ରାଜ୍ୟରେ ୧୯ଟି ନଦୀ ପ୍ରଦୂଷିତ

ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ରାଜ୍ୟରେ ପ୍ରବାହିତ ନଦୀଗୁଡିକ ମଧ୍ୟରୁ ୧୯ଟି ନଦୀରେ ସହରାଞ୍ଚଳର ନାଳନର୍ଦ୍ଦମା ପାଣି ମିଶିବା ଯୋଗୁ ଏହା ପ୍ରଦୂଷିତ ହୋଇଥିବା ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ଭୁବନେଶ୍ୱରର ଗଙ୍ଗୁଆ ଓ ଦୟା ନଦୀ, ରାଉରକେଲାରୁ ବିରିତୋଲ ଯାଇଥିବା ବ୍ରାହ୍ମଣୀ ନଦୀ, ଗୁରାଡିହ ନଳା, ପୁରୀ ନିକଟ ମଙ୍ଗଳା, ନାଗାବଳୀ, କାଠଯୋଡ଼ି, ସେରୁଆ, ରତ୍ନଚିରା, ନନ୍ଦିରା ଜୋର, କୁଆଖାଇ, ମହାନଦୀ, ରୁଷିକୁଲ୍ୟା, ବାଙ୍ଗୁରୁ ନଳା, ଭେଡ଼େନ, କୁସୁମୀ, ଲୁଣା, ସାବୁଳିଆ ଏବଂ ବୁଢାବଳଙ୍ଗ ନଦୀ ବର୍ତ୍ତମାନ ପ୍ରଦୂଷିତ ଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଆରୁଖ କହିଛନ୍ତି ଯେ, ନଦୀ ତଟବର୍ତ୍ତୀ ସମସ୍ତ ସହରାଞ୍ଚଳରେ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯିବା ବାଧ୍ୟତାମୂଳକ ନୁହେଁ। ମାତ୍ର ନଦୀ ନିକଟବର୍ତ୍ତୀ ସହର ଯଥା ଭୁବନେଶ୍ୱର, କଟକ, ସମ୍ବଲପୁର, ତାଳଚେର ଏବଂ ରାଉରକେଲା ସହରରେ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଓଡବ୍ଲ୍ୟୁଏସ୍‌ଏସ୍‌ବି ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି। ଭୁବନେଶ୍ୱର, ବାରିପଦା, ବ୍ରହ୍ମପୁର, ସମ୍ବଲପୁର, ପୁରୀ ଏବଂ ରାଉରକେଲା ଆଦି ୬ଟି ସହରରେ ସେପଟେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି। ଅନ୍ୟ ଦୁଇଟି ସହର ଯଥା, କଟକ ଓ ବାଲେଶ୍ୱରରେ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହାସହ ୨୯ଟି ସହରରେ ସେପଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯାଉଛି। ସହରାଞ୍ଚଳର କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରିଥିବା ସହରର ପୌର କର୍ତ୍ତୃପକ୍ଷଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର, ଜୁନାଗଡ, ପୁରୀ ଓ କଟକ ପୌର କର୍ତ୍ତୃପକ୍ଷଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶର୍ମିଷ୍ଠାଙ୍କ ରିମାଣ୍ଡର ଦ୍ୱିତୀୟ ଦିନ: କୁଆଡ଼େଗଲା ମେମୋରି ଚିପ୍‌

ଭୁବନେଶ୍ୱର,୩୦।୩(ବ୍ୟୁରୋ): କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ରିମାଣ୍ଡର ବୁଧବାର ଦ୍ୱିତୀୟ ଦିନ। ରିମାଣ୍ଡର ଦ୍ୱିତୀୟ ଦିନରେ ଶର୍ମିଷ୍ଠାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା ଜାରି ରଖିଛି।...

ସାମାଜିକ କର୍ମୀ ଭାବେ କାର୍ଯ୍ୟ କରିବେ ପୁରାତନ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୪।୪(ବ୍ୟୁରୋ): ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସର୍ବାଙ୍ଗୀନ ବିକାଶ ପାଇଁ ସ୍କୁଲ୍‌ ଓ ବ୍ଲକ୍‌ସ୍ତରରେ କାର୍ଯ୍ୟକରିବେ ‘ମୋ ସ୍କୁଲ୍‌’ ଦ୍ୱାରା ମନୋନୀତ ସ୍ବତନ୍ତ୍ର...

ବନ୍ଧୁକ ବେପାରରେ ଝାଡ଼ଖଣ୍ଡ ଛାତ୍ର, କୋଟିପତିଙ୍କ ପୁଅ

ଭୁବନେଶ୍ୱର, ୧୧ା୨(ବ୍ୟୁରେ): କମିଶନରେଟ ପୋଲିସ ଇଲାକାରେ ଖୁଲମ୍‌ଖୁଲା ଚାଲିଛି ଚୋରା ବନ୍ଧୁକ କାରବାର। ଚେର ଲମ୍ବିଛି ବିହାରରୁ ଭୁବନେଶ୍ୱର। ଛାତ୍ର ଓ କୋଟିପତି ଘରର ପିଲା...

ମନେପକାଇଲା ସେସୁ, ଦୁଇ ଦିନ ମଧ୍ୟରେ ବକେୟା ବିଲ୍‌ ନ ଦେଲେ କଟିବ ଲାଇନ୍‌

ଭୁବନେଶ୍ୱର,୧୪।୧(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି(ସେସୁ) ଉପଭୋକ୍ତାମାନଙ୍କୁ ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ କଲେ ବିଦ୍ୟୁତ୍‌ କାଟ୍‌ ହେବ ବୋଲି କହିଛି। ଆସନ୍ତା ୧୬...

ଘରକୁ ଘର ବୁଲୁଛନ୍ତି ପ୍ରାର୍ଥୀ

ପଦ୍ମପୁର,୨୯।୧୧(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ରୋଡ୍‌ ଶୋ, ପଥପ୍ରାନ୍ତ ସଭା, ଘର ଘର ବୁଲି ନିଜ ନିଜ ସପକ୍ଷରେ...

ପାଠ୍ୟ ଖସଡ଼ାରେ ରହିବ ବିପର୍ଯ୍ୟୟ, ମହାମାରୀ ବିଷୟ

ଭୁବନେଶ୍ୱର,୩୦।(ବ୍ୟୁରୋ):  ଆଗୁଆ ପାଣିପାଗ ସମ୍ପର୍କରେ ସୂଚନା ପାଇଁ ରାଜ୍ୟ ସରକାର ସବୁ ଗ୍ରାମ ପଞ୍ଚାୟତରେ ଟେଲିମେଟ୍ରିକ୍‌ ରେନ୍‌ ଗଜ, ପ୍ରତି ବ୍ଲକରେ ସ୍ବୟଂକ୍ରିୟ ପାଣିପାଗ ଷ୍ଟେଶନ...

୨୦୧୯ରେ ବିଏମ୍‌ସି ନିର୍ବାଚନ ନେଇ ଅନିଶ୍ଚିତତା

ଭୁବନେଶ୍ୱର,୯।୮(ବ୍ୟୁରୋ) : ଆସନ୍ତା ଡିସେମ୍ବର ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ ହେବା ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ବିଏମ୍‌ସି କାଉନ୍‌ସିଲ ଭାଙ୍ଗିବାର ୮ମାସ...

ବାର୍ଥଡେ ପାର୍ଟିରେ ଦୁଇଗୋଷ୍ଠୀ ମଧ୍ୟରେ ବଚସା: ଫୁଟିଲା ଗୁଳି

ଝାରସୁଗୁଡ଼ା ଅଫିସ,୫।୧୨: ଝାରସୁଗଡ଼ା ସହରରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ କଥା କଥାରେ ଗୁଳି ଫୁଟୁଛି। ଫଳରେ ସାଧାରଣ ଲୋକେ ଭୟଭିତ...

Advertisement
Archives

Model This Week