ରାଜସ୍ବ ବିଭାଗରେ ମୋ’ ସରକାର ବିଫଳ: ବନ୍ଦ ହେଉନି ମେଶିନରେ ବାଲି ଉତ୍ତୋଳନ, ଜୀବିକା ହରାଉଛନ୍ତି ଶ୍ରମିକ

ଯାଜପୁର ଅଫିସ,୮।୩: ରାଜସ୍ବ ଓ ପ୍ରାକୃତିକ ବିପଯର୍ର୍‌ୟୟ ପରିଚାଳନା (ଆରଆଣ୍ଡଡିଏମ୍‌) ବିଭାଗ ଗତ ୨୬ତାରିଖଠାରୁ ମୋ’ସରକାର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛି। ହେଲେ ଏଯାଏ ମୋ’ ସରକାର ଯୋଜନାର ତାତ୍ପର୍ଯ୍ୟ ଯାଜପୁର ଜିଲା ରାଜସ୍ବ ବିଭାଗର ତହସିଲ କାର୍ଯ୍ୟଳୟଗୁଡ଼ିକୁ ପହଞ୍ଚି ପାରିନାହିଁ। ମୋ’ସରକାର କାର୍ଯ୍ୟକ୍ରମରେ ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆମତ୍ା ବୋଲି ଅଭିହିତ କରାଯାଇଛି। କିନ୍ତୁ ଜିଲାର ବ୍ୟାସନଗର ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ସାଆଁଳ ମୌଜାର ୧୨.୫୦ ଏକର ପରିମିତ ଅଞ୍ଚଳରେ ମେଶିନ ଦ୍ୱାରା ବାଲି ଉତ୍ତୋଳନ ବନ୍ଦ ହେଉନି। ଶ୍ରମିକ ନିୟୋଜନ କରି ହାତରେ ବାଲି ଉତ୍ତୋଳନ ପାଇଁ ଲିଜ୍‌ ଦିଆଯାଇଥିବାବେଳେ ମେଶିନ ଲଗାଇ ଶ୍ରମିକଙ୍କ ପେଟରେ ଲାତ ମରାଯାଉଛି। ଏଠାରେ ଜନସାଧାରଣ ଗଣତନ୍ତ୍ରର ଆମତ୍ା ନୁହେଁ ବରଂ ତହସିଲ ଅଧିକାରୀ ଓ ଜନପ୍ରତିନିଧି ବାଲି ମାଫିଆଙ୍କ ଆମତ୍ା ହୋଇଛନ୍ତି ବୋଲି ଆଲୋଚନା ହେଉଛି।

୨୦୧୭ରେ ବାଲି ଖାଦାନ ଓ ପରିବହନରେ ପ୍ରଭାବିତ ସାଆଁଳା ଓ ଆଖପାଖ ଗ୍ରାମବାସୀ ବ୍ୟାସନଗର ତହସିଲଦାରଙ୍କ ସମେତ ଉପଜିଲାପାଳ, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ସମ୍ପୃକ୍ତ ବାଲି ବ୍ୟବସାୟୀଙ୍କ କବ୍‌ଜାରେ ଜିଲା ରାଜସ୍ବ ବିଭାଗର ଅଧିକାଂଶ ଅଧିକାରୀ ଛନ୍ଦି ହୋଇଥିବାରୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲା ନାହିଁ। ଏହାପରେ ସାଆଁଳା ଗ୍ରାମବାସୀ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଥିଲେ। ତଥାପି ଏହି ବାଲି ବ୍ୟବସାୟରେ ସମ୍ପୃକ୍ତ ଅଧିକାରୀମାନେ ଚୂପ ହୋଇ ରହିଛନ୍ତି। ଅନ୍ୟପକ୍ଷେ ବାଲି ଲିଜ୍‌ଧାରୀ ଗାଡ଼ି ମାଲିକଙ୍କଠାରୁ ନିର୍ଦ୍ଧାରିତ ଦରଠାରୁ ଦୁଇଗୁଣରୁ ଊର୍ଦ୍ଧ୍ୱ ଟଙ୍କା ନେଉଛନ୍ତି। ଟିପ୍ପର ଗାଡ଼ିରେ ବାଲି ସିଏମ୍‌ ପ୍ରତି ୩୬ ଟଙ୍କା ଦର ନିର୍ଦ୍ଧାରିତ ହୋଇଛି। ଫଳରେ ୬ସିଏମ୍‌ ବାଲି ପରିବହନ ପାଇଁ ୨୧୬ ଟଙ୍କା, ଲୋଡିଂ ବାବଦକୁ ୨୦୦ ଟଙ୍କା, କଣ୍ଟ୍ରାକ୍ଟର ଲାଭ ୧୨ପ୍ରତିଶତ ଅନୁସାରେ ୫୦ ଟଙ୍କା ଭାବେ ସମୁଦାୟ ୪୬୬ ଟଙ୍କା ହେବା କଥା। କିନ୍ତୁ ଠିକାଦାର ୪୬୬ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ଦର ନେଉଛନ୍ତି। ସେହିପରି ହାଇୱାରେ ସିଏମ୍‌ ପ୍ରତି ବାଲି ମୂଲ୍ୟ ୩୬ ଟଙ୍କା ହିସାବରେ ୧୪ ସିଏମ୍‌କୁ ୫୦୪ ଟଙ୍କା, ଲୋଡିଂ ବାବଦକୁ ୪୦୦ ଟଙ୍କା ଓ କଣ୍ଟ୍ରାକ୍ଟର ଲାଭ ୧୨ ପ୍ରତିଶତ ଅନୁସାରେ ୧୦୮ ଟଙ୍କା ଭାବେ ମୋଟ ୧୦୧୨ ଟଙ୍କା ହେବା କଥା। କିନ୍ତୁ ହାଇୱା ଗାଡ଼ି ପ୍ରତି ଠିକାଦାର ୨୫୦୦ ଟଙ୍କା ନେଉଛନ୍ତି। ଏନେଇ ଗ୍ରାମବାସୀ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(କେଶ ନମ୍ବର-୧୬୨/୨୦୧୬/ଇଜେଡ) ଏକ ମାମଲା ରୁଜୁ କରିଥିଲେ। ହେଭି ଭେଇକିଲ ଓ ମେଶିନ ସହାୟତାରେ ବାଲି ଉତ୍ତୋଳନ ନ କରି ମାନୁଆଲ ବାଲି ଉତ୍ତୋଳନ କରିବାକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଆଇନର ଉଲ୍ଲଂଘନ କରୁଥିବା ଲିଜ୍‌ଧାରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏଠାରେ ରାଜସ୍ବ, ପୋଲିସ ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) କର୍ତ୍ତୃପକ୍ଷ ଏନ୍‌ଜିଟି ନିର୍ଦ୍ଦେଶକୁ ଭୃକ୍ଷେପ କରି ନାହାନ୍ତି। ୨ଦିନ ତଳେ ବ୍ୟାସନଗର ତହସିଲଦାର ୧୬ନମ୍ବର ଜାତୀୟ ରାଜପଥ, ଷଠିପୁର ଆଦି ସ୍ଥାନରେ ଚଢ଼ାଉ କରି ବାଲି, ମୋରମ, ଚିପ୍ସ ବୋଝେଇ ଗାଡ଼ିଗୁଡିକ ଜବତ କରି ଜରିମାନା ଆଦାୟ କରିଥିଲେ। କିନ୍ତୁ ମେଶିନ ସହାୟତାରେ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ସାଆଁଳା ଘାଟରେ ତହସିଲଦାରଙ୍କ ଦୃଷ୍ଟି ପଡ଼ିନି। ମୋ’ ସରକାର କାର୍ଯ୍ୟକ୍ରମ ଅନୁସାରେ ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ, ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି। ଲୋକମାନେ ହିଁ ପ୍ରକୃତ ମାଲିକ। ତହସିଲ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ହେଲେ ବାଲି ବ୍ୟବସାୟୀଙ୍କ ସ୍ବାର୍ଥକୁ ଏଠାରେ ଅଧିକ ଗୁରୁତ୍ୱ ଦିଆଯାଇ ତହସିଲ କର୍ତ୍ତୃପକ୍ଷ ଐତିହାସିକ ମୋ’ ସରକାର କାର୍ଯ୍ୟକ୍ରମକୁ ଭୁଲି ଯାଇଛନ୍ତି। ଏସଂକ୍ରାନ୍ତରେ ବ୍ୟାସନଗର ତହସିଲର ଭାରପ୍ରାପ୍ତ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳଙ୍କୁ ପଚାରିବାରେ, ସାଆଁଳା ବାଲିଘାଟରେ ଚଢ଼ାଉ କରାଯାଇ ୪ଟି ଗାଡ଼ି ଜବତ କରିବା ସହ ଜରିମାନା ଆଦାୟ ହେଉଛି। ମେଶିନ ଦ୍ୱାରା ଯଦି ବାଲି ଉତ୍ତୋଳନ ହେଉଥିବା ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭୂଜବଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?