ରାଜସ୍ବ ହ୍ରାସ ନେଇ ହେବ ମାନସ ମନ୍ଥନ

ନୂଆଦିଲ୍ଲୀ,୧୮|୧୨ – ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବ। ଏଠାରେ କେନ୍ଦ୍ର ସରକାରଙ୍କ ରାଜସ୍ବ ହ୍ରାସ, ଟିକସ ଢାଞ୍ଚା ଏବଂ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ଭଳି ପ୍ରମୁଖ ପ୍ରସଙ୍ଗଗୁଡିକରେ ମାନସ ମନ୍ଥନ ହେବ। ଏବେ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ସେସ୍‌ ବା ଉପକର ଏବଂ ଜିଏସ୍‌ଟି ହାରରେ ବୃଦ୍ଧି ନେଇ ପଶ୍ଚିମବଙ୍ଗ ସମେତ କିଛି ରାଜ୍ୟ ବିରୋଧ କରୁଛନ୍ତି। ବର୍ତ୍ତମାନ ଖାଉଟି ଏବଂ ଶିଳ୍ପ ଏବେ ଖରାପସ୍ଥିତି ଦେଇ ଗତି କରୁଥିବାରୁ ଏ ସମୟରେ ଜିଏସ୍‌ଟି ବୃଦ୍ଧିକୁ ରାଜ୍ୟଗୁଡିକ ନାପସନ୍ଦ କରୁଛନ୍ତି। ମାତ୍ର ରାଜସ୍ବ ହ୍ରାସ ବୃହତ୍‌ ଥିବାରୁ ଏହାର ଭରଣା ଲାଗି ଜିଏସ୍‌ଟିରେ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି।
ରାଜସ୍ବ ବୃଦ୍ଧି ଲାଗି ବିଭିନ୍ନ ସାମଗ୍ରୀ ଉପରେ ଜିଏସ୍‌ଟି, ଜିଏସ୍‌ଟି କ୍ଷତିପୂରଣ ସେସ୍‌ ବୃଦ୍ଧି, ହାରରେ ପରିବର୍ତ୍ତନ, ଅନୁପାଳନ, ଏବଂ ଟିକସ ଢାଞ୍ଚାରେ ତର୍ଜମା ପାଇଁ ପରାମର୍ଶ ଲୋଡାଯାଇଥିଲା। ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ, ଜିଏସ୍‌ଟି ପରିଷଦ ପକ୍ଷରୁ ରାଜ୍ୟଗୁଡିକୁ ଏକ ଚିଠି ଲେଖାଯାଇଛି। ଟିକସ ପରିସରରୁ ବାହାରେ ରଖାଯାଇଥିବା ସାମଗ୍ରୀ ଉପରେ ଟିକସ ଲାଗୁ ହେବ କି ନାହିଁ ସେ ସମ୍ପର୍କରେ ପରାମର୍ଶ ଲୋଡା ଯାଇଛି। ଏହା ଅତ୍ୟନ୍ତ କ୍ଷତିକାରକ। ବର୍ତ୍ତମାନର ଟିକସ ଢାଞ୍ଚାରେ କୌଣସି ପରିବର୍ତ୍ତନ ନ ହେବା ଆବଶ୍ୟକ। ଏହାବାଦ କୌଣସି ନୂଆ ସେସ୍‌ ଲାଗୁ ନ ହେବା ଉଚିତ। କାରଣ ମୁଦ୍ରାସ୍ଫୀତି ଏବଂ ମାନ୍ଦାବସ୍ଥା ଯୋଗୁ ଶିଳ୍ପ ଏବଂ ଖାଉଟି ଏବେ ପ୍ରଭାବିତ ସ୍ଥିତିରେ ରହିଥିବା ମିତ୍ର ଚିଠିରେ ଉଲ୍ଲେଖ କରିଛନ୍ତି।
ଏଭଳି ସ୍ଥିତିରେ ନୂଆ ଟିକସ ଢାଞ୍ଚା ଏବଂ ସେସ୍‌ ଦ୍ୱାରା ବୋଝ ଲଦିବା ପରିବର୍ତ୍ତେ ନୂଆ ଉପାୟ ଉପରେ ଚିନ୍ତା କରିବାକୁ ହେବ ବୋଲି ମିତ୍ର ମତ ରଖିଛନ୍ତି। ଏହି ସମୟରେ ଶିଳ୍ପଗୁଡିକୁ କିଛି ସହାୟତା ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଟିକସ ହାରରେ ପରିବର୍ତ୍ତନ କରି ରାଜସ୍ବ ହାସଲ କରିବା ଅପେକ୍ଷା ଟିକସ ଚୋରି ଏବଂ ଠକେଇ ରୋକିବା ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ସୋମବାର କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ୩୫,୨୮୯ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି। ବଜେଟରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ତୁଳନାରେ ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ନଭେମ୍ବର ସମୟରେ ରାଜସ୍ବ ସଂଗ୍ରହ ୪୦% କମିଛି। ଏପ୍ରିଲ ନଭେମ୍ବର ସମୟରେ କେନ୍ଦ୍ର ସରକାର କେନ୍ଦ୍ର ଜିଏସ୍‌ଟି ବାବଦ ୩.୨୮ ଲକ୍ଷ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିଛନ୍ତି। ଏହି ସମୟରେ ୫.୨୬ ଲକ୍ଷ କୋଟି ରାଜସ୍ବ ସଂଗ୍ରହ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri