ରାଜଧାନୀରେ ୩୦ ମହିଳାଙ୍କଠାରୁ ଲୁଟ୍‌ ଘଟଣା: ଧରାପଡ଼ିଲା ୨ଜଣିଆ ଲୁଟେରା ଗ୍ୟାଙ୍ଗ୍‌; ୧୫ ମୋବାଇଲ, ୩୦ ଭ୍ୟାନିଟି, ସୁନା ଅଳଙ୍କାର, ବାଇକ୍‌ ଜବତ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ରାଜଧାନୀରେ ଗତ କିଛିମାସ ହେବ ମାତିଥିବା ଭ୍ୟାନିଟି ଓ ମୋବାଇଲ୍‌ ଫୋନ୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଠାବ କରିଛି କମିଶନରେଟ ପୋଲିସ। ଏହି ୨ଜଣିଆ ଗ୍ୟାଙ୍ଗ୍‌ର ସଦସ୍ୟ କଳା ପଲ୍‌ସରରେ ଆସି ମହିଳାଙ୍କଠାରୁ ଲୁଟ୍‌ପାଟ କରୁଥିଲେ। ଇତିମଧ୍ୟରେ ୩୦ ମହିଳାଙ୍କଠାରୁ ଲୁଟ୍‌ କରିଥିବା ନେଇ ଅଭିଯୋଗ ହୋଇଛ। ତେବେ ପୋଲିସକୁ ଚ୍ୟାଲେଞ୍ଜ କରି ଖସି ଯାଉଥିବା ଏହି ଗ୍ୟାଙ୍ଗ୍‌ର ୨ଜଣ ଓ ଲୁଟ୍‌ ଜିନିଷ କିଣିଥିବା ଜଣଙ୍କୁ ଶନିବାର ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଳାସପଲ୍ଲୀ ଭୋଇସାହିର ଚୁଇଁଆ ଓରଫ ତ୍ରିଲୋଚନ ନାୟକ (୧୯), ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ତପୁ ଓରଫ ସୁଶାନ୍ତ ମହାରଣା(୨୦) ଓ ଧଉଳି ଥାନା ଇଟିପୁରର ଲକି ଓରଫ ପ୍ରତ୍ୟୁଷା ଖଟୁଆ (୧୯)। ସେମାନଙ୍କ ନିକଟରୁ ପୋଲିସ ୧୫ ମୋବାଇଲ୍‌ ଫୋନ୍‌, ୩୦ ଭ୍ୟାନିଟି, ସୁନା ଅଳଙ୍କାର ଓ ଏକ ପଲସରକୁ ଜବତ କରିଛି। ଆଇପିସି ଦଫା ୩୯୧ ଓ କେସ୍‌ ନଂ-୨୮୪/୧୯ ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି।

କେମିତି ଧରାପଡ଼ିଲେ
ଏହି ଗ୍ୟାଙ୍ଗ୍‌ର ସଦସ୍ୟମାନେ ବିଶେଷକରି ମହିଳାଙ୍କୁ ଟାର୍ଗେଟ କରନ୍ତି। ସହର ଭିତରୁ ଲୁଟ୍‌ ପରେ ଧଉଳି ଅଞ୍ଚଳରେ ଥିବା ଏକ ନିଛାଟିଆ ସ୍ଥାନରେ ବସି ଭାଗ ବାଣ୍ଟି ନିଅନ୍ତି। ଭ୍ୟାନିଟ୍‌ରେ ସୁନା ଗହଣା, ମୋବାଇଲ୍‌ ଫୋନ୍‌ ଓ ଅନ୍ୟାନ୍ୟ ସାମଗ୍ରୀକୁ ବିକ୍ରି କରନ୍ତି। ସୁନା ଗହଣାକୁ ସୁନା ଦୋକାନୀଙ୍କୁ ବିକୁଥିବାବେଳେ ମୋବାଇଲ୍‌ ଫୋନ୍‌କୁ ଅତି କମ୍‌ ଦାମରେ ଧଉଳି ଅଞ୍ଚଳର ସ୍ଥାନୀୟ ପିଲାଙ୍କୁ ବିକ୍ରି କରନ୍ତି। ଗତ ମାସ ୭ ତାରିଖରେ ସୁଚିସ୍ମିତା ଦାଶ ବଜାରକୁ ଆସି ସୂର୍ଯ୍ୟନଗରସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ତପୁ ଓ ଚୁଇଁଆ ଏକ ପଲସରରେ ଆସି ମହିଳାଙ୍କ ଭ୍ୟାନିଟ ବ୍ୟାଗ୍‌ ଲୁଟି ନେଇଥିଲେ। ବ୍ୟାଗ୍‌ରେ ନଗଦ ୪ହଜାର ଟଙ୍କା ସହ ମୋବାଇଲ୍‌ ଫୋନ୍‌ ରହିଥିଲା। ସେମାନେ ଉକ୍ତ ମୋବାଇଲ୍‌କୁ ଧଉଳି ଅଞ୍ଚଳର ଲକିକୁ ବିକ୍ରି କରି ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଲୁଟ ମୋବାଇଲ୍‌କୁ ଟ୍ରାକ୍‌ କରି ଶୁକ୍ରବାର ବିଳମ୍ବିତ ରାତିରେ ଧଉଳି ଅଞ୍ଚଳରେ ଚଢାଉ କରି ଲକିକୁ ଉଠାଇ ଆଣିଥିଲା। ତାଙ୍କୁ ପଚରାଉଚରା କରି ଗ୍ୟାଙ୍ଗ୍‌ ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତ ଚୁଇଁଆ ଓ ତପୁକୁ ଧରିଥିଲା। ଉଭୟଙ୍କ ଘରୁ ପୋଲିସ ବିପୁଳ ଭ୍ୟାନିଟ ଓ ମୋବାଇଲ୍‌ ଫୋନ୍‌ ମିଳିଥିଲା। ଅଧିକ ସଦସ୍ୟ ହେଲେ ଧରାପଡିଯିବା ଭୟରେ ସେମାନେ ଅନ୍ୟ କାହାରିଙ୍କୁ ଗ୍ୟାଙ୍ଗ୍‌ରେ ମିଶାଉନଥିଲେ। ସେମାନେ ସହରର ଭିଡ ଅଞ୍ଚଳରେ ମହିଳାଙ୍କ ଠାରୁ ଭ୍ୟାନିଟି ବ୍ୟାଗ୍‌ ଓ ସୁନା ଚେନ୍‌ ଲୁଟ କରନ୍ତି। ଏମାନଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ୧୮ରୁ ଊର୍ଦ୍ଧ୍ୱ ମାମଲା ରହିଛି। କ୍ୟାପିଟାଲ ଥାନାରେ ୪ ମାମଲା ରହିଥିବାବେଳେ ନୟାପଲୀ ଥାନାରେ ଗୋଟିଏ, ଖଣ୍ଡଗିରି ଥାନାରେ ଦୁଇଟି ଓ ଧଉଳି ଥାନାରେ ଗୋଟିଏ ମାମଲା ରହିଛି। ସେମାନଙ୍କ ନାମରେ ଆଉ କେଉଁ ଥାନାରେ ମାମଲା ରହିଛି ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ: ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ଆସିଲା ବଡ଼ ରାୟ

ପାରଳାଖେମୁଣ୍ଡି, ୧୮।୦୫ (ଗିରିଧାରୀ ପରିଛା): ଗଜପତି ଜିଲାର କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ୨୦୨୩ ମସିହାର ବହୁ ଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି…

ପୋଲିସର ବଡ଼ଧରଣ ଚଢ଼ାଉ: ୮୦ ଲକ୍ଷ ଟଙ୍କାର ୮୦ଟି ବ୍ୟାଙ୍କ ଆକାଉଣ୍ଟ ଜବତ, ୧୧ ଗିରଫ

ହାଟଡିହୀ/ଛେନାପଦୀ, ୧୮/୫ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ବାଲି ବ୍ୟବସାୟୀ ଓ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜିଲା ଏସ୍‌ପି…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନୀତିନ ନବୀନ: ଏବେଠୁ ରଣନୀତି ପ୍ରସ୍ତୁତ, ଆଗକୁ…

ଜଟଣୀ,୧୮।୫: ଖୋର୍ଦ୍ଧା ଜିଲା ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ୫ଟି ଗୁରୁମନ୍ତ୍ର ଦେଇ ସଂଗଠନକୁ ଆହୁରି ସୁଦୃଢ କରିବାକୁ…

ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ): କଟକ ବଡମ୍ବାରେ ଯୌନାଙ୍ଗ କାଟି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ । ବଡମ୍ବା ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।…

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତିନ ନବୀନ

ପୁରୀ,୧୮।୫(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସେ ଶ୍ରୀମନ୍ଦିରକୁ ପହଞ୍ଚି ସିଂହଦ୍ୱାର ଦ୍ୱାରରେ…

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ଭୁବନେଶ୍ବରରେ ତେଲ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା, କାଲିଠୁ….

ଭୁବନେଶ୍ବର,୧୮।୫: ରାଜ୍ୟରେ ତେଲ ସଂକଟ ଭିତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୟାନ ସାମ୍ନାକୁ ଆସିଛି । ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri