Posted inରାଜ୍ୟ

ରାଜ୍ୟରେ ଆସିବ ନୂଆ ଟେଲି ମେଡିସିନ ନୀତି: ଜିଲା ମୁଖ୍ୟ ଚିକିତ୍ସାଳୟରେ ସେବା ଯୋଗାଇବେ ବିଶେଷଜ୍ଞ

ଭୁବନେଶ୍ୱର,୧ା୯(ବ୍ୟୁରୋ): ରାଜ୍ୟ ସରକାର ଖୁବ୍‌ଶୀଘ୍ର ନୂତନ ଟେଲି ମେଡିସିନ ନୀତି ଆଣିବାକୁ ଯାଉଛନ୍ତି। ରାଜ୍ୟରେ ଟେଲି ମେଡିସିନି ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି। କଟକ ଏସ୍‌ସିବି ମେଡିକାଲ କଲେଜରେ ଟେଲି ମେଡିସିନର ନୋଡାଲ ସେଣ୍ଟର ଥିବାବେଳେ ନୂତନ ନୀତି କାର୍ଯ୍ୟକାରୀ ହେଲେ ଏହାକୁ ରାଜ୍ୟର ଅନ୍ୟ ଚିକିତ୍ସାଳୟକୁ ସମ୍ପ୍ରସାରିତ କରାଯାଇପାରିବ। ବୈଠକରେ ଓଡ଼ିଶା ଟେଲି ମେଡିସିନ ନେଟ୍‌ୱର୍କର ବର୍ତ୍ତମାନ ସ୍ଥିତି ସମେତ ଇ-ଆଇସିୟୁ ଏବଂ ଭାରତ ସଞ୍ଚାର ନିଗମର ଯୋଗାଯୋଗ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ଟେଲି ମେଡିସିନର କାର୍ଯ୍ୟକାରିତା ଫଳରେ ୨୦୧୭ ଏବଂ ୨୦୧୮ରେ ରୋଗୀଙ୍କର ୪ କୋଟି ଟଙ୍କାରୁ ଅଧିକ ପକେଟ ଖର୍ଚ୍ଚ ବଞ୍ଚତ୍ୟାଇଥିବା ସୂଚନା ଦିଆଯାଇଛି।

ତେବେ ନୂତନ ନୀତି ନେଇ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଟେଲି ମେଡିସିନି ନେଟ୍‌ଓ୍ବର୍କକୁ ସମସ୍ତ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନା, ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ୱେଲ୍‌ନେସ୍‌ ସେଣ୍ଟର ସହିତ ଯୋଡ଼ିଦିଆଯିବ। ଏହା ଫଳରେ ଗାଁ ଗହଳିରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ ସିଧାସଳଖ ବିଶେଷଜ୍ଞ ଚିକିତ୍ସକଙ୍କ ସେବା ପାଇପାରିବେ। ଏହା ବ୍ୟତୀତ ସମସ୍ତ ମେଡିକାଲ କଲେଜରେ ଇ-କ୍ଲାସ୍‌ ରୁମ୍‌ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ଆବଶ୍ୟକ ପଡୁଥିବା ମାନବସମ୍ବଳ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। ଟେଲି ମେଡିସିନ କାର୍ଯ୍ୟକାରିତା ଲାଗି ଇଣ୍ଟରନେଟ୍‌ ଅତ୍ୟନ୍ତ ଜରୁରୀ ହୋଇଥିବା ଯୋଗୁ ନିରବଚ୍ଛିନ୍ନ ବେଗଗାମୀ ଇଣ୍ଟରନେଟ୍‌ ପାଇଁ ଅପ୍ଟିକାଲ ଫାଇବର ସଂଯୋଗ ଦେବାକୁ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଓଡ଼ିଶା ଟେଲି ମେଡିସିନର ଅବୈତନିକ ପରାମର୍ଶଦାତା ଡା. ପ୍ରଫେସର ବି.ଏନ୍‌. ମହାନ୍ତି ଏବଂ ଅନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ଚିକିତ୍ସା ସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ, ଉନ୍ନତ ଯନ୍ତ୍ରପାତି ଏବଂ ବିଶେଷଜ୍ଞ ଚିକିତ୍ସକଙ୍କ ଦ୍ୱାରା ସେବା ଯୋଗାଇବା ଦିଗରେ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମା’ମାନଙ୍କ ଆତ୍ମବିଶ୍ୱାସ ମିଶନଶକ୍ତିକୁ ୧ ନଂ କରାଇଛି’

ଭୁବନେଶ୍ୱର,୨ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନସ୍ଥିତ କନ୍‌ଭେନସନ୍‌ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ...

ଅସଲି ସୁନା ଦେଖାଇ ନକଲି ବିକ୍ରି କରୁଥିଲେ, ବନ୍ଧା ହେଲେ ୨

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଅସଲି ସୁନା ଅଳଙ୍କାର ଦେଖାଉଥିଲେ। ହେଲେ କୌଶଳକ୍ରମେ ନକଲି ଦେଇ ଠକୁଥିଲେ। ଏଭଳି ଠକେଇ କରୁଥିବା ଏକ ଗ୍ୟାଙ୍ଗ୍‌ର ୨ଜଣଙ୍କୁ ଗିରଫ କରିଛି ଶହୀଦନଗର...

ଦାରିଙ୍ଗବାଡି ଘାଟିରେ ଫସି ରହିଲା ପ୍ରବାସୀଙ୍କ ବସ୍‌ : ସାରା ରାତି ସମୟ କାଟିଲେ ଶ୍ରମିକ

ସୋରଡା,୨୪ା୫,(ଡି.ଏନ.ଏ.)-ତାମିଲନାଡୁର କୋଏମ୍ବାଟୁରରୁ ୩୨ ଜଣ ପ୍ରବାସୀ ଓଡିଆଙ୍କୁ ଧରି ବଲାଙ୍ଗୀର ଅଭିମୁଖେ ଆସୁଥିବା ଏକ ବସ୍‌ ଶନିବାର ରାତି ୧୦ଟାରେ ଗଞ୍ଜାମ ଜିଲା ସୀମାନ୍ତ ସୋରଡା-ଦାରିଙ୍ଗବାଡ଼ି...

କମୁଛି ସବୁ ନଦୀ ଜଳସ୍ତର, ଆଜି ଝଡ଼ତୋଫାନ ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଉପର ମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ଼ ବନ୍ୟାର ଭୟ ଟଳିଯାଇଛି। ମହାନଦୀ ସମେତ ପ୍ରାୟ ସମସ୍ତ ନଦୀରେ ବନ୍ୟାଜଳ ବିପଦ...

ଗଛରେ ପିଟି ହେଲା କାର୍‌, ଗୋଟିଏ ପରିବାରର ୬ ଗୁରୁତର

ଅନୁଗୋଳ ଅଫିସ,୨ା୫: ପାଲଲହଡ଼ା ଥାନା ଝିମିରିପାଲି  ଶିବମନ୍ଦିର ନିକଟ ୧୪୯ ନଂ. ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତାକଡ଼ରେ ଥିବା ବରଗଛରେ ପିଟି...

ଭିମ୍‌ସାର ଘଟଣା ଭିନ୍ନ ରୂପ ନେଲା: ସୀମା ଭୁଲିଯାଇଥିଲେ ଡାକ୍ତର

ସମ୍ବଲପୁର,୨୨ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ରବିବାର ମାଡ଼...

ରାଜଧାନୀରେ ଡେରା ପକାଇଛନ୍ତି ଦେହଜୀବୀ

ଭୁବନେଶ୍ୱର,୧୪।୩ (ବ୍ୟୁରୋ): ଦେହ ଦଲାଲମାନେ ରାଜଧାନୀକୁ ବାଂଲାଦେଶୀ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଛନ୍ତି। ଏହି ର଼୍ୟାକେଟର ମାଷ୍ଟରମାଇଣ୍ଡ ଅଞ୍ଜଳି ଦିଦି ଓରଫ ରୁକ୍‌ସାର୍‌ ବେଗମ୍‌୍‌ଙ୍କୁ...

ବରପଦା-ଆଗରପଡ଼ା ରାସ୍ତା ପୁନଃନିର୍ମାଣ ନ ହେଲେ ଆନ୍ଦୋଳନ

ବନ୍ତ,୨୮।୮(ସ୍ବ.ପ୍ର.): ଭଦ୍ରକ ଜିଲା ବରପଦା-ଆଗରପଡ଼ା ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଆଗାମୀ ୧୫ ଦିନ ମଧ୍ୟରେ ଏହି ରାସ୍ତା ପୁନଃନିର୍ମାଣ କରାଯିବାକୁ ଭାରତର କମ୍ୟୁନିଷ୍ଟ...

Advertisement
Archives

Model This Week