ରାଇବଣିଆରେ ହାତୀପଲଙ୍କ ଉତ୍ପାତ

ଜଳେଶ୍ୱର, ୧।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧୀନ ଶ୍ୟାମନଗର, କାଳିକ, ସର୍ଦ୍ଦାରବନ୍ଧ, କଳମା, ଖୁଆଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗତ ୭ଦିନ ଧରି ହାତୀପଲ ଉପଦ୍ରବ ଚଳାଇଛନ୍ତି। ଅଦ୍ୟାବଧି ରଂଞ୍ଝା, ରଘୁନାଥପୁର, ଗୋରୁଡ଼ବାସୀ, ଘଡ଼ଘଡ଼ା, ସରାଳିବସା, ଧାନଘେରା, ଫୁଲଝରୀ, ଘାସିପଦା, କଣ୍ଡରାଡିହା, ସୁଖଯୋଡି, ରଙ୍ଗାମାଟିଆ, ଉପରତୋଟା, ଦୁଧିଆଶୋଳ, ବାଗବୁଡ଼ା, ଭୋଳଛକ ଆଦି ଗ୍ରାମରେ ହାତୀପଲ ଘରଗୁଡ଼ିକୁ ଭାଙ୍ଗିପକାଇଛନ୍ତି। ଫଳରେ ଲୋକମାନେ ଦୁର୍ଦ୍ଦିନରେ ବାସ କରୁଛନ୍ତି। ହାତୀପଲ ଗୁରୁବାର ରାତିରେ ଶ୍ୟାମନଗର ପଞ୍ଚାୟତରେ ୨୭ଟି ଘର ଭାଙ୍ଗି ଦେଇଛନ୍ତି। ସେହିପରି ପୂର୍ବରୁ କାଳିକ ପଞ୍ଚାୟତର ୨୪ଟି ଘର ଭାଙ୍ଗିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଅଳ୍ପ ସଂଖ୍ୟକ ବନକର୍ମଚାରୀ ଓ ହାତୀ ସୁରକ୍ଷା ବାହିନୀ ହାତୀ ଘଉଡାଇବା କାର୍ଯ୍ୟରେ ଲିପ୍ତ ଥିବାରୁ ଏହା ଫଳପ୍ରଦ ହୋଇପାରୁନାହିଁ। ଅନ୍ୟପକ୍ଷରେ ଲଗାତାର ବିଦ୍ୟୁତକାଟ୍‌ ଫଳରେ ରବି ଚାଷ କାର୍ଯ୍ୟ ବିଳମ୍ବ ହେବା ସହ ଅଞ୍ଚଳ ଅନ୍ଧାରରେ ଥିବାରୁ ହାତୀପଲ ଗାଁ ଭିତରେ ପ୍ରବେଶ କରି ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଅଞ୍ଚଳବାସୀମାନେ ମଞ୍ଚାରେ ରାତ୍ରିଯାପନ କରୁଛନ୍ତି। ପ୍ରଶାସନ ପକ୍ଷରୁ ଉପଜିଲାପାଳ ନିଲୁ ମହାପାତ୍ର, ଏସିଏଫ୍‌ଓ ତପନ ପରିଡ଼ା, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ନେସ୍କୋ ନିର୍ବାହୀ ଯନ୍ତ୍ରୀ ହରିଶ୍ଚନ୍ଦ୍ର ପଣ୍ଡା ପ୍ରମୁଖ ଶୁକ୍ରବାର ଉକ୍ତ ଗ୍ରାମଗୁଡିକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତମାନଙ୍କୁ ପଲିଥିନ୍‌ ବଣ୍ଟନ କରିଛନ୍ତି। ସ୍ଥାନୀୟ ସରପଞ୍ଚ ସସ୍ମିତା ପାତ୍ର, ସମିତିସଦସ୍ୟ ଲଛମନ ପାତ୍ର, ଚନ୍ଦନ ପାତ୍ର, ସୁରେଶ ମହନ୍ତ, ଗିରିଜା ଶାସମଲ, ସତ୍ୟ ଶାସମଲ, କାଳୀକ ସରପଞ୍ଚ ବିଜୟ ବେହେରା, ଓଲମରା ସମିତି ସଦସ୍ୟ ଉଦୟନାଥ ମୁର୍ମୁ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ। ମାତ୍ର ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ହାତୀଦାଉରୁ ରକ୍ଷା ପାଇବାପାଇଁ ଲୋକେ ଗ୍ରାମଦେବତୀଙ୍କ ନିକଟରେ ସମୂହ ଜାହିରା ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି।
ଏ ସମ୍ପର୍କରେ ନେସ୍କୋର ଏଜିଏମ୍‌ ବ୍ରଜସୁନ୍ଦର ପରିଡ଼ାଙ୍କୁ ପଚାରିବାରୁ ଆଜିଠାରୁ ବିଦ୍ୟୁତ୍‌ ସ୍ବାଭାବିକ ହେବ ବୋଲି କହିଛନ୍ତି। ଜିଲା ବନ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ କହିବାନୁସାରେ ହାତୀଙ୍କୁ ଘଉଡ଼ାଇବା ପାଇଁ ଅଧିକ କର୍ମଚାରୀ ନିୟୋଜିତ ସହ କ୍ଷୟକ୍ଷତି ହୋଇଥିବା ଲୋକଙ୍କ ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦକୁ ବିରୋଧ: ବାଲେଶ୍ୱର ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଲୋକେ

ବାହାନଗା,୩୧।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ରେମୁଣା ବ୍ଲକର କଳାମାଟିଆ ପାହିରେ ଥିବା ସମୁଦ୍ର ଆଖିରେ ବସବାସ କରୁଥିବା ଲୋକମାନଙ୍କୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦ...

ଛାତ୍ରୀଙ୍କ ତଣ୍ଟି କାଟିଥିବା ଶିକ୍ଷକ ପଶ୍ଚିମବଙ୍ଗରୁ ଗିରଫ

ଭୋଗରାଇ, ୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଦେହୁର୍ଦ୍ଦା ଗ୍ରାମର ବିଶ୍ୱଜିତ୍‌ ନାଥ (୨୮) ନାମକ ଟ୍ୟୁଶନ ଶିକ୍ଷକ ଯୁକ୍ତ ୨ କଲେଜ ଛାତ୍ରୀଙ୍କୁ ଗତ...

ନିର୍ବାଚନ ପରେ ହିଂସା

ବାଲେଶ୍ୱର ଅଫିସ,୧୯।୨ ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ପାଉଂଶକୁଲି ବଜାରରେ ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଗତକାଲି ବସ୍ତା ବ୍ଲକରେ...

୨ଶହ ବର୍ଷର ଶକ୍ତିପୀଠ ମା’ ଜଳଙ୍ଗ ଚଣ୍ଡୀ

ଖଇରା, ୧୪।୧୦(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧୀନ ଜଳଙ୍ଗ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀଙ୍କର ପୂଜାର୍ଚ୍ଚନା କୋଭିଡ କଟକଣା ମଧ୍ୟରେ ଆରମ୍ଭ...

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସୁନାବେଶ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାରିପଦା ଅଫିସ,୧୨।୭ : ଦିତୀୟ ଶ୍ରୀକ୍ଷେତ୍ର ବାରିପଦାର ମାଉସୀ ମା’ ମନ୍ଦିରରେ ଶୁକ୍ରବାର ଠାକୁରମାନେ ଜନ୍ମବେଦିରେ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ଆଡ଼ପମଣ୍ଡପରେ ଠାକୁରମାନଙ୍କ ସୁନାବେଶ...

ବିକାଶ ଲାଗି ଅଣ୍ଟା ଭିଡିଲା ରୂପ୍‌ସା ଆଞ୍ଚଳିକ ବିକାଶ ପରିଷଦ

ରୂପ୍‌ସା,୧୯।୭(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ରୂପ୍‌ସା ଡାକବଙ୍ଗଳାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରୂପ୍‌ସା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ...

ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ

ବାଲେଶ୍ୱର ଅଫିସ,୧୦।୧: ମହାମାରୀ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି। ରବିବାରଠାରୁ ଆସନ୍ତା...

ପୋଲିଂ ବୁଥ୍‌କୁ ଗଲେ ଅଧିକାରୀ, କର୍ମଚାରୀ

ବାଲେଶ୍ୱର ଅଫିସ, ୨୮।୪-ରାଜ୍ୟର ୧୬ତମ ବିଧାନସଭା ନିର୍ବାଚନ ୨୦୧୯ର ଚତୁର୍ଥ ପର୍ଯ୍ୟାୟରେ ବାଲେଶ୍ୱର ଜିଲାରେ ୨୯ତାରିଖରେ ଅନୁଷ୍ଠିତ ହେବ। ଜିଲାର ୧୨ଟି ବ୍ଲକରେ ୧୮୮୭ଟି ପୋଲିଂ...

Advertisement
Archives

Model This Week