ରାଜସ୍ବ ନିରୀକ୍ଷକଙ୍କୁ ଘେରିଲେ ଲୋକେ

ବ୍ରହ୍ମପୁର ଅଫିସ,୭।୬- ପୋଲସରା ତହସିଲ ପାଣ୍ଡିରିପଡ଼ା ଗ୍ରାମପଞ୍ଚାୟତସ୍ଥିତ ରାଜସ୍ବ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ଲାଗି କିଛି ଟଙ୍କା ନେଇ ଆଉ ଦେଉ ନ ଥିବା ଅଭିଯୋଗରେ ରାଜସ୍ବ ନିରୀକ୍ଷକ କବିରାଜ ଚିନ୍ନାରାଙ୍କୁ ଉତ୍ତ୍ୟକ୍ତ ଆଦିବାସୀ କାର୍ଯ୍ୟାଳୟରେ ଘେରାଉ ସହ ହୋହଲ୍ଲା କରିଥିଲେ। ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ ଜଙ୍ଗଲ ଜମି ପଟ୍ଟା ଦେବା ନଁାରେ ୨୦୦ରୁ ୫୦୦ ଟଙ୍କା ଲାଞ୍ଚ ନେଉଥିବା ଆଦିବାସୀମାନେ କହିଥିଲେ। ଆଦିବାସୀମାନଙ୍କୁ ପଟ୍ଟା ମିଳିବାରେ ବିଳମ୍ବ ହେତୁ ସମ୍ପୃକ୍ତ ଆରଆଇଙ୍କୁ ଘେରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆର୍‌ଆଇଙ୍କୁ ଲୋକମାନଙ୍କ କବଳରୁ ଉଦ୍ଧାର କରି ତହସିଲ କାର୍ଯ୍ୟାଳୟରେ ଛାଡିଥିଲେ। ଏନେଇ ଆରଆଇ ଚିନ୍ନାରାଙ୍କୁ ପଚାରିବାରୁ ସେ ଲାଞ୍ଚ ନେବା ଘଟଣାକୁ ଅସ୍ବୀକାର କରିଥିଲେ। ଆଦିବାସୀମାନେ ପଟ୍ଟା ପାଇବାରେ ବିଳମ୍ବ ହେବାରୁ ଏଭଳି ହୋହଲ୍ଲା କରି ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି ସେ କହିଥିଲେ। ତହସିଲଦାର ଅଶୋକ କୁମାର ପ୍ରଧାନଙ୍କୁ ପଚାରିବାରୁ, ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି ପରେ ଜଣାପଡ଼ିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବାଲି ବୋଝେଇ ଟ୍ରକ୍‌ ଜବତ

ଗଞ୍ଜାମ,୧ା୮(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ରବିବାର ଭୋର୍‌ରୁ ୪ଟି ବାଲି ବୋଝେଇ ଟ୍ରକ୍‌ ଜବତ କରିଛି। ଉକ୍ତ ବାଲି ବୋଝେଇ ଟ୍ରକ ନମ୍ବର ଏପି ଓଆର ୦୭...

ସୂର୍ଯ୍ୟମନ୍ଦିର ସ୍ଥିତି ପରଖିଲେ ଆମିକସ୍‌ କ୍ୟୁରି

କୋଣାର୍କ, ୧୩।୮(ଡି.ଏନ୍‌.ଏ.): ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସୁରକ୍ଷା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଆମିକସ୍‌ କ୍ୟୁରି ଆଡଭୋକେଟ୍‌ ଏନ୍‌.କେ. ମହାନ୍ତି ସୋମବାର ମନ୍ଦିରର...

ବିଶାଳ ଦେବ ଅର୍ଥ ସଚିବ

ଭୁବନେଶ୍ୱର,୩୦।୭ (ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଗୁରୁବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ...

ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ବୋଲଗଡ଼,୨୫ା୭(ଡି.ଏନ.ଏ.): ବୋଲଗଡ଼ ବ୍ଲକ କଡ଼ବ ଗ୍ରାମର ଜଣେ ଯୁବକଙ୍କ ସାପ କାମୁଡ଼ାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଅନିସ ରହମନ ଖଁ।(୨୪)।...

ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅପିଲ: ଲକ୍ଷଣ ଦେଖା ଦେଉ ନ ଥିଲେ ବି ପରୀକ୍ଷା କରାଇ ନିଅନ୍ତୁ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟ ତଥା ଦେଶ ବାହାରୁ ଫେରୁଥିବା ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅପିଲ।ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତି ସଂକ୍ରମିତ ହୋଇଥାଇ...

ନନ୍ଦନକାନନ: ୩୫ହଜାର ପର୍ଯ୍ୟଟକ

ବାରଙ୍ଗ,୨ା୧(ଡି.ଏନ୍‌.ଏ): ନୂଆବର୍ଷର ପ୍ରଥମ ଦିନରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ୩୫ହଜାର ୮୪୭ଜଣ ପର୍ଯ୍ୟଟକ ଆସିଥିବା ନନ୍ଦନକାନନ ଉପନିର୍ଦ୍ଦେଶ ଜୟନ୍ତ କୁମାର ଦାଶ କହିଛନ୍ତି। ଗତ କିଛିଦିନ...

୨୬୧ ଲିଟର ମଦଜବତ, ପୋଚ ନଷ୍ଟ

ଧରାକୋଟ,୧୧ା୪(ଡି.ଏନ.ଏ.)- ଧରାକୋଟ ଥାନା ଜଗମୋହନ ପଞ୍ଚାୟତ ଚମ୍ପାପଲ୍ଲୀ ଗ୍ରାମରେ ଧରାକୋଟ ପୋଲିସ ଓ ଆସିକା ପୋଲିସ ମିଳିତ ଭାବେ ଚଢ଼ାଉ କରି ୮ ହଜାର ଲିଟର...

୫ ଜଣ ଏକାଠି ହେଲେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର, ୨୯।୪ (ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାରେ କରୋନାର ଦ୍ୱିତୀୟ ଲହରରେ ସ୍ଥିତି ଗୁରୁତର ହୋଇ ପଡୁଛି। ବିଶେଷ କରି ସହରାଞ୍ଚଳରେ କରନା ସଂଖ୍ୟା ଅଧିକ ଥିବାରୁ...

Advertisement


Archives

Model This Week

Why Dharitri