ରାଜ୍ୟରେ ଖାଲି ପଡ଼ିଛି ୬୦% ଇଞ୍ଜିନିୟରିଂ ସିଟ୍‌

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ରାଜ୍ୟରେ ଏବେ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି ଇଞ୍ଜିନିୟରିଂ କଲେଜ। ଦିନକୁ ଦିନ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ କମୁଛି। ଫଳରେ ରାଜ୍ୟରେ ୬୦%ରୁ ଅଧିକ ଇଞ୍ଜିିନିୟରିଂ ସିଟ୍‌ ଖାଲି ପଡ଼ିଛି। ୨୦୧୯-୨୦ ଶିକ୍ଷାବର୍ଷରେ ମାତ୍ର ୧୧,୭୪୫ ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଚଳିତବର୍ଷ ମୋଟ ୩୧,୧୭୪ ସିଟ୍‌ରୁ ୧୯,୪୨୯ଟି ଖାଲି ପଡ଼ିଛି। ଇଞ୍ଜିନିୟରିଂ ପଢ଼ା ସରିବା ପରେ ଛାତ୍ରୀଛାତ୍ର ଚାକିରି ନ ପାଇ ବେକାର ରହୁଛନ୍ତି। ଏପରି କି ରାଜ୍ୟରେ ଥିବା ଘରୋଇ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବା ପାଇଁ ସ୍ବତନ୍ତ୍ର ଭାବେ ପଦକ୍ଷେପ ନିଆଯାଉ ନ ଥିବାରୁ ଇଞ୍ଜିନିୟରିଂ ଶିକ୍ଷାଠାରୁ ପିଲାମାନେ ଦୂରେଇ ଯାଉଛନ୍ତି। ଶନିବାର ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହି ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ୯୩ ଇଞ୍ଜିନିୟରିଂ କଲେଜ ଓ ୧୬୩ ଡିପ୍ଲୋମା କଲେଜ ରହିଛି। ଇତିମଧ୍ୟରେ ୩ ଇଞ୍ଜିନିୟରିଂ କଲେଜ ବନ୍ଦ କରିବାକୁ ଅନୁମତି ଦିଆଯାଇଛି। ଅନ୍ୟପକ୍ଷରେ ଉତ୍ତମ ପ୍ରଦର୍ଶନ କରୁ ନ ଥିବା ତଥା ରୁଗ୍‌ଣ ଅନୁଷ୍ଠାନକୁ ସରକାର କୌଣସି ସାହାଯ୍ୟ କରିବେ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀରୁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୧୨।୧୧:(ବ୍ୟୁରୋ): କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୂର୍ବତଟ ରେଳପଥ ସ୍ବତନ୍ତ୍ର ଟ୍ରେନର ଯୋଜନା କରିଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଯାତ୍ରୀ ଭିଡ଼କୁ ଲକ୍ଷ୍ୟ କରି ଗୋଟିଏ ସ୍ବତନ୍ତ୍ର...

‘ଗୃହପାଳିତ ପଶୁପକ୍ଷୀଙ୍କ ମୃତଦେହ ବାହାରେ ଫିଙ୍ଗନି’

ଭୁବନେଶ୍ୱର,୧୩।୫(ବ୍ୟୁରୋ): ୱାର୍ଡ ନମ୍ବର ୫୯ରେ ଶୁକ୍ରବାର ‘ୱାର୍ଡରେ ଦିନେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସାମନ୍ତରାପୁର ସରସ୍ବତୀ ମଣ୍ଡପରେ ଏହି କାର୍ଯ୍ୟକ୍ରମ...

‘ମୋ ବସ୍‌’ରେ ଲାଗିଲା ନିଆଁ

ରାଉଲକେଲା ଅଫିସ,୨୦।୫: ‘ମୋ ବସ୍‌’ରେ ଲାଗିଲା ନିଆଁ। ଶନିବାର ରାଉଲକେଲାରୁ ବେଦବ୍ୟାସ ଯାଉଥିବା ବେଳେ ଟିସିଆଇ ଛକରେ ଏହି ଅଘଟଣ ଘଟିଛି। ବସ୍‌ରେ ନିଆଁ ଲାଗିଥିବାରୁ...

ଜିରୋନାଇଟ ସେଲିବ୍ରେଶନ ଉପରେ କଟକଣା

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଶନିବାର ବର୍ଷର ଶେଷଦିନ । ରାତି ପାହିଲେ ବଦଳିବ କ୍ୟାଲେଣ୍ଡର । ବିଦାୟ ନେବ ୨୦୨୨ ଆସିବ ନୂଆବର୍ଷ ୨୦୨୩। ଗତ ଦୁଇବର୍ଷ କରୋନା...

ଚନ୍ଦକାରେ ହେବ ବିଶ୍ୱସ୍ତରୀୟ ବନ୍ୟଜନ୍ତୁ ହସ୍ପିଟାଲ

ଭୁବନେଶ୍ୱର,୩୧।୫(ବ୍ୟୁରୋ):ରାଜ୍ୟରେ ବିଶ୍ୱସ୍ତରୀୟ ବନ୍ୟଜନ୍ତୁ ଚିକିତ୍ସାଳୟ(ହସ୍ପିଟାଲ) ସ୍ଥାପନ ହେବ। ଭୁବନେଶ୍ୱର ନିକଟସ୍ଥ ଚନ୍ଦକା ଜଙ୍ଗଲରେ ଏହି ବିଶ୍ୱସ୍ତରୀୟ ହସ୍ପିଟାଲ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ ସ୍ଥାପନ କରାଯିବ।...

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର,୨୪।୧(ଡି.ଏନ୍‌.ଏ.) : କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିଲା। ତେବେ ଏହା ଆଜି ସକାଳେ ଖୋଲିଛି। ପ୍ରଥମେ...

କସ୍‌ମୋପଲିଟାନ୍‌’ କଭର୍‌ଷ୍ଟୋରିରେ ଦୂତୀ

ଭୁବନେଶ୍ୱର, ୧୦।୭ (ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅର୍ଜନ କରିଥିବା ଓଡ଼ିଆ କ୍ରୀଡାବିତ୍‌ ଦୂତୀ ଚାନ୍ଦ ବିଶ୍ୱର ସର୍ବାଧିକ ପ୍ରସାରିତ ଫ୍ୟାଶନ ମାଗାଜିନ୍‌ ‘କସ୍‌ମୋପଲିଟାନ୍‌’ର କଭର୍‌ ଷ୍ଟୋରିରେ ସ୍ଥାନ...

ଭୁବନେଶ୍ୱରରୁ ଆଉ ୪୬୦ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୪୦୫

ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଆଉ ୪୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୮୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ...

Advertisement
Archives

Model This Week