ରାଜସ୍ବ ମନ୍ତ୍ରୀଙ୍କ ନଗଡ଼ା ଗସ୍ତ

କାଳିଆପାଣି,୧୦ା୧(ଡିଏନଏ): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାର ସକାଳେ ନଗଡ଼ା ଗସ୍ତ କରି ସେଠାକାର ସ୍ଥିତି ପରିଖି ଥିଲେ। ବୁଧବାର କାଳିଆପାଣିରେ ଚାଲିଥିବା ସୌରିକ ମହୋତ୍ସବ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଖଣି ନିଗମ ଅତିଥିଶାଳାରେ ରାତ୍ରିଯାପନ କରିଥିଲେ। ରାଜସ୍ବ ମନ୍ତ୍ରୀ ନଗଡ଼ାଗସ୍ତ ପୂର୍ବରୁ କୁସୁମୁଣ୍ଡିଆ ଗ୍ରାମକୁ ଯାଇ ବାଡିବଗିଚା କାର୍ଯ୍ୟ ଦେଖିଥିଲେ। ଏହାପରେ ମନ୍ତ୍ରୀ ତଳ ନଗଡ଼ାରେ ପହଞ୍ଚତ୍ ଜୁଆଙ୍ଗ ଜନଜାତି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଜମିପଟ୍ଟା, ସମସ୍ତଙ୍କୁ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, ଭତ୍ତା, ଆବାସ ଯୋଜନାରେ ଗୃହ ଓ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାର୍ଯ୍ୟ ମିଳୁଛି କି ନାହିଁ ଆଦି ସମ୍ପର୍କରେ ଆଲୋଚନା କରି ଜାଣିବାକୁ ଚାହିଁିଥିଲେ। ସ୍ବୟଂସହାୟକ ଗୋଷ୍ଠୀ, ସମନ୍ବିତ ଶିଶୁ ବିକାଶ ଯୋଜନାରେ ଅଙ୍ଗନୱାଡି କାର୍ଯ୍ୟକ୍ରମ ଦ୍ୱାରା ମାତୃ ଓ ଶିଶୁ ସୁରକ୍ଷା ସମ୍ପର୍କରେ ମହିଳାଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଜୁଆଙ୍ଗମାନେ କିପରି ଆତ୍ମନିର୍ଭରଶୀଳ ହେବେ, ସେମାନଙ୍କ କୌଳିକ ବୃତ୍ତି ଥିବା ବାଉଁଶଜାତ ସାମଗ୍ରୀ ନିର୍ମାଣ ପାଇଁ ପ୍ରୋତ୍ସାହନ ପ୍ରଦାନ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଶିକ୍ଷା ସମ୍ବନ୍ଧରେ ଆଲୋଚନା କରିବା ସହିତ ପ୍ରତ୍ୟେକ ପରିବାରରୁ ପିଲାମାନେ ସ୍କୁଲ ଯାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ମନ୍ତ୍ରୀଙ୍କ ଏହି ନଗଡ଼ା ଗସ୍ତରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ସହିତ ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା, ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ, ପୂର୍ବତନ ଉପାଧ୍ୟକ୍ଷ ବିବେକାନନ୍ଦ ବୋଷ ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥି ଭବନରେ ସମୀକ୍ଷା

ନଗଡାରୁ ଫେରି ରାଜସ୍ବ ମନ୍ତ୍ରୀ ମାରାଣ୍ଡି ଓଡ଼ିଶା ଖଣି ନିଗମ ଅତିଥି ଭବନ ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନଗଡାରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଜୁଆଙ୍ଗଙ୍କ ପାଇଁ ଗ୍ରହଣ କରାଯାଇଥିବା ଜୀବନଜୀବିକା କାର୍ଯ୍ୟକ୍ରମରେ ଅଧିକ ରୋଜଗାର ପାଇଁ ହଳଦୀ, ଅଦା, କୁକୁଡା, ଛେଳି, ମହୁ, ସୋରିଷ, ସପୁରି ସହିତ ବିଭିନ୍ନ ପ୍ରକାରର ଫଳଚାଷ କରିବା ପାଇଁ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ୧୩ କୋଟି ବ୍ୟୟରେ ନିର୍ମିତ ହୋଇଥିବା ନଗଡ଼ା ରାସ୍ତା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ବୋଲି କହିଥିଲେ। ଜଙ୍ଗଲ ବିଭାଗର ଅନୁମତି ମିଳୁ ନ ଥିବାରୁ ପିଚୁ କି କଂକ୍ରିଟ ରାସ୍ତା ନିର୍ମାଣ ହୋଇପାରୁନାହିଁ ବୋଲି ଜିଲାପାଳ କହିଥିଲେ। ବୈଠକରେ ଉପସ୍ଥିତ ସହକାରୀ ବନ ସଂରକ୍ଷକ ଶରତ କୁମାର ସାହୁ ଗ୍ରାମ ଉନ୍ନୟନ ବିଭାଗ ପୂର୍ବ ଅନୁମତି ଆଧାରରେ ରାସ୍ତା କାର୍ଯ୍ୟ କରିପାରିବ ବୋଲି କହିଥିଲେ। ନଗଡ଼ାରେ ଜଣେ ଡିଲର ନିଯୁକ୍ତ କରାଯାଇ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟ ସାମଗ୍ରୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନଗଡାରେ ନର୍ସ ଓ ଫାର୍ମାସିଷ୍ଟ ନିଯୁକ୍ତି ଦେବାକୁ ଜିଲାପାଳଙ୍କୁ କହିଥିଲେ। ବୈଠକ ଚାଲୁଥିବା ସମୟରେ ଦାନଗଦି ଓ ସୁକିନ୍ଦା ବ୍ଲକର ଜନପ୍ରତିନିଧିଙ୍କ ସହିତ ବହୁ ବୁଦ୍ଧିଜୀବୀ ୩ ଦଫା ଦାବି ନେଇ ରାଜସ୍ବ ମନ୍ତ୍ରୀଙ୍କୁ ଭେଟିଥିଲେ। କଳିଙ୍ଗନଗରରେ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଜିଲା ପ୍ରଶାସନ ଜମି ଯୋଗାଇ ଦେଉ ନ ଥିବା ଅଭିଯୋଗ କରିଥିଲେ। ଅକ୍ଟୋବର ୨, ୨୦୧୯ ସୁଦ୍ଧା ସୁକିନ୍ଦା ବ୍ଲକର ଏକ ହଜାରରୁ ଊର୍ଦ୍ଧ୍ୱ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିବାକୁ ଜିଲାପାଳ ଘୋଷଣା କରିଥିଲେ। ମାତ୍ର ୪ମାସ ପରେ ବି ଜମି ପଟ୍ଟା ପ୍ରଦାନ ହୋଇ ନ ଥିବାରୁ ଆବାସ ଯୋଜନାରେ ଗୃହ ନିର୍ମାଣ ହୋଇ ପାରୁନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ୧୧୭ କୋଟି ବ୍ୟୟରେ ଟମକା-ମଙ୍ଗଳପୁର ରାସ୍ତା ନିର୍ମାଣ ପାଇଁ ଆଦ୍ୟାବଧି ଜମି ଅଧିଗ୍ରହଣ ହୋଇ ନ ଥିବାରୁ ଏହି ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ଯାହାକୁ ନେଇ ସେମାନେ ଜିଲା ପ୍ରଶାସନକୁ ଦାୟୀ କରି ରାଜସ୍ବ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ୩ଟି ଅଭିଯୋଗର ସଙ୍ଗେ ସଙ୍ଗେ ସମାଧାନ ଦାବି କରି ସେମାନେ ସମୀକ୍ଷା ବୈଠକରେ ତଳେ ଧାରଣାରେ ବସିଥିଲେ। ମନ୍ତ୍ରୀ ଓ ବିଧାୟକ ଏହି ଘଟଣାରେ ହସ୍ତକ୍ଷେପ କରି ବିଭାଗୀୟ ଅଧିକାରୀଙ୍କଠାରୁ ଉତ୍ତର ଚାହିଁଥିଲେ। ମାତ୍ର ବିଭାଗୀୟ ଅଧିକାରୀଙ୍କଠାରୁ ସନ୍ତୋଷଜନକ ଉତ୍ତର ନ ପାଇ ଉଭୟେ ବିରକ୍ତି ପ୍ରକାଶ କରିଥିଲେ। ୭ଦିନ ଭିତରେ ଇଏସ୍‌ଆଇ ଡାକ୍ତରଖାନା ନିମନ୍ତେ ଜମି ଚିହ୍ନଟ କରି ଜିଲାପାଳ ରାଜସ୍ବ ମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଥିଲେ। ସେହିପରି ମାସେ ମଧ୍ୟରେ ଜମି ପଟ୍ଟା ପ୍ରଦାନ କରିବାକୁ ଜିଲା ମଙ୍ଗଳ ଅଧିକାରୀ ଚେତନା ସେଠୀ ଓ ସୁକିନ୍ଦା ତହସିଲଦାର ବିଶ୍ୱଜିତ ଦାସ ମନ୍ତ୍ରୀଙ୍କୁ କହିଥିଲେ। ଟମକା-ମଙ୍ଗଳପୁର ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଜିଲାପାଳ କହିଥିଲେ। ସମୀକ୍ଷା ବୈଠକରେ ରାଜସ୍ବ ମନ୍ତ୍ରୀ, ସ୍ଥାନୀୟ ବିଧାୟକଙ୍କ ସହିତ କଳିଙ୍ଗନଗର ଏଡିଏମ୍‌ ସନ୍ତୋଷ କୁମାର ମିଶ୍ର, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଡିଏମ୍‌ଏଫ୍‌ର ପିଏମ୍‌ୟୁ ମୁଖ୍ୟ କୁମାର ଶୁଭାଶିଷ, ଗ୍ରାମ ଉନ୍ନୟନ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ, ଜଙ୍ଗଲ ବିଭାଗ, ଉଦ୍ୟାନ ବିଭାଗ, ସ୍ବାସ୍ଥ୍ୟ ଓ ଜୀବିକା ମିଶନର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ରୀନାଙ୍କୁ କଲେ ପୋଷ୍ୟ ସନ୍ତାନ

ତଳ ନଗଡାର ବୁଲୁ ପ୍ରଧାନଙ୍କ ବର୍ଷକର ଝିଅ ରୀନାଙ୍କୁ ରାଜସ୍ବ ମନ୍ତ୍ରୀ ମାରାଣ୍ଡି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ମନ୍ତ୍ରୀ ରୀନାଙ୍କୁ କୋଳେଇ ନେଇ ତାଙ୍କର ସମସ୍ତ ଦାୟିତ୍ୱ ନିଜେ ନେବେ ବୋଲି ଘୋଷଣା କରିଥିଲେ। ରୀନାଙ୍କ ପାଠ ପଢ଼ିବା ଓ ବଢ଼ିବାର ସମସ୍ତ ଦାୟିତ୍ୱ ସେ ନେଲେ ବୋଲି କହିବା ସହିତ ଜୁଆଙ୍ଗ ସମ୍ପ୍ରଦାୟର ସମସ୍ତ ଛାତ୍ରୀଛାତ୍ରଙ୍କୁ ସାଙ୍ଗରେ ଧରି ଆମେ ପଢ଼ିବା, ଆମେ ଗଢ଼ିବା ନାରା ଦେଇଥିଲେ। ଆସନ୍ତା ଫେବୃୟାରୀରେ ସେ ପୁଣି ନଗଡ଼ା ଆସି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ସହିତ ରୀନାଙ୍କୁ ଦେଖା କରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥର ବାଇକ୍‌ ଦୁର୍ଘଟଣା, ଚାଳକ ଗୁରୁତର

ହାଟଡିହୀ,୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଆନନ୍ଦପୁର-ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥର ହାଟଡିହୀ ପୋଷ୍ଟ ଅଫିସ ନିକଟରେ ଏକ ବାଇକ୍‌ ଦୁର୍ଘଟଣା ଘଟି...

ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି...

୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ...

ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା।...

ସରକାରୀ ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ

କେନ୍ଦ୍ରାପଡ଼ା, ୭ା୫ (ଜଗନ୍ନାଥ ଧଳ):ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ...

କାଲିର ବିରୋଧୀ ଆଜି ଭାଇ-ଭାଇ

ରାଜନଗର,୭ା୫(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ନେତାଙ୍କ ଦଳ ବଦଳ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣିଛି। ଏଠାରେ ବିଧାୟକ ଧ୍ରୁବ ସାହୁଙ୍କୁ ବିଜେଡି...

୪ ଆସନରେ ନାମାଙ୍କନ ଭରି ଚର୍ଚ୍ଚାରେ ଜ୍ଞାନେନ୍ଦ୍ର

ସମ୍ବଲପୁର,୭।୫(ଭବାନୀ ଶଙ୍କର ଭୋଇ):ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି । ଏମିତି ଜଣେ ସ୍ବାଧୀନ ପ୍ରାର୍ଥୀ ହେଲେ ଜ୍ଞାନେନ୍ଦ୍ର...

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri