ରାଜ୍ୟରେ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୮୭ ସ୍ଥାନ ଚିହ୍ନଟ: ଉତ୍ପାଦନ ହେବ ୩୪୦ ମେଗାଓ୍ବାଟ୍‌

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ରାଜ୍ୟରେ ୧ରୁ ୨୫ ମେଗାଓ୍ବାଟ୍‌ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୮୭ଟି ସ୍ଥାନ ଚିହ୍ନଟ କରାଯାଇଛି। ଏହିସବୁ ପ୍ରକଳ୍ପ କେନ୍ଦ୍ରାପଡ଼ା, ରାୟଗଡ଼ା, ଫୁଲବାଣୀ, କୋରାପୁଟ, ଦେଓଗଡ଼, ଜଗତ୍‌ସିଂହପୁର, ସମ୍ବଲପୁର, ଅନୁଗୋଳ, ବରଗଡ଼, କେନ୍ଦୁଝର, କଳାହାଣ୍ଡି, ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲାରେ କରାଯିବ। ଏଥିପାଇଁ ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଏ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ରାଜ୍ୟକୁ ୩୪୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତି ମିଳିପାରିବ। ସେଥିରୁ ଏ ପର୍ଯ୍ୟନ୍ତ ୩ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ୫୭ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଥିବା ବେଳେ ୬୬ ମେଗାଓ୍ବାଟ୍‌ ଶକ୍ତି ଉତ୍ପାଦନ ପାଇଁ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ସର୍ଭେ କରାଯାଇଥିବା ସମୁଦାୟ ପ୍ରକଳ୍ପରୁ ଏ ପର୍ଯ୍ୟନ୍ତ ୩୩ ପ୍ରତିଶତ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରାଯାଇ ପାରିଛି। ଅନ୍ୟ କେତେକ ପ୍ରକଳ୍ପ କାର୍ଯ୍ୟ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳି ନ ଥିବାରୁ ଆରମ୍ଭ ହୋଇ ପାରି ନାହିଁ। ଶୁକ୍ରବାର ବିଧାନସଭା ପ୍ରଶ୍ନୋତ୍ତରବେଳେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ମୂଳ ପ୍ରଶ୍ନକର୍ତ୍ତା କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ରାଜ୍ୟରେ କେଉଁ ନଦୀ ଓ ଝରଣାରୁ କ୍ଷୁଦ୍ର ଜଳ ବିଦ୍ୟୁତ୍‌ କେନ୍ଦ୍ର ସ୍ଥାପନ ପାଇଁ ସର୍ଭେ ହୋଇଛି, ସେଗୁଡ଼ିକ ମଧ୍ୟରେ କୋରାପୁଟ ଜିଲାର କେଉଁ ସ୍ଥାନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ କରିବା ପାଇଁ ଘରୋଇ ଉଦ୍ୟୋଗକୁ ସାମିଲ କରାଯାଊଛି କି? ଏଥିପାଇଁ ସରକାର କି ପ୍ରୋତ୍ସାହନ ଦେଉଛନ୍ତି। ବିଜେଡି ସଭ୍ୟ ରଘୁରାମ ପଡ଼ାଲ କୋରାପୁଟର ମୀନାକ୍ଷୀ ପ୍ରୋଜେକ୍ଟ ବିଳମ୍ବ ହେଉଥିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେଡି ସଭ୍ୟ ଭାଗୀରଥି ସେଠୀ, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଥିଲେ ଯେ, ରାଜ୍ୟରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ସରକାର କି ବ୍ୟବସ୍ଥା କରିଛନ୍ତି। କଂଗ୍ରେସ ଶସନ ବେଳେ ବିଦ୍ୟୁତ୍‌ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ଥିଲା। ଫନୀରେ ବହୁ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଲୋକଙ୍କୁ ବିଦ୍ୟୁତ୍‌ ମିଳିପାରି ନାହିଁ। ତାରା ପୁଣି ଅତିରିକ୍ତ ପ୍ରଶ୍ନରେ କହିଥିଲେ ଯେ, ୨୦୦୨-୦୩ରେ ମୀନାକ୍ଷୀ ପ୍ରୋଜେକ୍ଟ ଆରମ୍ଭ ହେଲା। ଏଥିପାଇଁ ହଜାର ହଜାର ଗଛ କାଟି ଦିଆଗଲା। ଓ୍ବାଟର ଫଲ ନଷ୍ଟ ହେଲା। ଏ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାହିଁକି କାର୍ଯ୍ୟକାରୀ ହୋଇ ନାହିଁ। ସେହିପରି ତେଲିଙ୍ଗିରି, ଜଲାପୁଟ, ମାଛକୁଣ୍ଡ ଆଦି କେତେକ ସ୍ଥାନରେ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ହେବ ବୋଲି ମୁଁ ପିଲାବେଳୁ ଶୁଣିଆସୁଛି। ବୁଢ଼ା ହେବାକୁ ବସିଲୁଣି, ତଥାପି ପ୍ରକଳ୍ପ କାମ ସରୁନାହିଁ। କେତେଦିନ ଭିତରେ ପ୍ରକଳ୍ପ କାମ ଶେଷ ହେବ ବୋଲି ସେ ମନ୍ତ୍ରୀଙ୍କଠାରୁ ଜବାବ ମାଗିଥିଲେ। ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ୮୭ଟି ସ୍ଥାନରେ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ସ୍ଥାନ ଚିହ୍ନଟ କରାଯାଇଥିବା ବେଳେ କୋରାପୁଟ ଜିଲାରୁ ୧୭ଟି ଜାଗାରେ ପ୍ରକଳ୍ପ କରିବା ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ପୂର୍ବରୁ ଫାଷ୍ଟ କମ୍‌ ଫାଷ୍ଟ ସର୍ଭିସ୍‌ ନ୍ୟାୟରେ ପ୍ରକଳ୍ପ କରିବାକୁ ଅନୁମତି ମିଳୁଥିଲା। ୨୦୧୬ରେ ରାଜ୍ୟରେ ନୂତନ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଓଡ଼ିଶା ଅଣ ପାରମ୍ପରିକ ଶକ୍ତି ନୀତି -୨୦୧୬ କାର୍ଯ୍ୟକାରୀ କରିଛନ୍ତି। ଏହି ନୀତି ଅନୁସାରେ ଘରୋଇ ସଂସ୍ଥାଗୁଡିକୁ ଟେଣ୍ଡର ଜରିଆରେ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଅନୁମତି ଦିଆଯାଉଛି। ଏହି ନୀତି ଅନୁଯାୟୀ ଉଦ୍ୟୋଗୀମାନଙ୍କୁ ଜମି ଅଧିଗ୍ରହଣ, ଟିକସ ରିହାତି, ବିଦ୍ୟୁତ୍‌ ଶକ୍ତି ବିକ୍ରି ଆଦି ପ୍ରୋତ୍ସାହନ ଦିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri