ଡିସେମ୍ବରରେ ଫ୍ୟାକ୍ଟ୍ରି ଉତ୍ପାଦନରେ ଉନ୍ନତି

ନୂଆଦିଲ୍ଲୀ,୩-୧: ଦେଶ ମଧ୍ୟରେ ଲାଗି ରହିଥିବା ମାନ୍ଦାବସ୍ଥା ଯୋଗୁ ଫ୍ୟାକ୍ଟ୍ରିଗୁଡିକର କାର୍ଯ୍ୟକଳାପ ପ୍ରଭାବିତ ହେବା ସହ ଉତ୍ପାଦନ ମଧ୍ୟ କମ୍‌ ରହୁଥିଲା। ହେଲେ ଚଳିତ ବର୍ଷ ଡିସେମ୍ବରରେ ଫ୍ୟାକ୍ଟ୍ରି ଉତ୍ପାଦନରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ସମୟ ମଧ୍ୟରେ ଉତ୍ପାଦନ ୭ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ଏହା ସତ୍ୱେ ଦେଶରେ ବାଣିଜ୍ୟ ଆଶା ଏବେ ମଧ୍ୟ ଦୁର୍ବଳ ରହିଛି। ଅର୍ଥାତ ଭଲ ବାଣିଜ୍ୟ ହେବା ନେଇ ଶିଳ୍ପଜଗତର ଆଶା ପ୍ରଭାବିତ ସ୍ଥିତିରେ ରହିଥିବା ଏକ ରିପୋର୍ଟରେ ଉଲ୍ଲେଖ ରହିଛି। କମ୍ପାନୀଗୁଡିକ ନୂଆ ଅର୍ଡର ଲାଭ କରିବା ଯୋଗୁ ସେମାନଙ୍କ ଉତ୍ପାଦନ ବଢାଇଛନ୍ତି। ଗୁରୁବାର ଏକ ଘରୋଇ ବାଣିଜ୍ୟ ସର୍ଭେ ରିପୋର୍ଟ ଆସିଥିବା ବେଳେ ଏହି ପ୍ରସଙ୍ଗ ଉପରେ ଉଲ୍ଲେଖ ରହିଛି।
ଡିସେମ୍ବରରେ ବାଣିଜ୍ୟ ଆଶା ୩ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ବଜାରର ଚ୍ୟାଲେଞ୍ଜିଂ ସ୍ଥିତିକୁ ନେଇ କମ୍ପାନୀଗୁଡିକ ଏବେ ଚିନ୍ତିତ ଅଛନ୍ତି। ଆଇଏଚ୍‌ଏସ୍‌ ମାର୍କିଟ ପକ୍ଷରୁ ପ୍ରକାଶ ପାଇଥିବା ନିକେଇ ମାନୁଫାକଚରିଂ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ଡିସେମ୍ବରରେ ୫୨.୭%କୁ ବୃଦ୍ଧି ଘଟିଛି। ଏହା ଚଳିତ ବର୍ଷ ନଭେମ୍ବରରେ ୫୧.୨% ରହିଥିଲା। ସୂଚକାଙ୍କରେ ଏହି ବୃଦ୍ଧି ଚଳିତ ବର୍ଷ ମେ ମାସପରଠାରୁ ସର୍ବୋଚ୍ଚ ସ୍ତରରେ ରହିଛି। ଏହା ୫୦% ସ୍ତର ଉଚ୍ଚରେ ରହିଥିବା ବେଳେ ଗତ କିଛି ମାସ ଧରି ଲଗାତର ଭାବେ ନିମ୍ନରେ ରହି ଆସୁଥିଲା। ସୂଚକାଙ୍କରେ ଏଭଳି ଉନ୍ନତିକୁ ନୀତି ନିର୍ଦ୍ଧାରକ ଏବଂ ବଜାର ବିଶେଷଜ୍ଞମାନେ ବେଶ ଆଶାବାଦି ରହିଥିବା ଆଇଏଚ୍‌ଏସ୍‌ ମାର୍କିଟର ପ୍ରମୁଖ ଅର୍ଥନୀତିଜ୍ଞ ପଲିଆନା ଡି ଲିମା କହିଛନ୍ତି।
ଦରଦାମ ବଢିବା ଯୋଗୁ ରିଜର୍ଭ ବ୍ୟାଙ୍କ ଏହାର ରେପୋ ହ୍ରାସ ଧାରାରେ ବିରାମ ଦେଇଥିଲା। ୨୦୧୭ ଫେବୃୟାରୀ ପରଠାରୁ ଫ୍ୟାକ୍ଟ୍ରିଗୁଡିକର ଉତ୍ପାଦନ ପ୍ରଭାବିତ ସ୍ଥିତିରେ ଥିବା ବେଳେ ଏଥିରେ ଉନ୍ନତି ନେଇ ଶିଳ୍ପଜଗତ ଚିନ୍ତା ପ୍ରକଟ କରିଛି। ବଜାର ସ୍ଥିତି, ନିଯୁକ୍ତି ସୃଷ୍ଟିରେ ମନ୍ଥରତା, ୨୦୨୦ର ପ୍ରାରମ୍ଭିକ ସମୟରେ ନିବେଶ ବୃଦ୍ଧି ବିଭିନ୍ନ ପ୍ରସଙ୍ଗ ବଜାର ଉପରେ ପ୍ରଭାବ ଆଣିବ ବୋଲି ଲିମା ମତ ଦେଇଛନ୍ତି।
ବିଦ୍ୟୁତ ଯୋଗାଣ ହ୍ରାସ ଧାରା ଜାରି
ଦେଶ ମଧ୍ୟରେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଲଗାତାର ଭାବେ ଗତ ୫ ମାସ ହେବ ହ୍ରାସ ଧାରା ଦେଖିବାକୁ ମିଳିଛି। ଡିସେମ୍ବରରେ ଏଭଳି ସ୍ଥିତି ମଧ୍ୟ ଲାଗି ରହିଛି। ମାନ୍ଦାବସ୍ଥା ଯୋଗୁ ଶିଳ୍ପଜଗତର କାର୍ଯ୍ୟକଳାପ କମିବା ଯୋଗୁ ବିଦ୍ୟୁତ ବ୍ୟବହାର କମିଥିବା ସରକାରଙ୍କ ଡାଟାରୁ ଏହା ସାମ୍ନାକୁ ଆସିଛି। ଡିସେମ୍ବରରେ ବିଦ୍ୟୁତ ଯୋଗାଣ ୧୧୧.୯୨ ବିଲିୟନ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୧୦୩.୦୪ ବିଲିୟନ ୟୁନିଟ ରହିଥିଲା। ଚଳିତ ବର୍ଷ ଡିସେମ୍ବରରେ ୧.୧% ହ୍ରାସ ଘଟିଥିବା ଜଣାପଡିଛି ବୋଲି ପାଓ୍ବାର ସିଷ୍ଟମ ଅପରେଶନ କର୍ପୋରେଶନ ଲିମିଟେଡ (ପୋସୋକୋ) ଡାଟାରୁ ସାମ୍ନାକୁ ଆସିଛି। ଚଳିତ ବର୍ଷ ନଭେମ୍ବରରେ ବିଦ୍ୟୁତ ଯୋଗାଣ ୪.୨% କମିଥିବା ବେଳେ ଅକ୍ଟୋବରରେ ୧୨.୮% କମିଥିଲା। ଅକ୍ଟୋବରର ହ୍ରାସ ୧୨ ବର୍ଷ ମଧ୍ୟରେ ସର୍ବାଧିକ। ବିଦ୍ୟୁତ ଚାହିଦାକୁ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଏକ ପ୍ରମୁଖ କାରକ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଥାନ୍ତି। ବିଦ୍ୟୁତ ଚାହିଦା ଖସିଲେ ଶିଳ୍ପ ଜଗତରେ କାରବାର ମାନ୍ଦାବସ୍ଥା ଦେଇ ଗତି କରିଥାଏ ବୋଲି ଧରି ନେବାକୁ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri