ରସୁଲପୁର ବ୍ଲକ:୫ମାସରେ ୧୩ ଡେଙ୍ଗୁ ରୋଗୀ ଚିହ୍ନଟ; ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ତତ୍ପରତା

ରସୁଲପୁର,୧୩।୧୦(ଡିଏନଏ)- ଡେଙ୍ଗୁ ଏକ ବିପଦଜ୍ଜନକ ରୋଗ ହୋଇଥିବାବେଳେ ରସୁଲପୁର ବ୍ଲକରେ ୫ମାସରେ ସମୁଦାୟ ୧୩ଜଣ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହି ରୋଗ ଏଡିସ ମଶା ଦ୍ୱାରା ବ୍ୟାପୁଥିବାବେଳେ ବିଶେଷ କରି ବର୍ଷା ଦିନରେ ଏହି ରୋଗର ପ୍ରକୋପ ଅଧିକ ରହିଥାଏ। ଗାରେଜ, ଆଳିଆ ଅବର୍ଜନା ଗଦା, ପରିତ୍ୟକ୍ତ ଆଦି ସ୍ଥାନରେ ପଡିଥିବା ଟାୟାର, ପ୍ଲାଷ୍ଟିକ ବୋତଲ, ଭଙ୍ଗା ଟିଣ, ବାଲଟ୍‌ି, ଖାଲୁଆ ସ୍ଥାନରେ ଜମି ରହୁଥିବା ବର୍ଷା ପାଣିରେ ଏହି ମଶା ଜନ୍ମ ହୋଇଥାନ୍ତି। ତେଣୁ ବର୍ଷାଋତୁ ଶେଷ ଆଡକୁ ଏହି ରୋଗର ପାଦୁର୍ଭାବ ଅଧିକ ରହୁଥିବାରୁ ଏହି ସମୟରେ ଅଧିକାଂଶ ଲୋକେ ଏଥିରେ ଆକ୍ରାନ୍ତ ହେଇଥାନ୍ତି। ରସୁଲପୁରର ଆକ୍ରାନ୍ତ ଡେଙ୍ଗୁ ରୋଗୀମାନେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିଛନ୍ତି। ଏ ନେଇ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଡେଙ୍ଗୁକୁ ନେଇ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଡେଙ୍ଗୁ ଆକ୍ରାନ୍ତକମାନେ ରସୁଲପୁର ବ୍ଲକ ଅଞ୍ଚଳର ହେଲେ ସେମାନେ ବାହାର ରାଜ୍ୟରେ କାମ କରୁଥିଲେ। ସେଠାରୁ ଡେଙ୍ଗୁରୋଗରେ ଆକ୍ରାନ୍ତ ହୋଇ ଫେରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଏହି ବ୍ଲକର ମଧୁବନର ମଧୁବନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମଙ୍ଗରାଜପୁର ପଞ୍ଚାୟତ ଅଳପୁଆ ଗ୍ରାମର ଦେବାଶିଷ ରାଉତ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ରକ୍ତ ନମୁନା ପରୀକ୍ଷାରୁ ଜଣାପଡିଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ବ୍ରହ୍ମବରଦା ପଞ୍ଚାୟତରେ ତନ ମହମ୍ମଦ ଖାନ୍‌, ପ୍ରଥମାଖଣ୍ଡି ପଞ୍ଚାୟତର ବାବୁଲି ମହାନ୍ତି, ବନ୍ଧଡିହ ପଞ୍ଚାୟତର ସୁଶାନ୍ତ ବେହେରା, ନରସିଂହପୁର ପଞ୍ଚାୟତର ହରିପୁର ଗ୍ରାମର ଜିତେନ୍ଦ୍ର ରଣା, ରାହାମ୍ବା ପଞ୍ଚାୟତ ମିର୍ଜାପୁର ଗ୍ରାମର ହାଜାରା ବିବି, ଲକ୍ଷ୍ମୀନଗର ପଞ୍ଚାୟତର ଆଲୋକ କୁମାର ବେହେରା, ବ୍ରହ୍ମବରଦାର ଏନାମ ରସୁଲ ଖାଁନ୍‌, ରାଜେନ୍ଦ୍ରପୁର ପଞ୍ଚାୟତରେ ହିମାଂଶୁ ଶେଖର ସାହୁ, ଭୋଟକା ପଞ୍ଚାୟତ ବିଲିପଡା ଗ୍ରାମର ସନ୍ତୋଷିରାଣୀ ପଣ୍ଡା, ମଙ୍ଗରାଜପୁର ପଞ୍ଚାୟତର ଅନିରୁଦ୍ଧ ପଣ୍ଡା, ହରିପୁର ଗ୍ରାମରେ ସେକ୍‌ ମହମ୍ମଦ ଜୋନେଦ୍‌ ଓ ଆଫସାନା ବେଗମ୍‌ ପ୍ରମୁଖ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ସିଧାସଳଖ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ମାତ୍ର ଆକ୍ରାନ୍ତଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ବାସ୍ଥ୍ୟକର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିକିତ୍ସା ପରବର୍ତ୍ତୀ ଅବସ୍ଥାରେ ରୋଗୀଙ୍କୁ ମଶାରୀ ଟାଙ୍ଗି ଶୋଇବାକୁ କୁହାଯାଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପର୍ଯ୍ୟନ୍ତ ଔଷଧ ସେବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଜ୍ୱର ହେଲେ ତୁରନ୍ତ ରକ୍ତ ନମୁନା ପରୀକ୍ଷା କରିବା ଆବଶ୍ୟକ। ଡେଙ୍ଗୁ ଆକ୍ରାନ୍ତଙ୍କୁ ମଶା କାମୁଡି ସୁସ୍ଥ ଲୋକଙ୍କୁ କାମୁଡିଲେ ଡେଙ୍ଗୁ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri