ଡିସେମ୍ବରରେ ଫ୍ୟାକ୍ଟ୍ରି ଉତ୍ପାଦନରେ ଉନ୍ନତି

ନୂଆଦିଲ୍ଲୀ,୩-୧: ଦେଶ ମଧ୍ୟରେ ଲାଗି ରହିଥିବା ମାନ୍ଦାବସ୍ଥା ଯୋଗୁ ଫ୍ୟାକ୍ଟ୍ରିଗୁଡିକର କାର୍ଯ୍ୟକଳାପ ପ୍ରଭାବିତ ହେବା ସହ ଉତ୍ପାଦନ ମଧ୍ୟ କମ୍‌ ରହୁଥିଲା। ହେଲେ ଚଳିତ ବର୍ଷ ଡିସେମ୍ବରରେ ଫ୍ୟାକ୍ଟ୍ରି ଉତ୍ପାଦନରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ସମୟ ମଧ୍ୟରେ ଉତ୍ପାଦନ ୭ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ଏହା ସତ୍ୱେ ଦେଶରେ ବାଣିଜ୍ୟ ଆଶା ଏବେ ମଧ୍ୟ ଦୁର୍ବଳ ରହିଛି। ଅର୍ଥାତ ଭଲ ବାଣିଜ୍ୟ ହେବା ନେଇ ଶିଳ୍ପଜଗତର ଆଶା ପ୍ରଭାବିତ ସ୍ଥିତିରେ ରହିଥିବା ଏକ ରିପୋର୍ଟରେ ଉଲ୍ଲେଖ ରହିଛି। କମ୍ପାନୀଗୁଡିକ ନୂଆ ଅର୍ଡର ଲାଭ କରିବା ଯୋଗୁ ସେମାନଙ୍କ ଉତ୍ପାଦନ ବଢାଇଛନ୍ତି। ଗୁରୁବାର ଏକ ଘରୋଇ ବାଣିଜ୍ୟ ସର୍ଭେ ରିପୋର୍ଟ ଆସିଥିବା ବେଳେ ଏହି ପ୍ରସଙ୍ଗ ଉପରେ ଉଲ୍ଲେଖ ରହିଛି।
ଡିସେମ୍ବରରେ ବାଣିଜ୍ୟ ଆଶା ୩ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ବଜାରର ଚ୍ୟାଲେଞ୍ଜିଂ ସ୍ଥିତିକୁ ନେଇ କମ୍ପାନୀଗୁଡିକ ଏବେ ଚିନ୍ତିତ ଅଛନ୍ତି। ଆଇଏଚ୍‌ଏସ୍‌ ମାର୍କିଟ ପକ୍ଷରୁ ପ୍ରକାଶ ପାଇଥିବା ନିକେଇ ମାନୁଫାକଚରିଂ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ଡିସେମ୍ବରରେ ୫୨.୭%କୁ ବୃଦ୍ଧି ଘଟିଛି। ଏହା ଚଳିତ ବର୍ଷ ନଭେମ୍ବରରେ ୫୧.୨% ରହିଥିଲା। ସୂଚକାଙ୍କରେ ଏହି ବୃଦ୍ଧି ଚଳିତ ବର୍ଷ ମେ ମାସପରଠାରୁ ସର୍ବୋଚ୍ଚ ସ୍ତରରେ ରହିଛି। ଏହା ୫୦% ସ୍ତର ଉଚ୍ଚରେ ରହିଥିବା ବେଳେ ଗତ କିଛି ମାସ ଧରି ଲଗାତର ଭାବେ ନିମ୍ନରେ ରହି ଆସୁଥିଲା। ସୂଚକାଙ୍କରେ ଏଭଳି ଉନ୍ନତିକୁ ନୀତି ନିର୍ଦ୍ଧାରକ ଏବଂ ବଜାର ବିଶେଷଜ୍ଞମାନେ ବେଶ ଆଶାବାଦି ରହିଥିବା ଆଇଏଚ୍‌ଏସ୍‌ ମାର୍କିଟର ପ୍ରମୁଖ ଅର୍ଥନୀତିଜ୍ଞ ପଲିଆନା ଡି ଲିମା କହିଛନ୍ତି।
ଦରଦାମ ବଢିବା ଯୋଗୁ ରିଜର୍ଭ ବ୍ୟାଙ୍କ ଏହାର ରେପୋ ହ୍ରାସ ଧାରାରେ ବିରାମ ଦେଇଥିଲା। ୨୦୧୭ ଫେବୃୟାରୀ ପରଠାରୁ ଫ୍ୟାକ୍ଟ୍ରିଗୁଡିକର ଉତ୍ପାଦନ ପ୍ରଭାବିତ ସ୍ଥିତିରେ ଥିବା ବେଳେ ଏଥିରେ ଉନ୍ନତି ନେଇ ଶିଳ୍ପଜଗତ ଚିନ୍ତା ପ୍ରକଟ କରିଛି। ବଜାର ସ୍ଥିତି, ନିଯୁକ୍ତି ସୃଷ୍ଟିରେ ମନ୍ଥରତା, ୨୦୨୦ର ପ୍ରାରମ୍ଭିକ ସମୟରେ ନିବେଶ ବୃଦ୍ଧି ବିଭିନ୍ନ ପ୍ରସଙ୍ଗ ବଜାର ଉପରେ ପ୍ରଭାବ ଆଣିବ ବୋଲି ଲିମା ମତ ଦେଇଛନ୍ତି।
ବିଦ୍ୟୁତ ଯୋଗାଣ ହ୍ରାସ ଧାରା ଜାରି
ଦେଶ ମଧ୍ୟରେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଲଗାତାର ଭାବେ ଗତ ୫ ମାସ ହେବ ହ୍ରାସ ଧାରା ଦେଖିବାକୁ ମିଳିଛି। ଡିସେମ୍ବରରେ ଏଭଳି ସ୍ଥିତି ମଧ୍ୟ ଲାଗି ରହିଛି। ମାନ୍ଦାବସ୍ଥା ଯୋଗୁ ଶିଳ୍ପଜଗତର କାର୍ଯ୍ୟକଳାପ କମିବା ଯୋଗୁ ବିଦ୍ୟୁତ ବ୍ୟବହାର କମିଥିବା ସରକାରଙ୍କ ଡାଟାରୁ ଏହା ସାମ୍ନାକୁ ଆସିଛି। ଡିସେମ୍ବରରେ ବିଦ୍ୟୁତ ଯୋଗାଣ ୧୧୧.୯୨ ବିଲିୟନ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୧୦୩.୦୪ ବିଲିୟନ ୟୁନିଟ ରହିଥିଲା। ଚଳିତ ବର୍ଷ ଡିସେମ୍ବରରେ ୧.୧% ହ୍ରାସ ଘଟିଥିବା ଜଣାପଡିଛି ବୋଲି ପାଓ୍ବାର ସିଷ୍ଟମ ଅପରେଶନ କର୍ପୋରେଶନ ଲିମିଟେଡ (ପୋସୋକୋ) ଡାଟାରୁ ସାମ୍ନାକୁ ଆସିଛି। ଚଳିତ ବର୍ଷ ନଭେମ୍ବରରେ ବିଦ୍ୟୁତ ଯୋଗାଣ ୪.୨% କମିଥିବା ବେଳେ ଅକ୍ଟୋବରରେ ୧୨.୮% କମିଥିଲା। ଅକ୍ଟୋବରର ହ୍ରାସ ୧୨ ବର୍ଷ ମଧ୍ୟରେ ସର୍ବାଧିକ। ବିଦ୍ୟୁତ ଚାହିଦାକୁ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଏକ ପ୍ରମୁଖ କାରକ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଥାନ୍ତି। ବିଦ୍ୟୁତ ଚାହିଦା ଖସିଲେ ଶିଳ୍ପ ଜଗତରେ କାରବାର ମାନ୍ଦାବସ୍ଥା ଦେଇ ଗତି କରିଥାଏ ବୋଲି ଧରି ନେବାକୁ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

SBI ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର; ଲଗାତାର ୬ ଦିନ ବନ୍ଦ ରହିବ..

ନୂଆଦିଲ୍ଲୀ,୨୧।୫: ଦେଶ ସବୁଠାରୁ ନାମୀଦାମୀ ବ୍ୟଙ୍କରେ ୬ ଦିନ ଝୁଲିବ ତାଲା । ପାଖାପାଖି ୨୩୨୭୦ ଶାଖା, ୬୩୦୦୦ରୁ ଅଧିକ ATM ୫୦ କୋଟିରୁ ଅଧିକ ଗ୍ରାହକଙ୍କ…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

ଏବେ କେବଳ  Hello ପଠାଇବା ମାତ୍ରେ ମିଳିଯିବ PF  ଆକାଉଣ୍ଟର ସମସ୍ତ ସୂଚନା, ବଡ଼ ପଦକ୍ଷେପ ନେଲା… 

ନୂଆଦିଲ୍ଲୀ,୨୦।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଖୁବଶୀଘ୍ର କୋଟି କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଡିଜିଟାଲ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏବେ…

କେବେ ମାର୍କେଟକୁ ଆସିଥିଲା Melody Toffees? ଯାହାକୁ ମେଲୋନିଙ୍କୁ ଗିଫ୍ଟ ଦେଲେ ମୋଦି

ନୂଆଦିଲ୍ଲୀ,୨୦।୫: ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ପାଞ୍ଚଟି ଦେଶ ଗସ୍ତରେ ଅଛନ୍ତି: ନରୱେ, ସୱିଡେନ, ନେଦରଲ୍ୟାଣ୍ଡ, ୟୁଏଇ ଏବଂ ଇଟାଲୀ। ଏହି ଯାତ୍ରାର ଶେଷ ପର୍ଯ୍ୟାୟରେ, ସେ ଇଟାଲୀର…

ବ୍ୟାଙ୍କ୍‌ରୁ ଟଙ୍କା ଟ୍ରାନ୍ସଫର ପାଇଁ ଆସିବ ଦୁଇଟା OTP, ଜାଣନ୍ତୁ କ’ଣ କରିବେ…

ନୂଆଦିଲ୍‌ଲୀ,୨୦।୫: ଏବେ, ବ୍ୟାଙ୍କିଙ୍ଗ କାରବାର ସମୟରେ, ଏକ ପ୍ରମାଣୀକରଣ OTP କେବଳ ଆକାଉଣ୍ଟଧାରୀଙ୍କୁ ନୁହେଁ ବରଂ ସେମାନଙ୍କ ବିଶ୍ୱସ୍ତ ସମ୍ପର୍କ ଏବଂ ପରିବାର ସଦସ୍ୟଙ୍କ ମୋବାଇଲ ଫୋନକୁ…

ମୋଦି ସରକାରଙ୍କ ବଡ଼ ପ୍ଲାନ, ପେଟ୍ରୋଲରେ ଏବେ ମିଶିବ ୩୦% ଇଥାନଲ!

ନୂଆଦିଲ୍‌ଲୀ,୧୯।୫: ଭାରତ ଏବେ ପେଟ୍ରୋଲରେ ଇଥାନଲର ମିଶ୍ରଣ ବୃଦ୍ଧି କରିବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ବିଦ୍ୟମାନ E20 ଯୋଜନାରୁ ଆଗକୁ ବଢ଼ି, ସରକାର E22,…

ରୁଷରୁ ତେଲ କିଣିବା ପାଇଁ ପୁଣି ଥରେ ସମୟସୀମା ବଢାଇଲା ଆମେରିକା, ଭାରତ ପାଇଁ କେତେ ଲାଭ?

ନୂଆଦିଲ୍ଲୀ,୧୯।୫: ଆମେରିକା ସମୁଦ୍ର ପଥରେ ପରିବହନ ହେଉଥିବା ରୁଷୀୟ ତୈଳ ଉପରେ କଟକଣାରୁ ମୁକ୍ତିକୁ ଗୋଟିଏ ମାସ ପାଇଁ ବୃଦ୍ଧି କରିଛି। ସୋମବାର ରାତିରେ ଆମେରିକାର ଟ୍ରେଜେରୀ…

କମିବ କି ପେଟ୍ରୋଲ ରେଟ୍‌? ଅଶୋଧିତ ତୈଳ ଦରରେ ବଡ଼ ହ୍ରାସ!

ନୂଆଦିଲ୍ଲୀ,୧୯।୫: ବିଶ୍ୱ ବଜାର ଏବଂ ଘରୋଇ ଗ୍ରାହକ ଉଭୟଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ଦୀର୍ଘ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri