ୍ତା କିଛି ମାସ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ସ୍ବଚ୍ଛ ଓ ପରିଚ୍ଛନ୍ନ ରହିବାକୁ କୁହାଯାଇଛି। ସଂକ୍ରମଣର ସମ୍ଭାବନା ଥିବା ସମସ୍ତ କାର୍ଯ୍ୟରୁ ନିଜକୁ ଦୂରରେ ରଖିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ଖାଦ୍ୟ, ପାନୀୟ, ଔଷଧ ସେବନ ଆଦି ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦିଆଯାଇଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି।

‘ପ୍ରିୟଙ୍କାଙ୍କ ଋଣ ଶୁଝିପାରିବି ନାହିଁ’
ପ୍ରିୟଙ୍କା ମୃତ୍ୟୁବରଣ କରି ମଧ୍ୟ ଅମର ହୋଇଗଲେ। ପ୍ରଥମେ ଯେବେ କିଡ୍‌ନୀ ରୋଗ ଜଣାପଡ଼ିଥିଲା, ମୁଁ ସବୁ ଆଶା ଛାଡ଼ିଦେଇଥିଲି। ମାଆ କିଡ୍‌ନୀ ଦେବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଆମର ବ୍ଲଡ୍‌ ଗ୍ରୁପ ଅଲଗା ଥିଲା। ଫଳରେ କିଡ୍‌ନୀ ପ୍ରତିରୋପଣ ପାଇଁ ଆଶଙ୍କା ସୃଷ୍ଟି ହୋଇଥିଲା। ଏଭଳି ସମୟରେ ମୋ’ ପାଇଁ ଭଗବାନଙ୍କ ରୂପରେ ପ୍ରିୟଙ୍କା ଆସିଲେ। ତାଙ୍କ କିଡ୍‌ନୀ ମୋ ଶରୀରରେ ଲାଗିଲା ପରେ ବର୍ତ୍ତମାନ ମୁଁ ସୁସ୍ଥ ଅନୁଭବ କରୁଛି। ପ୍ରିୟଙ୍କା ଓ ତାଙ୍କ ପରିବାରବର୍ଗଙ୍କ ଋଣ ଏଜୀବନରେ ଶୁଝିପାରିବି ନାହିଁ। ସମସ୍ତ ଖର୍ଚ୍ଚ ବହନ କରିଥିବା ରାଜ୍ୟ ସରକାର ଏବଂ କଠିନ ପରିଶ୍ରମ କରିଥିବା ଡାକ୍ତରମାନଙ୍କୁ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri