ରାଜ୍ୟରୁ ନିଶା ବନ୍ଦ ଦାବିରେ ନବୀନ ନିବାସ ଘେରାଉ ଉଦ୍ୟମ: ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି, ୩୦ ଗିରଫ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟରେ ନିଶା ବନ୍ଦ ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ତା’ର ଆନ୍ଦୋଳନକୁ ଜୋର୍‌ଦାର କରିଛି। ସଙ୍ଗଠନ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ଧାରଣା ଚାଲିଥିବାବେଳେ ଶନିବାର ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ସଭାପତି ପଦ୍ମଚରଣ ନାୟକଙ୍କ ନେତୃତ୍ୱରେ ସଙ୍ଗଠନର ପ୍ରାୟ ଶହେରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ସଦସ୍ୟ ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ନବୀନ ନିବାସ ଆଡ଼କୁ ଯାଉଥିଲେ। ଶିଶୁ ଭବନ ଛକରେ ପୋଲିସ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ମହିଳା ଆନ୍ଦୋଳନକାରୀମାନେ ରାସ୍ତାରେ ଶୋଇଯାଇଥିଲେ। ଏହାକୁ ନେଇ ସେଠାରେ ବହୁ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପୋଲିସ ୩୦ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସନ୍ଧ୍ୟାରେ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡିଛି।

ସଂଗଠନ ସଭାପତି ପଦ୍ମଚରଣ କହିଛନ୍ତି, ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡିଶାରେ ନିଶା ନିବାରଣ ଆଇନ ପାରିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କୌଣସି ସରକାର ଏ ଦିଗରେ ଆନ୍ତରିକତା ଦେଖାଉନାହାନ୍ତି। କିନ୍ତୁ ବର୍ତ୍ତମାନର ସରକାର ଏହି ଆଇନକୁ ଓଲଟାଇ ଦେଇଛନ୍ତି। ସରକାର ମଦ ବନ୍ଦ କରିବା ବଦଳରେ ଅଧିକ ରାଜସ୍ବ ଲାଗି ଏହି ବ୍ୟବସାୟକୁ ବଢ଼ାଇବା ପାଇଁ ପୁରସ୍କାର ଘୋଷଣା କରିଛନ୍ତି। ଫଳରେ ନାବାଳକଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ପରିବାର ଓ ଗାଁରେ ନାନା ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ବହୁ ପରିବାର ଉଜୁଡି ଯାଇଥିବାବେଳେ ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ମଧ୍ୟ ବାଟବଣା ହୋଇଛି। ଏଥିଯୋଗୁ ବହୁ ଅପରାଧ ବଢ଼ୁଛି। ଅନେକ ଜୀବନ ଯାଉଛି। ତେଣୁ ତୁରନ୍ତ ନିଶା ନିବାରଣ ଆଇନ କାର୍ଯ୍ୟକାରୀ ହେଉ ବୋଲି ସେ ଦାବି କରିଛନ୍ତି। ନଚେତ ଆଗକୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭରେ ସଂଗଠନର କାହ୍ନୁଚରଣ ବେହୁରା, ଡ.ବିଜୟ ସ୍ବାଇଁ, ରମାକାନ୍ତ ମଣ୍ଡଳ, ଖଗେଶ୍ୱର ବଳ, ବାଣୀ ଦାସ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପହାର ଲୋଭରେ ହରାଇଲେ ୩.୯୫ ଲକ୍ଷ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଜଣେ ଯୁବକ ବିବାହ କରିବାକୁ ଯାଇ ଓଡ଼ିଆ ମାଟ୍ରିମୋନିରେ ବିଜ୍ଞାପନ ଦେବା ପରେ ବଡ଼ଧରଣର ସାଇବର ଠକେଇର ଶିକାର ହୋଇଛନ୍ତି। ସେଥିରେ ଜଣେ ଯୁବତୀ...

‘ମିଛ ଧରାପଡ଼ିଲାଣି, ଭୁଲ ସ୍ବୀକାର କରନ୍ତୁ’

ପୁରୀ ଅଫିସ,୨୩।୫ :ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଶାସନ ପକ୍ଷରୁ ରାତିଅଧରେ ଜିପିଆର୍‌ଏସ୍‌ ପରେ ତେଜିଛି ରାଜନୀତି। ପ୍ରକଳ୍ପ କାର୍ଯ୍ୟ ପାଇଁ ଜିପିଆର୍‌ଏସ୍‌ ହୋଇଥିବା ପୁରୀ...

ବଦଳିବ ଯୁକ୍ତ ୩ ପରୀକ୍ଷା ଢାଞ୍ଚା

ଭୁବନେଶ୍ୱର, ୧୧-୯(ବ୍ୟୁରୋ):ଯୁକ୍ତ ୩ ପରୀକ୍ଷା ଢାଞ୍ଚା ବଦଳିବ। ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଦୃଷ୍ଟିରେ ରଖି ସିଲାବସ୍‌ ମଧ୍ୟ ସେହିପରି ପ୍ରସ୍ତୁତ କରାଯାଇଛି। ସେଥିପାଇଁ ଚଳିତ ବର୍ଷଠାରୁ ନୂଆ...

ଜାତୀୟ ଆନ୍ତଃ ବିଭାଗୀୟ ହକିରେ ଓଡ଼ିଆଙ୍କ କୃତିତ୍ୱ

ଭୁବନେଶ୍ୱର, ୧୦।୩(କ୍ରୀଡ଼ା ପ୍ରତିନିଧି):ହକି ଇଣ୍ଡିଆ ଆନୁକୂଲ୍ୟରେ ବେଙ୍ଗାଲୁରୁଠାରେ ବୁଧବାର ଜାତୀୟ ଆନ୍ତଃ ବିଭାଗୀୟ ହକି ଟୁର୍ନାମେଣ୍ଟ ଶେଷ ହୋଇଛି। ଏହାର ଫାଇନାଲରେ ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ...

କରୋନା ପରେ ଓଡ଼ିଶାକୁ ବାତ୍ୟା ଭୟ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସମଗ୍ର ଦେଶ କରୋନା ଭାଇରସ୍‌ ସଂକ୍ରମଣ ମହାସଙ୍କଟ ଦେଇ ଗତି କରୁଛି। ଦିନକୁ ଦିନ ଦେଶ ଓ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।...

ବିଜେଡି ବିଧାୟକ ଦଳ ବୈଠକ:ସକରାତ୍ମକ ଅଂଶଗ୍ରହଣ ନେଇ ମୁଖ୍ୟମନ୍ତ୍ରୀ ଆଶାବାଦୀ

ଭୁବନେଶ୍ୱର,୨୩।୬(ବ୍ୟୁରୋ)- ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ରବିବାର ବିଜେଡି ବିଧାୟକ ଦଳ ବୈଠକ ବସିଛି। ବୈଠକ ପରେ ଦଳ ତଥା ଗୃହର ନେତା ନବୀନ ପଟ୍ଟନାୟକ...

୨ଟି ଆସନରେ ବିଜେଡିର ବାଜିମାତ୍‌

ବରଗଡ଼ ଅଫିସ,୨୭ା୨: ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଶନିବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ତେବେ ଗଣତି...

ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ହଟିବ ଜବରଦଖଲ: ଆଜି ସର୍ଭେ, ଖୁବ୍‌ଶୀଘ୍ର ଉଚ୍ଛେଦ

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଶ୍ରୀମନ୍ଦିର ଭଳି ରାଜ୍ୟର ଅନ୍ୟତମ ଐତିହ୍ୟ ତଥା ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଜବରଦଖଲ ହଟିବ। ସେହିଭଳି ବିନ୍ଦୁ ସାଗର ପାର୍ଶ୍ୱରେ...

Advertisement
Archives

Model This Week