ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଧାମନଗର,୧।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ଦାସଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଗୌରାଙ୍ଗ ଅନେକ ଦିନ ଧରି ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ବେଳେ ଶନିବାର ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି। ସେ ୧୯୮୯ ମସିହାରେ ରାଜ୍ୟପାଳଙ୍କଠାରୁ ଆଦର୍ଶ ଶିକ୍ଷକ ଭାବେ ପୁରସ୍କୃତ ହୋଇଥିଲେ । ଛାତ୍ର ସମୟରେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିବା ଗୌରାଙ୍ଗ ସଂଗ୍ରାମୀ ପେନ୍‌ସନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ। ଏହାସହ ଅଞ୍ଚଳର ଉନ୍ନତୀକରଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ହେତୁ ତାଙ୍କ ମୃତ୍ୟୁ ଖବରପାଇ ସହରରେ ଶୋକରଛାୟା ଖେଳିଯାଇଛି। ମର ଶରୀରକୁ ଭୁବନେଶ୍ୱରରୁ ଭଦ୍ରକ ନିଆଯାଇ ଅସୁରାଳି ବଜାର ପରିକ୍ରମା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦାଉ ସାଧିଲା ଅଦିନିଆ ବର୍ଷା: ଲକ୍ଷାଧିକ ହେକ୍ଟର ଫସଲ ନଷ୍ଟ ଆଶଙ୍କା

ଜଗତ୍‌ସିଂହପୁର ଅଫିସ୍‌, ୪।୧: ଚଳିତ ଖରିଫ ଋତୁରେ ଜଗତ୍‌ସିଂହପୁର ଜିଲାରେ ପ୍ରାୟ ୩,୪୪,୮୦୦ ମେଟ୍ରିକ୍‌ ଟନ୍‌ ଧାନ ଅମଳ ଲକ୍ଷ୍ୟ ରଖାଯାଇଥିବା ବେଳେ ଦାଉ ସାଧିଛି...

କନ୍ୟାବେଡ଼ାବାସୀ କଲବଲ

ବଅଁରପାଳ, ୧୬।୫(ଡି.ଏନ୍‌.ଏ.): ଗ୍ରାମବାସୀ ହାତପାଆନ୍ତାରେ ଯେପରି ପାନୀୟଜଳ ପାଇପାରିବେ ସେଥିଲାଗି ବିଛାଯାଇଛି ପାଇପ୍‌। ନିର୍ମାଣ ହୋଇଛି ଷ୍ଟାଣ୍ଡ୍‌ପୋଷ୍ଟ। ହେଲେ ନା ଆସୁଛି ପାଣି, ନା ମେଣ୍ଟୁଛି...

ପରୀକ୍ଷା କେନ୍ଦ୍ରରେ କ୍ୟାମେରା ଲଗେଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର,୯।୩(ବ୍ୟୁରୋ): ଆସନ୍ତା ଏପ୍ରିଲରେ ଯୁକ୍ତ ଦୁଇ କଳା, ବାଣିଜ୍ୟ,ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।...

ଧାନ ଉଠାଣରେ ଶିଥିଳତା: ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

ବରଗଡ଼ ଅଫିସ,୧୨।୬: ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ଜିଲାର ବିଭିନ୍ନ ମଣ୍ଡିରେ ଏହି ପ୍ରକ୍ରିୟା ଏବେ ମଧ୍ୟ ଅବ୍ୟବସ୍ଥିତ ହୋଇ...

ଘରକୁ ଫେରିଲେ ଇଞ୍ଜିନିୟର ଭିକାରି

ପୁରୀ ଅଫିସ/ଭୁବନେଶ୍ୱର,୨୦।୧(ବ୍ୟୁରୋ): ଘରୁ ବିମୁଖ ହୋଇ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ। ଜଣେ ଉଚ୍ଚଶିକ୍ଷିତ ହୋଇ ମଧ୍ୟ କୌଣସି କାମଧନ୍ଦା ପାଇ ନ ଥିଲେ। କିଛିଦିନ ଏଣେତେଣେ...

ଭଙ୍ଗାଯାଉନି ବିପଦସଙ୍କୁଳ ଶ୍ରେଣୀଗୃହ : ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ

ନୟାଗଡ଼ ଅଫିସ/ନୂଆଗାଁ (ଡି.ଏନ.ଏ.)୨୭।୯: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଚାହାଳିସ୍ଥିତ ଜନଶକ୍ତି ନୋଡ଼ାଲ ଉଚ୍ଚବିଦ୍ୟାଳୟରେ କେତେକ ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ଜୀବନ...

ଦାୟିତ୍ୱ ନେଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ଅସିତ ତ୍ରିପାଠୀ। କିଛି ଦିନ ତଳେ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସ୍ଥାନରେ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୩ ଆକ୍ରାନ୍ତ, ମୋଟ ସୁସ୍ଥଙ୍କ ସଂଖ୍ୟା ୪,୯୪୬ରେ ପହଞ୍ଚିଲା

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୯୪୬ରେ ପହଞ୍ଚିଛି।...

Advertisement
Archives

Model This Week