Posted inଫୁରସତ

ରହସ୍ୟମୟ ପଥର ହାଣ୍ଡି

ଭେଣ୍ଟିଆନେ,୨୨।୨: ପୃଥିବୀରେ ଏଭଳି ବହୁ ରହସ୍ୟ ରହିଛି ଯାହାର ସତ୍ୟ ଉନ୍ମୋଚନ କରିବାକୁ ବୈଜ୍ଞାନିକ ମଧ୍ୟ ଅସମର୍ଥ ରହିଛନ୍ତି। ଏଭଳି ଏକ ରହସ୍ୟ ଲାଓସ୍‌ରେ ରହିଛି। ଏଠାରେ ‘ପ୍ଲେନ୍‌ ଅଫ୍‌ ଜାର୍‌’ ବା ଜାର୍‌ ସମତଳ ଭୂମିରେ ହଜାର ହଜାର ପଥର ହାଣ୍ଡି ଦୃଷ୍ଟି ଗୋଚର ହୋଇଥାଏ। ଏହାକୁ କିଏ କାହିଁକି ତିଆରି କରିଥିଲା ତାହାର ଉତ୍ତର କାହା ପାଖରେ ନାହିଁ। ସ୍ଥାନୀୟ ଶିୟାଙ୍ଗଖୁୟାଙ୍ଗ୍‌ ପ୍ରଦେଶରେ ୯୦ରୁ ଅଧିକ ପ୍ରତିଶତ ଅଞ୍ଚଳରେ ଏଭଳି ହାଣ୍ଡି ଦେଖିବାକୁ ମିଳିଥାଏ। କିଛି ହାଣ୍ଡି ଉପରେ ଘୋଡ଼ଣୀ ମଧ୍ୟ ରହିଛି। ଏସବୁର ଉଚ୍ଚତା ୧ରୁ ୩ ମିଟର ମଧ୍ୟରେ ହୋଇଥାଏ। ଭିଏତ୍‌ନାମ୍‌ ଯୁଦ୍ଧ ସମୟରେ ୧୯୬୪ରୁ ୧୯୭୩ ମଧ୍ୟରେ ଆମେରିକା ବାୟୁସେନା ଏଠାରେ ୨୬ କୋଟିରୁ ଅଧିକ ବୋମାମାଡ଼ କରିଥିଲା। ବହୁ ବୋମା ଫୁଟି ପାର ନ ଥିଲା। ଏବେ କେତେକ ହାଣ୍ଡିରେ ଅଫୁଟା ବୋମା ଦେଖିବାକୁ ମିଳିଥାଏ। କେତେକ ହାଣ୍ଡିରୁ ବୋମା ହଟାଯାଇଥିବାବେଳେ ଅନ୍ୟ କିଛିରେ ଏହା ରହିଛି। ପ୍ରତ୍ନତତ୍ତ୍ୱବିତ୍‌ଙ୍କ ଅନୁସାରେ ଏହି ପଥର ହାଣ୍ଡିଗୁଡ଼ିକ ଲୌହଯୁଗରେ ନିର୍ମିତ ହୋଇଥିଲା। ମାତ୍ର ଅନ୍ୟ କେତେକ ଏହାକୁ ଅନ୍ତିମ ସଂସ୍କାର ସମୟରେ ବ୍ୟବହାର କରାଯାଉଥିବା ମତ ଦେଇଥାନ୍ତି। ତତ୍‌କାଳୀନ ସମୟରେ ଏଥିରେ ଅସ୍ଥି ରଖାଯାଉଥିଲା। ଏହି ରହସ୍ୟମୟ ସ୍ଥାନକୁ ୟୁନେସ୍କୋ ପକ୍ଷରୁ ୨୦୧୯ ଜୁଲାଇରେ ବିଶ୍ୱ ସାଂସ୍କୃତିକ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ମଧ୍ୟରେ ଖାଦ୍ୟ ଦେଉଥିଲେ ବ୍ୟକ୍ତି: ପାଖରେ ପହଞ୍ଚିଲା ଏହି ମାଛ, ଘଟଲା ଏମିତି

ମଣିଷ ଓ ସିଲ୍‌କୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଡରିଯିବେ। ଜଣେ ବ୍ୟକ୍ତି ସମୁଦ୍ର...

ଭିନ୍ନ ଏଇ ପରମ୍ପରା

ଜୀବନକୁ ସରସସୁନ୍ଦର କରିବା ପାଇଁ ବିଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ପରମ୍ପରାମାନ ପାଳନ କରାଯାଇଥାଏ। କିନ୍ତୁ ଏମିତି ବି କିଛି ନିଆରା ପରମ୍ପରା ରହିଛି, ଯାହା...

ମୁକେଶ ଅମ୍ବାନୀଙ୍କୁ ବିବାହ ପରେ ବି କରୁଥିଲେ ଶିକ୍ଷକତା, ମାଗଣା ମ୍ୟାଚ୍‌ ଟିକେଟ ଦେଇ ଜଣେ କହିଥିଲେ…

ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ନୀତା ଅମ୍ବାନୀ ନିଜର ଫ୍ୟାଶନ୍‌ ଏବଂ ସଉକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ ତାଙ୍କ ବିଷୟରେ ବହୁତ କମ୍‌...

ପାଳଙ୍ଗରୁ ତିଆରି ହେଲା ବ୍ୟାଟେରୀ: ଏଥିରେ କିଛି ମିନିଟରେ ଚାର୍ଚ୍ଚ ହୋଇପାରିବ ମୋବାଇଲ, ଇଲେକ୍ଟ୍ରୋନିକ କାର

ପାଳଙ୍ଗ ସାଗରେ ଭରପୂର ମାତ୍ରାରେ ପୁଷ୍ଟିସାର ରହିଛି। ଏହା ମଣିଷ ଶରୀର ପାଇଁ ଲାଭଦାୟକ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ଆଜି ପର୍ଯ୍ୟନ୍ତ କେହି...

ଏହି ଭାରତୀୟ ଯୁବକଙ୍କୁ ଟ୍ରମ୍ପ କାହିଁକି ଦେଲେ ସ୍ବତନ୍ତ୍ର ଉପହାର

ଆଗ୍ରା,୨୫।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହଧର୍ମଣୀ ମେଲାନିଆ ଟ୍ରମ୍ପଙ୍କ ସମେତ ଝିଅ ଜ୍ୱାଇଁ ପ୍ରଥମ ଥର ଭାରତକୁ ଆସିଛନ୍ତି। ସୋମବାର ଟ୍ରମ୍ପ ଓ ମେଲାନିଆ...

ବିବାହ ଉତ୍ସବକୁ ସେନା ନିମନ୍ତ୍ରିତ

ଥିରୁଭାନନ୍ତପୁରମ୍‌: ବିବାହ ସମସ୍ତଙ୍କ ଜୀବନରେ ବହୁତ ଖାସ ମୁହୂର୍ତ୍ତ ହୋଇଥାଏ। ଏଥିସହ ବିବାହକୁ ସ୍ମରଣୀୟ କରିବାକୁ ମଧ୍ୟ ସମସ୍ତେ ଚାହିଁଥାନ୍ତି। ତେବେ ଏପରି ଘଟଣା ସାମ୍‌ନାକୁ...

୧୯୮୬ରେ ଏତିକି ଟଙ୍କାରେ ମିଳୁଥିଲା ରୟାଲ ଏନ୍‌ଫିଲ୍ଡ ବୁଲେଟ୍‌

ଆଜିକାଲି ସୋସିଆଲ ମିଡିଆରେ ଏକ ବିଲ୍‌ ଭାଇରାଲ ହେଉଛି। ଯାହାକୁ ଦେଖି ବର୍ତ୍ତମାନ ରୟାଲ ଏନ୍‌ଫିଲ୍ଡ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଏହି ବିଲ୍‌ରେ ବୁଲେଟ୍‌ର...

ଏହି ଦେଶକୁ ଗଲେ ଚାଲିଯିବ ଜୀବନ

ଗ୍ଲୋବାଲ ୱାର୍ମିଂ ବ୍ୟତୀତ ବାୟୁ ପ୍ରଦୂଷଣ ମଧ୍ୟ ବର୍ତ୍ତମାନର ଯୁଗ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଦେଶର ରାଜଧାନୀ ଦିଲ୍ଲୀକୁ ପ୍ରାୟତଃ ଏହି ସମସ୍ୟାର...

Advertisement
Archives

Model This Week