ରାଜୁ ହନ୍ତାଳ ହତ୍ୟା ଘଟଣା: ପାପରମେଟଲାରେ ପୁଣି ଉତ୍ତେଜନା: ୧୪୪ ଧାରା ଜାରି

ମାଲକାନଗିରି,୨୦ା୯(ଡି.ଏନ.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଜନ୍ତାପାଇରେ ରାଜୁ ହନ୍ତାଳ ହତ୍ୟା ମାମଲା ନେଇ ପୁଣି ଉତ୍ତେଜନା ଦେଖାଦେଇଛି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରା କରି ପାପରମେଟଲା ନିକଟରେ ଶତାଧିକ ଲୋକ ଏକାଠି ହୋଇଛନ୍ତି। । ଅପ୍ରୀତିକର ପରିସ୍ଥିତକୁ ଏଡାଇବା ଜିଲା ପ୍ରଶାସନ ପୋଲିସ ପକ୍ଷରୁ ସେଠାରେ ୧୪୪ ଧାରା ଜାରି କରାଯାଇଛି । ଜନ୍ତାପାଇରେ ଚାଲିଥିବା ସାପ୍ତାହିକ ହାଟ ବନ୍ଦ କରିବାକୁ ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଇଛି । ଆଦିବାସୀଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବା ପାଇଁ ପୋଲିସ ଡ୍ରୋନ କ୍ୟାମେରାର ସହାୟତା ନେଇଛି । ସମ୍ପୃକ୍ତ ଅଞ୍ଚଳକୁ ଆନ୍ଧ୍ର ପ୍ରଦେଶରୁ କିଛି ବ୍ୟକ୍ତି ଆସିଥିବା ସୂଚନା ପାଇ ପୋଲିସ ଏହାକୁ ଗୁରୁତର ସହ ନେଇଛି। ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଯେକୌଣସି ପ୍ରକାର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ବିଏସଏଫ ଫୋର୍ସ ମୁତୟନ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ରାଙ୍ଗିଣିଗୁଡ଼ା ଗ୍ରାମର ରାଜୁ ନିଜର ୨ଝିଅଙ୍କୁ ଧରି ଔଷଧ ଓ ରାଶନ ସାମଗ୍ରୀ କିଣିବା ପାଇଁ ଜନ୍ତାପାଇ ହାଟକୁ ଯାଇଥିଲେ। ସେଠାରୁ ପୋଲିସ ତାଙ୍କୁ ଉଠାଇ ନେଇଥିଲା। ଏହା ପରେ ଶନିବାର ରାଜୁଙ୍କ ମୃତଦେହ ଜନ୍ତାପାଇ ଅଙ୍ଗନୱାଡ଼ି କେନ୍ଦ୍ର ରୋଷେଇ ଘରୁ ମିଳିଥିଲା। ପରିବାର ଲୋକେ ଓ ଗ୍ରାମବାସୀ ବିଏସ୍‌ଏଫ୍‌ ଯାବାନମାନେ ରାଜୁଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ସେହିଦିନ ରାତିରେ ମୃତଦେହ ରଖି ଥାନା ସମ୍ମୁଖରେ ଆନ୍ଦୋଳନ କରିଥିଲେ। ତା’ ପରଦିନ ଥାନା ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଶାସନ ପକ୍ଷରୁ ଗ୍ରାମରେ ଆଲୋଚନା ବେଳେ ରାଜୁଙ୍କୁ ଡାକି ନେଇଥିବା ବିଏସ୍‌ଏଫ୍‌ ଯବାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରି ନିଜ ଜିଦ୍‌ରେ ଅଟଳ ରହିଥିଲେ। ତେବେ ଗ୍ରାମବାସୀଙ୍କୁ କୌଣସି ପ୍ରକାରେ ବୁଝାଶୁଝା କରି ପୋଲିସ ମୃତଦେହ ବ୍ୟବଚ୍ଛେଦ ଲାଗି ଆଣିଥିଲା। ସୋମବାର ମୃତଦେହ ହସ୍ତାନ୍ତର କରିବାକୁ ଯାଇଥିବା ବେଳେ ପରିବାର ଲୋକେ ଏହାକୁ ଗ୍ରହଣ କରି ନ ଥିଲେ। ପରିବାର ଓ ଗ୍ରାମବାସୀ ବିଏସ୍‌ଏଫ୍‌ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ପୁଣି ଦାବି କରିଥିଲେ। ଏହାକୁ ନେଇ ସେଠାରେ ଅସନ୍ତୋଷ ବୃଦ୍ଧି ପାଇ ଉଗ୍ର ରୂପ ଧାରଣ କରିଥିଲା। ଲୋକେ ପୋଲିସକୁ ଆକ୍ରମଣ କରିଥିଲେ। ଏଥିରେ ୪ଜଣ କନେଷ୍ଠବଳ ଆହତ ହୋଇଥିଲେ। ଲୋକଙ୍କ ରୋଷର ଶିକାର ହୋଇ ଘଟଣାସ୍ଥଳରୁ ଚାଲିଯାଇଥିବା ପୋଲିସ କିଛି ସମୟ ପରେ ବିଏସଏଫ୍‌ ଫୋର୍ସ ଧରି ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ସମୟ ଆଲୋଚନା ପରେ ଏହାର ସମାଧାନ ହୋଇଥିଲା। ପରିବାର ଲୋକେ ମୃତଦେହ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri