ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ):ବ୍ଲାକ୍ମେଲର ମହିଳା ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁହାଁମୁହିଁ ଜେରା କରି ବହୁ ତଥ୍ୟ ହାସଲ କରିଛି। ଏହାରି ଭିତରେ ରବିବାର ଅର୍ଚ୍ଚନାଙ୍କ ୬ ଦିନିଆ ରିମାଣ୍ଡ ଅବଧି ସରିଛି। ତାଙ୍କୁ ଗତ ୧୩ ତାରିଖରେ ଇଡି ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡରେ ଆଣି ଜେରା କରୁଥିଲା। ରିମାଣ୍ଡ ଅବଧି ସରିଯାଇଥିବାରୁ ସୋମବାର ଇଡି ଅର୍ଚ୍ଚନାଙ୍କୁ ନେଇ କୋର୍ଟରେ ହାଜର କରିବ ବୋଲି ସୂଚନା ମିଳିଛି। ହେଲେ ଅର୍ଚ୍ଚନା କ’ଣ କହିଲେ ଓ କ’ଣ ଲୁଚାଇଲେ ସେ ସଂକ୍ରାନ୍ତରେ ଇଡି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଉ ନ ଥିଲେ ମଧ୍ୟ ରାଜ୍ୟର ସବୁଠାରୁ ବଡ଼ ହନିଟ୍ରାପ୍, ବ୍ଲାକ୍ମେଲିଂ ଓ ଠକେଇ ଘଟଣା ରହସ୍ୟରେ ରହିଯିବାକୁ ବସିଛି। ଏଥିରେ ରାଜ୍ୟର ବଡ଼ ବଡ଼ ନେତା, ଅଫିସର, ପୋଲିସ ଓ ବ୍ୟବସାୟୀଙ୍କ ସମ୍ପୃକ୍ତି ଜଳଜଳ ଦିଶୁଥିଲେ ମଧ୍ୟ ଏଯାଏ ଇଡି ଅଧିକାରୀମାନେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିପାରୁ ନ ଥିବାରୁ ଏଭଳି ଚର୍ଚ୍ଚା ଏବେ ଜୋର୍ଧରିଛି।
ଏପଟେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ୯ ଦିନିଆ ରିମାଣ୍ଡରୁ ଆଉ ୪ ଦିନ ବାକି ରହିଛି। ସେ ଗତ ୧୪ ତାରିଖରୁ ରିମାଣ୍ଡରେ ଆସି ଜେରା ହେଉଛନ୍ତି। ଆଗାମୀ ବୁଧବାର ତାଙ୍କର ରିମାଣ୍ଡ ସରିବ। ଏହି ସମୟ ମଧ୍ୟରେ ଜଗବନ୍ଧୁଙ୍କଠାରୁ ଅଧିକ ତଥ୍ୟ ହାସଲ କରିବାକୁ ଇଡି ଚେଷ୍ଟା କରୁଛି। ସେହିପରି ପୂର୍ବରୁ ୨ଥର ହାଜର ହୋଇ ଅର୍ଚ୍ଚନାଙ୍କ ହନିଟ୍ରାପ୍ ଗୁମର ଖୋଲିଥିବା ସହଯୋଗୀ ଶ୍ରଦ୍ଧାଞ୍ଜଳି ଶନିବାର ତୃତୀୟଥର ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଏହି ସମୟରେ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଇଡି ଅଧିକାରୀମାନେ ଅର୍ଚ୍ଚନା, ଜଗବନ୍ଧୁ ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ଏକାଠି ବସାଇ ମାରାଥନ ଜେରା କରିଥିଲେ। ତେବେ ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇଡି ପାଇଥିବା ସୂଚନା ମିଳିଛି। ଏପରିକି ଶ୍ରଦ୍ଧାଞ୍ଜଳି ବହୁ ଗୁମର ଖୋଲି ଦେଇଥିବା ଚର୍ଚ୍ଚା ହେଉଛି। ସେହିପରି ଅର୍ଚ୍ଚନା ଗହଣା କିଣିଥିବା ଏକ ପ୍ରତିଷ୍ଠିତ ସୁନା ଦୋକାନର ୨ କର୍ମଚାରୀ ଇଡିରେ ହାଜର ହୋଇ ତଥ୍ୟ ରଖିଥିଲେ। ଅନ୍ୟପଟେ ରାଜ୍ୟ ଫୋରେନ୍ସିକ ଲ୍ୟାବ ଅର୍ଚ୍ଚନାଙ୍କ ଡିଜିଟାଲ ପ୍ରମାଣପତ୍ର ଇଡିକୁ ଦେଇଥିବା ସୂଚନା ମିଳିଛି। ସେଥିରୁ ଇଡି ମଧ୍ୟ ତଥ୍ୟ ହାସଲ କରୁଛି। ତେବେ ଇଡି ଏହି ମାମଲାରେ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି କୁହାଯାଉଛି।
Posted inHome, Home Middle, ମେଟ୍ରୋ, ରାଜ୍ୟ View All
ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ
ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…
ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ
ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…
ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି
ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…
ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି
ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…
ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…
ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…
ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ
ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…
T20 ବିଶ୍ୱକପ୍ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍ର ଲକ୍ଷ୍ୟ
ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍ ୨୦୨୬ର ଶେଷ ଗ୍ରୁପ୍ ମ୍ୟାଚ୍ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍ର ଏକ ବଡ ସ୍କୋର ଛିଡ଼ା…
ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…
ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…
Archives

