ରସୁଲପୁର ପଞ୍ଚାୟତ ସମିତିର ୬ଷ୍ଠ ସାଧାରଣ ବୈଠକ: ଯୋଗଦେଲେନି ବିଧାୟକ, ଏମ୍‌ପି

ରସୁଲପୁର,୨୩ା୧(ଡି.ଏନ୍‌.ଏ.): ବିଧାୟକ ଓ ମନ୍ତ୍ରୀମାନେ ଗାଁକୁ ଯିବେ। ଲୋକଙ୍କ ସମସ୍ୟା ବୁଝିବେ। ଗାଁରେ ରାତି କାଟିବେ। ସରକାରୀ ଯୋଜନା ଠିକ୍‌ ଭାବେ କାର୍ଯ୍ୟ ହେଉଛି କି ନାହିଁ ସେଥିପ୍ରତି ଧ୍ୟାନ ଦେବେ। ସରକାରଙ୍କ ନୂଆ ଯୋଜନା ୫-ଟି ଓ ମୋ ସରକାର ଜନାଭିମୁଖି ହୋଇପାରୁଛି କି ନାହିଁ ତାର ସ୍ଥିତି ପରଖିବେ। ଏହିଭଳି ଦାଇତ୍ୱବୋଧର ପାଠ ପଢାଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ। ହେଲେ ଏହି ନିର୍ଦ୍ଦେଶ କେମିତି ପାଳନ ହେଉଛି ତାର ଏକ ଉଦାହରଣ ଦେଖିବାକୁ ମିଳିଛି ବୁଧବାର ଅନୁଷ୍ଠିତ ଯାଜପୁର ଜିଲା ରସୁଲପୁର ବ୍ଲକର ୬ଷ୍ଠତମ ପଂଚାୟତ ସମିତି ସାଧାରଣ ବୈଠକରେ। ବୈଠକରେ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାଏ, କୋରେଇ ବିଧାୟକ ଅଶୋକ କୁମାର ବଳ ଯୋଗ ଦେଇ ନ ଥିବାବେଳେ ବରୀ ବିଧାୟିକା ସୁନନ୍ଦା ଦାସ ବୈଠକର ଅଧାରୁ ଉଠି ଚାଲିଯାଇଥିଲେ। ଗାଁ ଗଣ୍ଡାରୁ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବା ପାଇଁ ପ୍ରତିନିଧିଙ୍କ ପାଇଁ ସମିତି ବୈଠକ ଏକ ବଳିଷ୍ଠ ମାଧ୍ୟମ। ଏହି ବୈଠକ ଜରିଆରେ ଆସୁଥିବା ପ୍ରସ୍ତାବଗୁଡିକୁ ଜିଲପରିଷଦ ବୈଠକ ଓ ପରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବା ହେଉଛି ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ଏକ ଅଂଶ ବିଶେଷ। ଏହି କାରଣରୁ ପ୍ରତ୍ୟେକ ବିଧାନସଭା ଓ ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ପଞ୍ଚାୟତ ସମିତି, ଜିଲାପରିଷଦ ବୈଠକ ଗୁଡିକ ଆହୁତ ହୁଏ। ବିଧାୟକ ଓ ଏମ୍‌ପିଙ୍କ କାର୍ଯ୍ୟ ବ୍ୟସ୍ତତାକୁ ଧ୍ୟାନ ଦିଆଯାଇ ସମିତି ବୈଠକ ଦିନ ଧାର୍ଯ୍ୟ କରାଯାଇ ଥାଏ। ଯାହା ଏଠାରେ ବି କରାଯାଇ ଥିଲା ା ୫ମ ସାଧାରଣ ପରିଷଦ ବୈଠକ ଜୁଲାଇ,୨୦୧୯ରେ ଅନୁଷ୍ଠିତ ହୋଇଥିଲା ା ୬ଷ୍ଠ ବୈଠକ ଦୁଇ ମାସ ଅନ୍ତରରେ ଡକାଯିବା ବଦଳରେ ୬ମାସ ପରେ ଡକାଯାଇଥିଲା। ତା ପରେ ବି ଏହି ବୈଠକରେ ବିଧାୟକ ଓ ଏମ୍‌ପିମାନେ ଯୋଗଦେଇ ପାରିଲେ ନାହିଁ କି ଜନପ୍ରତିନିଧିଙ୍କ ସମସ୍ୟାକୁ ସମାଧାନ ବାଟ ଫିଟାଇବାର ଭାଗିଦାରୀ ସାଜି ପାରିଲେ ନାହିଁ। ବୈଠକର ଯଥେଷ୍ଟ ପୂର୍ବରୁ ସୂଚଜନା ଦିଅଯାଇଥିଲେ ସୁଦ୍ଧା ଯୋଗ ନ ଦେବାକୁ ରାଜନୈତିକ ମହଲ୍‌ରେ ବିଭିନ୍ନ ଆଲୋଚନା ହେଉଛି।
ଲାଇନ ଡିପାର୍ଟମେଣ୍ଟ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ
ବିଧିମୁତାବକ ସମିତି ବୈଠକରେ ବ୍ଲକର ଓ ପଞ୍ଚାୟତ ଅଧୀନସ୍ଥ ସମସ୍ତ କର୍ମଚାରୀ ଓ ଜନପ୍ରତିନିଧି ଯୋଗଦେବା ବ୍ୟତିତ ଲାଇନ ଡିପାର୍ଟମେଣ୍ଟ ଯଥା-ଗ୍ରାମ୍ୟ ଉନ୍ନୟନ, ଜଳସେଚନ, ପୂର୍ତ୍ତ, ଉଠା ଜଳସେଚନ, ମେଗା ଜଳସେଚନ, ଡ୍ରନେଜ୍‌, କ୍ଷୁଦ୍ର ଜଳସେଚନ, ଜଳ ବିଭାଜିକା ଇତ୍ୟାଦି ବିଭାଗର ଅଧିକାରୀ ବୈଠକରେ ଯୋଗଦେବା ଜରୁରୀ। ତେବେ ବିଭାଗୀୟ ଅଧିକାରୀମାନେ କ୍ରମାଗତ ଭାବରେ ବୈଠକରେ ଯୋଗଦେଉ ନ ଥିବା ପରଲ୍ଲକ୍ଷିତ ହେଉଛି। ୫ମ ସାଧାରଣ ବୈଠକରେ ଏହା ଜାଣି ଖୋଦ୍‌ ଏମ୍‌ପି ସେଠୀ ୫ମ ସାଧାରଣ ବୈଠକରେ ତୀବ୍ର ଅସନ୍ତୋଷବ୍ୟକ୍ତ କରିଥିଲେ। ଏହାସତ୍ୱେ ବି ସ୍ଥିତିରେ କୌଣସି ପରିବର୍ତ୍ତନ ଘଟି ନ ଥିଲା। ଚଳିତ ବୈଠକରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି। ଏନେଇ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି।
ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନ ସାଜିଲା ମୁଖ୍ୟ ଆଲୋଚନା ପ୍ରସଙ୍ଗ
ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନ ଓ ୨୦୧୯-୨୦/୨୧ ଆର୍ଥତ୍କ ବର୍ଷ ପାଇଁ ଅଗ୍ରାଧିକାରୀ ତାଲିକା ଚୟନକୁ ନେଇ ଟଣାଓଟରା ଲାଗି ରହିଛି। ଯୋଗ୍ୟ ତାଲିକାରେ ଯୋଡ଼ି ହେବାପାଇଁ ବ୍ଲକର ୨୮ଟି ପଞ୍ଚାୟତରୁ ୭୦୦୦ରୁ ଉର୍ଦ୍ଧ୍ୱ ହିତାଧିକାରୀ କ’ ଫର୍ମରେ ଆବେଦନ କରିଛନ୍ତି। ସେହି ତାଲିକା ଚୂଡାନ୍ତ ହେବା ନେଇ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନ ମଧ୍ୟରେ ଟଣାଓଟରା ପରିସ୍ଥିତି ଉପୁଜିଛି। ସରପଞ୍ଚମାନେ ହିତାଧିକାରୀଙ୍କୁ ସନ୍ତୁଷ୍ଟ କରିବାକୁ ଲକ୍ଷ୍ୟ ରଖୁଥିବାବେଳେ ପ୍ରଶାସନିକ ଅଧିକାରୀ ତଦନ୍ତରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ଲକ୍ଷ୍ୟ ରଖୁଛନ୍ତି। ଏହିଭଳି ଭାବରେ ଉକ୍ତ ପ୍ରସଙ୍ଗ ଆଜିର ବୈଠକର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ସାଜିଥିଲା।
ଖରାଦିନରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ପଦକ୍ଷେପ ନେବାକୁ ପରାମର୍ଶ
ଖରାଦିନ ଆସୁଛି। ପାନୀୟ ଜଳ ବିଭାଗ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ପଞ୍ଚାୟତର ୪ର୍ଥ ରାଜ୍ୟ ଓ ୧୪ତମ କେନ୍ଦ୍ରୀୟ ଅନୁଦାନରୁ ପାନୀୟ ଜଳ ସମସ୍ୟା ଦୂର କରାଯାଇ ପାରିବ। ସେଥିପ୍ରତି ଧ୍ୟାନ ଦେବା ସହ ଏବେଠାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସୂଚନା ପ୍ରଦାନ କରାଯିବା ଅସମ୍ପୂର୍ଣ୍ଣ ପାନୀୟଜଳ ପ୍ରକଳ୍ପଗୁଡିକର ପୂର୍ଣ୍ଣାଙ୍ଗୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଏଦିଗରେ ବିଭାଗୀୟ ଅଧିକାରୀମାନେ ତପତ୍ରତା ଅବଲମ୍ବନ କରାଯିବାକୁ କୁହାଯାଇଛି।
ରସୁଲପୁର ପଂଚାୟତ ସମିତି ଅଧ୍ୟକ୍ଷା ସାରତୀ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଜିଲାପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, ରସୁଲପୁର ବିଡିଓ ଉମାକାନ୍ତ ପରିଡା, ଏବିଡିଓ ଉପେନ୍ଦ୍ର କୁମାର ଜେନା, ଉପାଧ୍ୟକ୍ଷ ଯତିନ୍ଦ୍ର ମୋହନ ସାହୁ, ଏମ୍‌ପିଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ସାମଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ନମିତା ହାଁସଦା, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି, ଜିଲାପରିଷଦ ସଭ୍ୟାସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଲକ ଜନସ୍ବାସ୍ଥ୍ୟ ଅଧିକାରୀ, ମହିଳା ଶିଶୁ ମଙ୍ଗଳ ଅଧିକାରିଣୀ, ସହକାରୀ ଶିକ୍ଷାଧିକାରୀ, ସହକାରୀ କୃଷି ଅଧିକାରୀ, କିନଷ୍ଠ ଯନ୍ତ୍ରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବ୍ଲକ ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ମହିଳା ଓ ଶିଶୁ ବିକାଶ ଆଦି ବିଭାଗ ଉପରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନଙ୍କୁ କାହିଁକି ବଞ୍ଚାଉଛନ୍ତି ସରକାର? ବଡ଼ ଖୁଲାସା କଲେ ପ୍ରିୟଙ୍କା ଚତୁର୍ବେଦୀ, ମୋଦିଙ୍କ ‘ଖାସ୍‌ ରତ୍ନ’ କହି…

ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ଶିକ୍ଷା ବ୍ୟବସ୍ଥା ଏବଂ NEET-UG ପେପର ଲିକ୍‌ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ମନୋଭାବ…

ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର ଦେଲେ ଜିଲାପାଳ

ତୁମୁଡିବନ୍ଧ,୨୦ା୭(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟିପ୍ସ ଫର୍ମ ଆଇଏଏସ୍‌ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ସାପ କାମୁଡ଼ାରେ ଶାଶୁ ମୃତ, ବୋହୂ ଗୁରୁତର 

ନନ୍ଦାହାଣ୍ଡି, ୨୦।୭ (ପ୍ରତୀପ କୁମାର ଦାଶ): ଗୋଟିଏ ପରିବାରର ୨ ଜଣଙ୍କୁ ଏକ ସାପ କାମୁଡ଼ି ଦେଇଛି। ଏଥିରେ ଶାଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୂ ଗୁରୁତର…

ସ୍ବର ଉଠାଉଥିବା ପିଲାଙ୍କ ଉପରେ କରାଯାଉଛି ଲାଠିଚାର୍ଜ: ଯୁବ-ବିରୋଧୀ ପ୍ରଧାନମନ୍ତ୍ରୀ କହି ବର୍ଷିିଲେ ରାହୁଲ

ନୂଆଦିଲ୍ଲୀ, ୨୦।୭: ଦିଲ୍ଲୀରେ ‘କକରୋଚ ଜନତା ପାର୍ଟି’ (CJP) ପକ୍ଷରୁ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେନ୍ଦ୍ର…

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ, ୨୦ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ପୁଣି ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ…

ଗୁଡାରିରୁ ଭୁବନେଶ୍ୱର ବସ୍‌ ସେବା ପାଇଁ ସ୍ବର ଉଠାଇଲେ ଭୃଗୁ: ଦାବି ପୂରଣ ନ ହେଲେ…

ଗୁଡାରି,୨୦।୭,(ପ୍ରମୋଦ କୁମାର ପତି ) : ଭୁବନେଶ୍ୱରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଚିନ୍ତନ ବୈଠକ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

ବଡ଼ଧରଣର ଚଢ଼ାଉ: ୧୦ ଲକ୍ଷରୁ ଅଧିକ ମହୁଲ ପୋଚ ନଷ୍ଟ ; ପୋଲିସ, ଅବକାରୀ ଟିମ୍‌କୁ ଦେଖି ମାଫିଆ…

ପାଟଣା ,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅବକାରୀ ସୁପରିଟେଣ୍ଡେଟ୍‌ ତେଜରାତ ଯାନିଙ୍କ ନିର୍ଦ୍ଦେଶରେ ସୋମବାର ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ହୀରାପଶି ଗ୍ରାମରେ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri