Posted inଖେଳ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଆଜିଠାରୁ ମୁକାବିଲା, ଭାଗନେବେ ୧୨ ଦେଶ

କଟକ ଅଫିସ,୧୭ା୭-ବୁଧବାରଠାରୁ କଟକରେ ଆରମ୍ଭ ହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ମହାମୁକାବିଲା। ପ୍ରତିଯୋଗିତା ସ୍ଥଳ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୧୨ଟି ଦେଶର ପ୍ରତିଦ୍ୱନ୍ଦୀ ଏଥିରେ ଭାଗନେବେ । ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଦଳଗତ ବିଭାଗର ମୁକାବିଲା ହେବା ବେଳେ ୨୦ରୁ ଉଦ୍‌ଯାପନୀ ଦିବସ ତଥା ୨୨ ତାରିଖ ପର୍ଯ୍ୟନ୍ତ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ବିଭାଗର ମ୍ୟାଚ୍‌ ଖେଳାଯିବ। ଲିଗ ପର୍ଯ୍ୟାୟ ୨ ରାଉଣ୍ଡ ବିଶିଷ୍ଟ ହେବ । ୩ୟ ରାଉଣ୍ଡଟି ହେବ ନକଆଉଟ ପର୍ଯ୍ୟାୟ। ତେବେ ଫାଇନାଲ ଗୁଡ଼ିକ ଦୂରଦର୍ଶନରେ ସିଧାପ୍ରସାରଣ କରାଯିବ ବୋଲି ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ।
ଉଭୟ ମହିଳା ଓ ପୁରୁଷ ବିଭାଗରେ ଭାରତ ଗ୍ରୁପ-ବିରେ ସ୍ଥାନ ପାଇଛି । ବିଶ୍ୱ ର଼୍ୟାଙ୍କିଙ୍ଗ୍‌କୁ ଦୃଷ୍ଟିରେ ରଖି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ଦେଶ ଗୁଡ଼ିକୁ ସ୍ଥାନିତ କରାଯାଇଛି। ପୁରୁଷ ବିଭାଗରେ ଭାରତ ସମେତ ସିଙ୍ଗାପୁର ଓ ସ୍କଟଲାଣ୍ଡ ଏହି ଗ୍ରୁପରେ ଅଛନ୍ତି । ମହିଳା ବିଭାଗର ଗ୍ରୁପ-ବିରେ ଦକ୍ଷିଣ ଆଫ୍ରିକା ଓ ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କା ସହ ଭାରତ ସ୍ଥାନ ପାଇଛି । ପୁରୁଷ ବିଭାଗରେ ଶକ୍ତିଶାଳୀ ସିଙ୍ଗାପୁର ଭାରତ ପାଇଁ ପଦକ ହାସଲରେ ବାଧା ସୃଷ୍ଟି କରିବ ବୋଲି ପୂର୍ବାନୁମାନ କରାଯାଉଥିଲା । ହେଲେ ଭେଟେରାନ ଖେଳାଳିଙ୍କୁ ବିଶ୍ରାମ ଦେଇ ସିଙ୍ଗାପୁର ନବାଗତଙ୍କୁ ସାମିଲ କରି ଟୁର୍ନାମେଣ୍ଟକୁ ଓହ୍ଲାଇଛି । ୨୦୧୩ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫ଟି ଓ ୨୦୧୫ ସଂସ୍କରଣରେ ୪ଟି ଟାଇଟଲ ଜିତିଥିବା ଏହି ଦେଶ ଚଳିତଥରର ଭଲ ପ୍ରଦର୍ଶନ କରିବାନେଇ ଆଶଙ୍କା ରହିଛି। ସେହିପରି ମହିଳା ବିଭାଗରେ ଭାରତର ମୁକାବିଲା ହେବ ଦକ୍ଷିଣଆଫ୍ରିକା ଓ ଶ୍ରୀଲଙ୍କାର ପ୍ରତିଦ୍ୱନ୍ଦୀଙ୍କ ସହ । ଗ୍ରୁପ-ଏରେ ରହିଥିବା ଇଂଲଣ୍ଡ ମଧ୍ୟ ବିଶ୍ୱ ଟେବୁଲ ଟେନିସ କ୍ରୀଡ଼ା ମାନଚିତ୍ରରେ ଏକ ଶକ୍ତିଶାଳୀ ରାଷ୍ଟ୍ର । ଲିଆମ ପିଚଫର୍ଡ ଓ ପଲ ଡ୍ରିଙ୍କହଲଙ୍କ ଭଳି ନାମିଦାମୀ ଖେଳାଳି ଚଳିତ ଥର ଇଂଲଣ୍ଡ ଦଳରେ ନାହାନ୍ତି। ସାମୁଏଲ ୱାଲକର ଦଳର ନେତୃତ୍ୱ ନେବେ । ନାଇଜେରିଆର ଭେଟେରିଆନ ଟିଟି ଖେଳାଳି ଅରୁଣା କ୍ବାଦ୍ରି, ସେଗୁନ ଟୋରିଓଲା ମଧ୍ୟ ଦଳରେ ନାହାନ୍ତି । ସମସ୍ତ ଦିଗକୁ ଦୃଷ୍ଟିରେ ରଖିଲେ ଘରୋଇ ପରିବେଶରେ ଭାରତ ପାଇଁ ଟାଇଟଲ ଜିତିବାର ଆଶା ଅଧିକ ।
ଅଭ୍ୟାସରେ ଶକ୍ତି ପ୍ରଦର୍ଶନ
ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ଭାରତୀୟ ଖେଳାଳି ଅଭ୍ୟାସ କରିଛନ୍ତି । ସଚିନ ତେନ୍ଦୁଲକର ଇନଡୋର ହଲ ବଦଳରେ ଟୁର୍ନାମେଣ୍ଟର ଭେନ୍ୟୁ ଜବାହାରଲାଲ ଇନଡୋର ଷ୍ଟାଡିୟମରେ ଦଳର ତାରକା ଖେଳାଳି ଏ. ଶରଥ କମଲ, ମନିକା ବାତ୍ରା, ଅର୍ଚ୍ଚନା କାମଥ ଅଭ୍ୟାସକୁ ଓହ୍ଲାଇଥିଲେ । କିଛି ସମୟର ୱାର୍ମଅପ ପରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ ଉପସ୍ଥିତ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା । ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଏହା ଭାରତୀୟ ଖେଳାଳିଙ୍କ ଏକ ପ୍ରକାର ଶକ୍ତିପ୍ରଦର୍ଶନ ବୋଲି ଦର୍ଶକ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ପୋଲିସ DG ପଦବୀ ପାଇଁ ୩୩ ବରିଷ୍ଠ IPS ମନୋନୀତ: ଓଡ଼ିଶା କ୍ୟାଡରର୍‌ ୨ ଜଣଙ୍କୁ ମିଳିଲା…

ଭୁବନେଶ୍ୱର,୧୩।୬: ପୋଲିସ DG ପଦବୀ ପାଇଁ ଦେଶରୁ ମୋଟ ୩୩ ଜଣ ବରିଷ୍ଠ IPS ମନୋନୀତ ହୋଇଛନ୍ତି। କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଛି।…

ଆମେରିକାକୁ ଧୋଇଲେ ଜୟଶଙ୍କର: କଡ଼ା ଟାର୍ଗେଟ୍‌ କରି କହିଲେ…

ନୂଆଦିଲ୍ଲୀ,୧୩।୬:ଓମାନ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ନୌସେନାର କାର୍ଯ୍ୟାନୁଷ୍ଠାନରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ଆମେରିକା ନିକଟରେ କଡ଼ା…

ହର୍ମୁଜରେ ଭାରତୀୟ ଜାହାଜ ଉପରେ ହୋଇଛି ଆକ୍ରମଣ: ଟ୍ରମ୍ପଙ୍କ ଦାବିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ଇରାନ

ଓ୍ବାଶିଂଟନ୍‌,୧୩।୬:ହର୍ମୁଜ ପ୍ରଣାଳୀ ନିକଟରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।…

ଗ୍ରାହକଙ୍କୁ ଝଟ୍‌କା: ହୁ ହୁ ବଢିବ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ

ନୂଆଦିଲ୍ଲୀ,୧୩ା୬(ଏଜେନ୍ସି):ପେଟ୍ରୋଲ ଏବଂ ଡିଜେଲର ପ୍ରାରମ୍ଭିକ ମୂଲ୍ୟ ବୃଦ୍ଧିକୁ ନେଇ ପୂର୍ବରୁ କେତେକ ଖାଦ୍ୟ ସାମଗ୍ରୀ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଥିଲା। କିନ୍ତୁ ଇତି…

ମାସେ ବିତିଲା, ତୁଟିନି ଟୋକନ ସମସ୍ୟା: ଲାଗି ରହିଛି ଧାନ କିଣାବିକା ସମସ୍ୟା

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ମାତ୍ର ଧାନ କିଣାବିକା ସମସ୍ୟା ଲାଗି ରହିଛି। ଅନ୍ୟଥର ଅପେକ୍ଷା ଏଥର ଚାଷୀମାନେ ଟୋକନ…

ବିଶ୍ୱ ବ୍ୟବସାୟ ଜଗତରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ଏଲନ ମସ୍କ: ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ…

ନୂଆଦିଲ୍ଲୀ/ଶିକାଗୋ,୧୩ା୬(ରଏଟର୍ସ):ବିଶ୍ୱ ବ୍ୟବସାୟ ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରତିଷ୍ଠିତ ଆମେରିକୀୟ ଉଦ୍ୟୋଗୀ ତଥା ଟେସ୍‌ଲା ଓ ସ୍ପେସ୍‌ଏକ୍ସର ମୁଖ୍ୟ ଏଲନ୍‌ ମସ୍କ ବିଶ୍ୱର ପ୍ରଥମ…

ଜୀବନ ରକ୍ଷାକାରୀ ମେଡିସିନ ଦର ୫୦% ବଢ଼ାଇଲେ ସରକାର: କ୍ୟାନ୍‌ସର ଔଷଧ, ଟିଟାନସ୍‌ ମହଙ୍ଗା

ନୂଆଦିଲ୍ଲୀ,୧୩ା୬(ଏଜେନ୍ସି):ରନ୍ଧନ ଗ୍ୟାସ (ଏଲ୍‌ପିଜି), ପେଟ୍ରୋଲ ଓ ଡିଜେଲ ପରେ ଏବେ ଜୀବନ ରକ୍ଷାକାରୀ ଜରୁରିକାଳୀନ ଔଷଧ ଉପରେ ପଶ୍ଚିମ ଏସିଆ ଯୁଦ୍ଧର ସାଙ୍ଘାତିକ ପ୍ରଭାବ ଦେଖିବାକୁ ମିଳିଛି।…

୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି 

ଭୁବନେଶ୍ୱର, ୧୨/୬ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ବିଭାଗ ପକ୍ଷରୁ ଆଗତ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri