Posted inଜାତୀୟ

ରାଜ୍ୟପାଳ ଭଗତ ସିଂଙ୍କୁ ଫେରାଇ ନେବାକୁ କେନ୍ଦ୍ରକୁ ଅନୁରୋଧ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ,୧୩ ।୨: ଶିବସେନା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭାଜପା ଇସାରାରେ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛି । ଏହାକୁ ନେଇ ମହାରାଷ୍ଟ୍ର ସରକାର କହିଛନ୍ତି କେନ୍ଦ୍ର ସରକାର ଯଦି ଚାହୁଁଛନ୍ତି ସମ୍ବିଧାନ ଠିକ୍ ରହୁ ବୋଲି ତେବେ ସେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଫେରାଇ ନିଅନ୍ତୁ । ଶିବସେନା କହିଛି ମହାରାଷ୍ଟ୍ରରେ ମହା ବିକାଶ ଅଘାଡି(ଏମ୍‌ବିଏ) ସରକାର ସ୍ଥିର ଓ ମଜଭୁତ । କେନ୍ଦ୍ର ସରକାର ଏହା ଉପରେ ଆକ୍ରମଣ କରିବାକୁ ରାଜ୍ୟପାଳଙ୍କ ସାହାରା ନ ନେଉ । ଶିବସେନା ତା’ର ମୁଖପତ୍ର ସାମନାରେ ଲେଖିଛି କି କୋଶିୟାରୀ ଏବେ ଅଛନ୍ତି ଚର୍ଚ୍ଚାରେ । ସେ ତ କିଛିବର୍ଷ ହେବ ରାଜନୀତିରେ ସକ୍ରିୟ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ସହ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ହେଲେ ଯେବେଠାରୁ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କାମ ଆରମ୍ଭ କରିଛନ୍ତି ସେବେଠାରୁ ସେ ଖବରରେ ବା ବିବାଦରେ ରହୁଛନ୍ତି । ନିକଟରେ ରାଜ୍ୟପାଳ ବିମାନ ଯୋଗେ ଡେରାଡୁନ ବାହାରିଥିବା ବେଳେ ମହାରାଷ୍ଟ୍ର ସରକାର କିନ୍ତୁ ତାଙ୍କୁ ସରକାରୀ ବିମାନ ବ୍ୟବହାର କରିବାକୁ ଦେଇ ନ ଥିଲେ । ଫଳରେ ସେ ଘରୋଇ ବିମାନରେ ଯାତ୍ରା କରିଥିଲେ । ଏହାକୁ ନେଇ ଭାଜପା ଶିବସେନା ଉପରେ ବର୍ଷିଥିବା ବେଳେ ଆପଣଙ୍କୁ ଜାଣି ରଖିବା ଉଚିତ କି ଜଣେ ରାଜ୍ୟପାଳ ନିଜ କାମ ପାଇଁ ସରକାରୀ ବିମାନ ବ୍ୟବହାର କରିପାରିବେ ନାହିଁ ବୋଲି କହିଥିଲା ଶିବସେନା । ଏହା ଜାଣି ମଧ୍ୟ ଭାଜପା ଏବେ ଏହାକୁ ଇସ୍ୟୁ କରୁଛି ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟିକା ନେଇ ପୁଣି ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ

ହାଇଦ୍ରାବାଦ,୨୦।୧: କରୋନା ଟିକା ନେଇ ପୁଣି ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ତେଲଙ୍ଗାନାର ର୍ନିମଲ ଜିଲାର ଜଣେ ୪୨ ବର୍ଷିୟ ସ୍ବାସ୍ଥ୍ୟ...

ଉତ୍ତରାଖଣ୍ଡ ବସ୍‌ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଡେରାଡୁନ୍‌,୫।୬: ଉତ୍ତରାଖଣ୍ଡରେ ରବିବାର ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।...

ଜନ ପ୍ରତିନିଧିଙ୍କ ବିରୋଧରେ ମାମଲା ପ୍ରତ୍ୟାହୃତ ପାଇଁ ହାଇକୋର୍ଟଙ୍କ ମଞ୍ଜୁରୀ ଜରୁରୀ: ଏସ୍‌ସି…

ନୂଆଦିଲ୍ଲୀ,୨୫।୮: ଏମ୍‌ପି ଏବଂ ବିଧାୟକଙ୍କ ଭଳି ଜନ ପ୍ରତିନିଧିଙ୍କ ବିରୋଧରେ ଅପରାଧିକ ମାମଲା ପ୍ରତ୍ୟାହାର ଉପରେ ସମ୍ପୂର୍ଣ୍ଣ କଟକଣା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯଦି...

ନେପାଳ ବିମାନ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ଜୟଶଙ୍କର

ନୂଆଦିଲ୍ଲୀ,୧୫।୧: ନେପାଳର ଏକ ଯାତ୍ରୀବାହୀ ବିମାନ ରବିବାର ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬୪ ଜଣଙ୍କର ମୃତ୍ୟୁ ହୋଇଛି। ବିମାନରେ...

ଲକ୍‌ଡାଉନ: ବାହାରକୁ ନ ଯାଇ ପାରି ବାଡିରେ ଖୋଳିଲେ ୨୫ ଫୁଟର କୂଅ

ମୁମ୍ବାଇ,୨୧।୪: କରୋନା ଭାଇରସ ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାରୁ ଏଠାରେ ଅନ୍ୟ ରାଜ୍ୟ...

୧୫ ବର୍ଷ ଧରି ନିଜକୁ ଜୀବିତ ସାବ୍ୟସ୍ତ କରିବା ଲାଗି ଜାରି ରହିଛି ଲଢ଼େଇ

ମିର୍ଜାପୁର,୨୧।୧: ଉତ୍ତରପ୍ରଦେଶ ମିର୍ଜାପୁରରେ ୫୬ ବର୍ଷ ବୟସ୍କ ଭୋଲା ସିଂ ଗତ ୧୫ ବର୍ଷ ଧରି ନିଜକୁ ଜୀବିତ ସାବ୍ୟସ୍ତ କରିବା ଲାଗି ଲଢ଼େଇ ଜାରି...

ପିଏଫଆଇ ବିରୋଧରେ କେନ୍ଦ୍ରର ପ୍ରତିବନ୍ଧକ କାଏମ: ୟୁଏପିଏ ଟ୍ରିବ୍ୟୁନାଲ…

ନୂଆଦିଲ୍ଲୀ,୨୧।୩ : ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଟ୍ରିବ୍ୟୁନାଲ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଏବଂ ଏହାର ସହଯୋଗୀ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛି। ଜଷ୍ଟିସ...

ବିକ୍ରମକୁ ପାଇଲାନି ନାସା, ଚେଷ୍ଟା ଜାରି ରଖିବ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୭।୯: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମକୁ ଖୋଜି ପାଇଲାନି ଆମେରିକୀୟ ମହାକାଶ ସଂସ୍ଥା ନାସା। ବିକ୍ରମକୁ ଖୋଜିବା ପାଇଁ ଅକ୍ଟୋବରରେ...

Advertisement
Archives

Model This Week