ରାଜଧାନୀରେ ବାହୁଡ଼ାଯାତ୍ରା

ଭୁବନେଶ୍ୱର,୧୩।୭(ବ୍ୟୁରୋ): ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଶେଷ ହୋଇଛି ରାଜଧାନୀ ପ୍ରସିଦ୍ଧ ଇସ୍କନ ମନ୍ଦିର ରଥଯାତ୍ରା। ଆନନ୍ଦ ଉଲ୍ଲାସ ମଧ୍ୟରେ ଲକ୍ଷାଧିକ ଭକ୍ତ ଶ୍ରୀଜୀଉଙ୍କୁ ରଥରେ ବସାଇ ସ୍ବମନ୍ଦିରକୁ ନେଇଆସିଛନ୍ତି। ସକାଳ ପ୍ରାୟ ୪ଟା ୧୫ରେ ମଙ୍ଗଳଆଳତି ପରେ ୧୦ଟାରେ ରଥ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାପରେ ମଧ୍ୟାହ୍ନ ୧୨ଟା ୩୦ରେ ରଥ ଉପରକୁ ତିନିଠାକୁର ପହଣ୍ଡି ବିଜେ କରିଥିଲେ। ଅପରାହ୍ନ ୨ଟାରେ ଭକ୍ତିଗୌରବ ନାରାୟଣ ସ୍ବାମୀ ମହାରାଜଙ୍କ ଦ୍ୱାରା ତିନି ରଥରେ ଛେରାପହଁରା ହେବାପରେ ୩ଟା ୩୫ରୁ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଳଭଦ୍ରଙ୍କ ରଥ ଗୁଣ୍ଡିଚା ମନ୍ଦିର ଛାଡିବା ପରେ ଦେବୀ ସୁଭଦ୍ରା ଏବଂ ପରେ ବଡ଼ଠାକୁର ଘର ବାହୁଡିଥିଲେ। ସନ୍ଧ୍ୟା ୬ଟା ୩୦ ସୁଦ୍ଧା ସମସ୍ତ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ୟାଇଥିଲା। ଏହି ଅବସରରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି, ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଦ୍ୱାରା ରଥଟଣା ଶୁଭାରମ୍ଭ ହୋଇଥିଲା। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ୮ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ହୋଇଥିବାବେଳେ ମହିଳାଙ୍କ ସୁରକ୍ଷା ପାଇଁ ୨୫ରୁ ଊର୍ଦ୍ଧ୍ୱ ମହିଳା କନଷ୍ଟେବଳ ନିୟୋଜିତ ହୋଇଥିଲେ। ସୋମବାର ସନ୍ଧ୍ୟା ୫ଟା ୩୦ରୁ ଶ୍ରୀଜୀଉଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ। ଏଥିସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
ବିଭିନ୍ନ ସ୍ଥାନରେ ରଥଟଣା
ଚନ୍ଦ୍ରଶେଖରପୁରସ୍ଥିତ ଆର୍‌ସିଏମ୍‌ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ବାହୁଡା ଯାତ୍ରା ବେଶ୍‌ ଧୁମ୍‌ଧାମରେ ଅନୁଷ୍ଠିତ ହୋଇଥିଲା। ପ୍ରେସ୍‌ଛକସ୍ଥିତ ମାଉସୀ ମା’ ମନ୍ଦିରରୁ ତିନି ଠାକୁରଙ୍କ ପହଣ୍ଡି ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା। ସେହିଭଳି କିସ୍‌ ଜଗନ୍ନାଥ ମନ୍ଦିର ପକ୍ଷରୁ ବାହୁଟାଯାତ୍ରା ସମ୍ପନ୍ନ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁ ଶିଖରଚଣ୍ଡୀ ମନ୍ଦିର ପାଦଦେଶରେ ଥିବା ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀଜୀଉଙ୍କୁ ରଥରେ ବସାଇ ସ୍ବମନ୍ଦିର ପର୍ଯନ୍ତ ଆଣିଥିଲେ। ଅପରାହ୍ନ ୩ଟା ସୁଦ୍ଧା ସମସ୍ତ ରୀତିନୀତି ଶେଷ ହେବାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ପୂର୍ବରୁ ରଥ ମନ୍ଦିରରେ ପହଞ୍ଚତ୍ଥିଲା। ଏହାବ୍ୟତୀତ ପଟିଆଗଡ, ୟୁନିଟ୍‌-୮ ଓୟୁଏଟି କଲୋନୀ ଜଗନ୍ନାଥ ମନ୍ଦିର, ଭିଏସ୍‌ଏସ୍‌ଏସ୍‌ ନଗର, ଶହୀଦ ନଗର, ଗାଡ଼କଣ, ବାଣୀବିହାର, ଜାଗମରା ଧର୍ମବିହାର, ସିଆରପିଏଫ୍‌ କ୍ୟାମ୍ପସ, ଡେଲ୍‌ଟା ଜଳେଶ୍ୱର ମନ୍ଦିର, ୟୁନିଟ-୫ ଜଣ୍ଡେଶ୍ୱର, ଚନ୍ଦ୍ରଶେଖରପୁର ହାଉର୍ସିଂ ବୋର୍ଡ କଲୋନୀ, ପୁରୁଣା ଭୁବନେଶ୍ୱରର ଦର୍ଜି ସାହି, ରସୁଲଗଡ, ଖଣ୍ଡଗିରି ଦିବ୍ୟ ଜୀବନ ସଂଘ, କୋଳଥିଆ, ଭରତପୁର, ଡୁମୁଡୁମା, ସତ୍ୟନଗର, ରଘୁନାଥ ନଗର, ଆଇଗିଣିଆ, ଭଗବାନପୁର, ରେତଙ୍ଗ, ରିିଜିଓନାଲ ସାଇନ୍ସ ପାର୍କ ବସ୍ତି, ରେଣ୍ଟାଲ କଲୋନୀ, ଶୈଳଶ୍ରୀ ବିହାରଠାରେ ମହାସମାରୋହରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା।
ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡା ଅନୁଷ୍ଠିତ ହୋଇଯାଇଛି। ରାଜଧାନୀ ଉପକଣ୍ଠ ପୂବା ଶାସନ ଗଁ।ରେ ଶ୍ରୀ ପତିତପାବନ ଜୀଉ, ନବଦିନାତ୍ମକ ଯାତ୍ରା ଶେଷ କରି ଗୋପୀନାଥଦେବ ମନ୍ଦିରରେ ପହଞ୍ଚତ୍ ଥିଲେ। ରଥରେ ପଣ୍ଡିତ ପ୍ରମୋଦ ଶତପଥୀ ଛେରାପହଁରା କରିଥିଲେ। ବଡଦାଣ୍ଡ ସାହିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କମିଟି ପକ୍ଷରୁ ଏବଂ ଜମ୍ବେଶ୍ୱର ପାଟଣା, ଭୀମଟାଙ୍ଗୀ ଆଦି ଅଞ୍ଚଳରେ ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ବାହୁଡ଼ା ଯାତ୍ରା ଅନୁଯାତ୍ରା ହୋଇଯାଇଛି। ବାଲିଅନ୍ତା, ଅଣ୍ଡିଲୋ, ମାଟିକୋଟ, ଅଟଳା କୋଟକଣା, ପାଟଣା, ଧବଳାହାର, ଭିଙ୍ଗାରପୁର, କେନ୍ଦୁଲି, ବେଣୁପୁର, ଖୁଣ୍ଟିଆ ସାହି ଓ ଜଗନ୍ନାଥ ଛକ ସମେତ ନହରକଣ୍ଟା ଆଦି ଗ୍ରାମରେ ବେଶ ସମାରୋହରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ହୋଇଯାଇଛି। ଅଟଳା କୋଟକଣା ଗ୍ରାମରେ ନିର୍ମିତ ୩ଟି ରଥକୁ ଶ୍ରଦ୍ଧାଳୁମାନେ ଟାଣି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ସେହିପରି ପତିତପାବନ ବାନା ଗୋସାଇଁଙ୍କ ରଥକୁ ବେଣୁପୁର ପତି ସାହିରୁ ଟଣାଯାଇ ଖୁଣ୍ଟିଆ ସାହି ପର୍ଯ୍ୟନ୍ତ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୁଣା ପୋଷ୍ଟ ଭାଇରାଲ, ସୋନମ ଓ୍ବାଙ୍ଗଚୁକ ଏବଂ ତାଙ୍କ ପତ୍ନୀଙ୍କୁ କରିଥିଲେ ଏଭଳି ପ୍ରଶଂସା

ନୂଆଦିଲ୍ଲୀ,୨୩।୯: ଜଳବାୟୁ କର୍ମୀ ଓ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଅନଶନ ଜାରି ଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତିନି ବର୍ଷ ପୁରୁଣା ଏକ…

NEET UG ପେପର ଲିକ: ପରୀକ୍ଷାର ୧୦ ଦିନ ପୂର୍ବରୁ ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଆସିଯାଇଥିଲା ପ୍ରଶ୍ନ, କୋର୍ଟରେ CBI ଖୋଲିଲା…

ନୂଆଦିଲ୍ଲୀ,୨୩।୭: NEET-UG 2026 ପେପର୍‌ ଲିକ ମାମଲାରେ ଅଭିଯୁକ୍ତ ଡକ୍ଟର ମନୋଜ ଭଗବାନରାଓ ଶିରୁରେ ଏବଂ ଶିବରାଜ ମୋଟେଗାଓଁକରଙ୍କ ଜାମିନ ଆବେଦନ ଉପରେ କୋର୍ଟ ଜୁଲାଇ ୨୪ରେ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

CJP ପ୍ରଦର୍ଶନ ପ୍ରଭାବ! NDMCର ବଡ଼ ନିଷ୍ପତ୍ତି, ଏହି ସମୟରୁ ବନ୍ଦ ହେବ ଦୋକାନ

ନୂଆଦିଲ୍ଲୀ,୨୩ା୭: ଗୁରୁବାର ସନ୍ଧ୍ୟା ୬:୩୦ ସୁଦ୍ଧା ଜାତୀୟ ରାଜଧାନୀ ଦିଲ୍ଲୀର କନଟ୍ ପ୍ଲେସ୍ ଖାଲି ହୋଇପାରେ । ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ (NDMC)ର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri