ରାଜ୍ୟରେ ୫ମାସ ପାଇଁ ଔଷଧ, ଚିକିତ୍ସା ଉପକରଣ ଉପଲବ୍ଧ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନେଇଛନ୍ତି। ୯ ମାସ ପାଇଁ ଆବଶ୍ୟକ ଔଷଧ ଓ ଚିକିତ୍ସା ଉପକରଣ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ୫ମାସ ପାଇଁ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ ସାମଗ୍ରୀ ଉପଲବ୍ଧ ରହିଛି। ଆଉ ୪ମାସ ନିମନ୍ତେ ଆସନ୍ତା ମାସ ଶେଷ ସୁଦ୍ଧା ମିଳିଯିବ ବୋଲି ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ କହିଛନ୍ତି। ସୋମବାର ରାଜ୍ୟର କରୋନା ସ୍ଥିତିକୁ ନେଇ ସରକାରଙ୍କ ପକ୍ଷରୁ ଆୟୋଜିତ ଖବରଦତା ସମ୍ମିଳନୀରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍‌ ୧୯ର ପ୍ରତିରୋଧ ପାଇଁ ସ୍ବତନ୍ତ୍ର ଭାବେ ୬୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ନିଗମ ୩୨କୋଟି ଟଙ୍କାର ଔଷଧ ଓ ଚିକିତ୍ସା ସରଞ୍ଜାମ କ୍ରୟ କରିସାରିଛି। ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ଔଷଧ ଯଥା- ଆଣ୍ଟିବାୟୋଟିକ୍ସ, ଆନାଲଜେସିକ୍ସ ଓ ଆଣ୍ଟିଇନଫ୍ଲାମେଟାରି ଉପଲବ୍ଧ ରହିଛି। ଏହାବ୍ୟତୀତ ତିନି ପରସ୍ତ ସର୍ଜିକାଲ ମାସ୍କ, ଏନ୍‌-୯୫ ମାସ୍କ, ହ୍ୟାଣ୍ଡ୍‌ ସାନିଟାଇଜର, ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ମହଜୁଦ ରହିଛି। ଅନୁରୂପ ଭାବେ ଆଇସିୟୁ ଭେଣ୍ଟିଲେଟର, ଅକ୍ସିଜେନ୍‌ କନସେନ୍‌ଟ୍ରେଟର୍ସ ଓ ନେବୁଲାଇଜର ଇତ୍ୟାଦି ଉପଲବ୍ଧ ରହିଛି। ଆଉ ୪ମାସ ପାଇଁ ଔଷଧ ଆମଦାନୀ ନିମନ୍ତେ ଅର୍ଡର ଦିଆଯାଇଛି। ରାଜ୍ୟରେ ଥିବା ସମସ୍ତ ସରକାରୀ ମେଡିକାଲ କଲେଜଠାରୁ ଆରମ୍ଭ କରି ପିଏଚ୍‌ସି ଓ ସବ୍‌ସେଣ୍ଟରକୁ ଔଷଧ ଓ ଚିକିତ୍ସା ଉପକରଣ ଯୋଗାଇ ଦିଆଯାଉଛି। ରାଜ୍ୟରେ ଔଷଧ ନିଗମର ୩୯ଟି ଗୋଦାମ ରହିଛି। ନିଗମରେ ଏବେ ୧.୧୮ କୋଟି ତିନି ପରସ୍ତ ସର୍ଜିକାଲ ମାସ୍କ, ୭୧,୮୪୩ଟି ଏନ-୯୫ ମାସ୍କ, ୬୬,୧୧୬ଟି ପିପିଇ ଓ ୪.୧୬ଲକ୍ଷ ହ୍ୟାଣ୍ଡ୍‌ ସାନିଟାଇଜର ରହିଥିବା ଷଡ଼ଙ୍ଗୀ କହିଛନ୍ତି। ଏବେ ପିପିଇ କିଟ୍‌ ମିଳିବାରେ ସମସ୍ୟା ରହିଛି। ମାତ୍ର ସରକାର ଏହି ସମସ୍ୟା ଦୂର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏବେ ରାଜ୍ୟରେ ୨୯୯ ଆଇସିୟୁ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ଥିବାବେଳେ ଅତିରିକ୍ତ ୪୨୪ଟି ଅତ୍ୟାଧୁନିକ ଭେଣ୍ଟିଲେଟର ନିମନ୍ତେ ଅର୍ଡର ଦିଆଯାଇଛି। ସେଥିରୁ ୫୭ଟି ମିଳିସାରିଛି। ୭୭୦୦ ନେବୁଲାଇଜର ପାଇଁ ଅର୍ଡର ଦିଆଯାଇଥିବାବେଳେ ସେଥିରୁ ୭୨୦୦ ମିଳିସାରିଛି। ଔଷଧ ଓ ଅନ୍ୟାନ୍ୟ ଉପକରଣ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଦେବାସହ ଏୟାର କାର୍ଗୋ ମାଧ୍ୟମରେ ବି ଆମଦାନୀ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣା: ଗିରଫ ହେଲେ ଓ୍ବାର୍ଡେନ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଆବାସିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲର ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଅଭିଯୁକ୍ତ ଓ୍ବାର୍ଡେନ୍‌ଙ୍କୁ ପୋଲିସ...

ପାରାଦୀପଠାରେ ଆଇଓସିଏଲ୍‌ର ପିଏଡିସି ଉଦ୍‌ଘାଟିତ

ଭୁବନେଶ୍ୱର,୨୬ା୬(ବ୍ୟୁରୋ):ପାରାଦୀପଠାରେ ଭାରତୀୟ ତୈଳ ନିଗମ(ଆଇଓସିଏଲ୍‌) ୪୩ କୋଟି ଟଙ୍କା ବ୍ୟୟରେ ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର ବା ପ୍ରଡକ୍ସ ଆପ୍ଲିକେଶନ ଆଣ୍ଡ୍‌ ଡେଭଲପମେଣ୍ଟ ସେଣ୍ଟର(ପିଏଡିସି)...

କେନ୍ଦୁଝର ଗସ୍ତରେ ୫-ଟି, ମୁଖ୍ୟ ଶାସନ ସଚିବ: ନିର୍ମାଣ ହେଉଥିବା କୋଭିଡ ହସ୍ପିଟାଲର କଲେ ସମୀକ୍ଷା

କେନ୍ଦୁଝର,୧୬।୪(ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ପାଣ୍ଡିଆନ ଗୁରୁବାର କେନ୍ଦୁଝର ଗ୍ରସ୍ତ କରି ଫେରିଛନ୍ତି। ହେଲିକପ୍ଟରରେ ଆସି ରାଇସୁଆଁ ଏୟାରଷ୍ଟ୍ରିପରେ...

ଗୋଦାବରୀ ନଦୀରେ ଲଞ୍ଚ ବୁଡି ଘଟଣା:ନିଖୋଜଙ୍କୁ ଖୋଜୁଛି ବାୟୁସେନା, ନୌସେନା

ମାଲକାନଗିରି,୧୭-୯(ଡି.ଏନ୍‌.ଏ.):ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶରେ ପୂର୍ବ ଗୋଦାବରୀ ନଦୀରେ ରବିବାର ଲଞ୍ଚ ବୁଡି ୫୦ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ...

ଓଟିଡିସିକୁ ବିଶ୍ବସ୍ତରୀୟ କରିବାକୁ ଆହ୍ବାନ

ଭୁବନେଶ୍ୱର,୪।୯(ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ ନିଗମ (ଓଟିଡିସି) ସର୍ବଦା ‘ଅତିଥି ଦେବୋ ଭବଃ’କୁ ଗୁରୁତ୍ୱ ଦେଇ ଆସୁଛି। ଅନ୍ୟ ରାଜ୍ୟ ବା ଦେଶରୁ ଆସୁଥିବା ଅତିଥିମାନଙ୍କୁ ଉଚିତ୍‌...

ଭାରତ ପ୍ରଥମେ ସ୍ପେନ୍‌କୁ ଭେଟିବ

ଭୁବନେଶ୍ୱର, ୨୮।୯ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଥିବା ହକି ବିଶ୍ୱକପ୍‌ର ଆଗାମୀ ସଂସ୍କରଣ ପାଇଁ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଭୁବନେଶ୍ୱର...

ଅଚାନକ ଓୟୁଏଟିରେ ପହଞ୍ଚିଲେ ୫ଟି ସଚିବ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ୫ଟି ସଚିବ ଭି.କେ ପାଣ୍ଡିୟାନ ସୋମବାର ସକାଳୁ ହଠାତ୍‌ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପ୍ରାଙ୍ଗଣରେ ପହଞ୍ଚଥିଲେ। ସେଠାରେ ଓୟୁଏଟିର ଛାତ୍ରାବାସ...

ଚାଷୀଙ୍କୁ ଗୋଇଠା ମାରିଲେ ପୂର୍ବତନ ସଭାପତି

କାମାକ୍ଷାନଗର, ୨୫।୨(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି ଅଶୋକ ନାୟକ ଏବଂ ତାଙ୍କ ପୁଅ ତଥା ସମିତିର...

Advertisement
Archives

Model This Week