ରଦ୍ଦ ହେବ ନିଶାସକ୍ତ ଡ୍ରାଇଭରଙ୍କ ଲାଇସେନ୍ସ: ଉଲ୍ଲଂଘନକାରୀଙ୍କୁ ରାଜପଥରେ ଜଗିବ ସିସିଟିଭି କ୍ୟାମେରା

ଭୁବନେଶ୍ୱର,୩ା୧(ବ୍ୟୁରୋ): ମଦ୍ୟପାନ କରି ଗାଡି ଚଳାଇଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ଲାଇସେନ୍ସ ରଦ୍ଦ ହେବା ସହ ଚାଳକଙ୍କୁ ଜେଲ ଯିବାକୁ ପଡିବ। ନିଶାସକ୍ତ ଡ୍ରାଇଭରଙ୍କ ଲାଇସେନ୍ସକୁ ତୁରନ୍ତ ରଦ୍ଦ କରିବାକୁ ରାଜ୍ୟ ସରକାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିଙ୍କ ନିର୍ଦ୍ଦେଶନାମା ପରେ ରାଜ୍ୟ ପରିବହନ କମିଶନର ଏ ନେଇ ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି। ସୁପ୍ରିମକୋର୍ଟଙ୍କ କମିଟି ପ୍ରତି ୩ ମାସରେ ଥରେ ରାଜ୍ୟ ସରକାରଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ନେଇ ସମୀକ୍ଷା କରିଥାଆନ୍ତି। ଯେଉଁ ଲାଇସେନ୍ସଗୁଡିକ ରଦ୍ଦ କରିବା ଯୋଗ୍ୟ ସେଗୁଡିକୁ ତୁରନ୍ତ ଅସିଦ୍ଧ କରିବାକୁ କମିଟି ନିର୍ଦ୍ଦେଶ ଦେଇଛନ୍ତି। ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ପୋଲିସ ଜିମା ଦେବା ସହ ସେମାନଙ୍କ ଲାଇସେନ୍ସକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ କମିଟି ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ପୋଲିସ ଅଧିକାରୀ ନିଶାସକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ଆରଟିଓକୁ ପଠାଇଥିବେ, କିନ୍ତୁ ତାହାକୁ ଯଦି ରଦ୍ଦ କରାଯାଇ ନ ଥିବ ସମ୍ପୃକ୍ତ ଅଧିକାରୀଙ୍କୁ ଏ ନେଇ କାରଣ ଦର୍ଶାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ମଦ୍ୟପାନ କରି ଗାଡିଚଳାଇବା ଯୋଗୁ ୩୩୪ ଜଣଙ୍କଠାରୁ ଇ-ଚାଲାଣ କଟାଯାଇଛି।
ସାରଥି ଡାଟାବେସରୁ ଏହି କାରଣରୁ ୧୨୬ଜଣଙ୍କର ଲାଇସେନ୍ସକୁ ରଦ୍ଦ କରାଯାଇଛି। କେବଳ ମଦ୍ୟପାନ କଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ ତାହା ନୁହେଁ, ବିନା ହେଲମେଟ କିମ୍ବା ରେଡ୍‌ ଲାଇଟ ଉଲ୍ଲଂଘନ କରିବା ଦ୍ୱାରା ୩ ଥର ଧରାପଡି ଜରିମାନା ଦେଲେ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବା ପାଇଁ ସଂଶୋଧିତ ମୋଟର ଯାନ ଆଇନରେ ବ୍ୟବସ୍ଥା ରହିଛି। ଏଥିସହିତ ଗାଡି ଚାଳକଙ୍କ ଉପରେ ନଜର ରଖିବାକୁ ଜାତୀୟ ରାଜପଥରେ ସିସିଟିଭି ଲାଗିବ। ରାଜ୍ୟରେ ଟ୍ରାଫିକ ନିୟମ ବିଷୟରେ ସତେଚନତା ସୃଷ୍ଟି କରିବାକୁ ଚଳିତମାସ ୧୧ ରୁ ୧୭ ତାରିଖ ଯାଏ ରାଜ୍ୟ ସଡକ ସୁରକ୍ଷା ସପ୍ତାହ ପାଳିତ ହେବ। ଏଥିପାଇଁ କେନ୍ଦ୍ର ସରକାର ପ୍ରତ୍ୟେକ ଆରଟିଓକୁ ୨ ଲକ୍ଷ ଏବଂ ରାଜ୍ୟସ୍ତରୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରିବାକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ନୁହେଁ, ସେ ମୋତେ ଭେଟିବାକୁ ଆସିଥିଲେ…’ ଜୟଶଙ୍କରଙ୍କ କରମର୍ଦ୍ଦନକୁ ନେଇ ଗର୍ବ କଲା ପାକିସ୍ତାନ, କଲା ଏମିତି ଦାବି

ନୂଆଦିଲ୍ଲୀ/ଇସଲାମାବାଦ,୨।୧: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ମଧ୍ୟରେ, ଢାକାରୁ ଆସିଥିବା ଏକ ଫଟୋ ପାକିସ୍ତାନରେ ଆଲୋଚନାର ବିଷୟ ପାଲଟିଛି।...

ଶୋଇଥିଲେ ବି ବିକାଶ କଥା ଚିନ୍ତା କରେ: ଭାବବିହ୍ବଳ କଲେ ନରସିଂହ

ଲୋଇସିଂହା,୨।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ କ୍ଲବ ପକ୍ଷରୁ ଅଭିନନ୍ଦନ-୨୦୨୬ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର...

ନିଜ IPL ଟିମ୍‌ KKRରୁ କେତେ ରୋଜଗାର କରନ୍ତି କିଙ୍ଗ୍‌ ଖାନ? ଜାଣିଲେ…

ନୂଆଦିଲ୍ଲୀ,୨।୧: ବଲିଉଡର କିଙ୍ଗ ଖାନ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। ସେ ତାଙ୍କ ଫିଲ୍ମ ମାଧ୍ୟମରେ ପ୍ରଶଂସକମାନଙ୍କୁ ମୋହିତ କରନ୍ତି। ବର୍ତ୍ତମାନ, ପ୍ରଶଂସକମାନେ ଶାହରୁଖ ଖାନଙ୍କ...

ପ୍ରିୟଙ୍କା ଗାନ୍ଧୀଙ୍କ ଜିପ୍‌ ସାମ୍ନାକୁ ଚାଲିଆସିଲା ବାଘ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨।୧: କଂଗ୍ରେସ ମହାସଚିବ ଏବଂ ଏମପି ପ୍ରିୟଙ୍କା ଗାନ୍ଧୀ ତାଙ୍କ ପୁଅର ନିର୍ବନ୍ଧ ପାଳନ କରିବା ଏବଂ ଏକ ବ୍ୟକ୍ତିଗତ ଯାତ୍ରାରେ ନୂତନ ବର୍ଷ ଛୁଟି...

ଗଜପତି ଜିଲାର ନୂଆ ଜିଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ

ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri