ରଥଯାତ୍ରା ପ୍ରସଙ୍ଗ: ପ୍ରାୟୋଜିତ ଯୋଜନା କହିଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୨।୬: ଚଳିତବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ମହାପ୍ରଭୁଙ୍କ ରଥ। ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ରଖିବା ଲାଗି ଶୁକ୍ରବାର ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ। ଏହି ରାୟ ପରେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ରଥଯାତ୍ରା ବନ୍ଦ ପାଇଁ ପ୍ରାୟୋଜିତ ଯୋଜନା ହୋଇଥିବା ସେ କହିଛନ୍ତି। ରବିବାର ଏକ ଭିଡିିଓ ବାର୍ତ୍ତାରେ ଜଗଦ୍‌ଗୁରୁ କହିଛନ୍ତି, ରାୟର ପୁନର୍ବିଚାର ପାଇଁ ଯଦି ସୁପ୍ରିମ୍‌କୋର୍ଟ ଚାହିଁଥାନ୍ତେ ତେବେ ୨୦ ତାରିଖରେ ସ୍ବେଚ୍ଛାକୃତ ଭାବେ ଆବେଦନକୁ ଗ୍ରହଣ କରିପାରିଥାନ୍ତେ। ବର୍ତ୍ତମାନ ଅବକାଶକାଳୀନ ଛୁଟି ଥିଲେ ମଧ୍ୟ ବିଶେଷ ପରିସ୍ଥିତିରେ ନ୍ୟାୟାଳୟ ଖୋଲିଥାଏ। ମଙ୍ଗଳବାର ରଥଯାତ୍ରା। ମଝିରେ ମାତ୍ର ଗୋଟିଏ ଦିନ ସୋମବାର ରହିଛି। ତେଣୁ ରଥଯାତ୍ରା ବନ୍ଦ ପାଇଁ ସୁନିୟୋଜିତ ଯୋଜନା ହୋଇଥିବା ଯେ କେହି ଭାବିବାକୁ ବାଧ୍ୟ ହେବେ। ଗ୍ରୀଷ୍ମ ଅବକାଶ ଠିକ୍‌ ପୂର୍ବରୁ ଏଭଳି ରାୟ ଦିଆଯିବା ଏହାକୁ ସ୍ପଷ୍ଟ କରୁଛି ବୋଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କଲେ ରାଜ୍ୟପାଳ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୋମବାର ରାଜ୍ୟର ୬ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି। ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ଦିଆଯାଇଥିବା...

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ଜିଲା ବୁଡ଼େନ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୫)ଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅଭିଯୁକ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।...

ପଦ୍ମପୁରରେ ନିର୍ବାଚନୀ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ଝାରବନ୍ଧ,୨।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପ୍ରଚାର ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଅଛନ୍ତି।...

ମିଳିନି ବୁଲ୍‌ବୁଲ୍‌ କ୍ଷୟକ୍ଷତି ସହାୟତା

ଭଦ୍ରକ ଅଫିସ, ୨୩।୧-ଭଦ୍ରକ ଜିଲାରେ ଖରିଫ୍‌ ଧାନ ଅମଳ ସରିବାକୁ ବସିଲାଣି। ହେଲେ ଏଯାଏ ବୁଲ୍‌ବୁଲ୍‌ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି ଇନ୍‌ପୁଟ୍‌ ସବ୍‌ସିଡି। ଯାହାକୁ...

ଖୋର୍ଦ୍ଧା ବିଧାନସଭା ୮ଆସନରୁ ୭ରେ ବିଜୟୀ ହୋଇ ସ୍ଥିତି ବଜାୟ ରଖିଲା ବିଜେଡି

ଖୋର୍ଦ୍ଧା ଅଫିସ,୨୪।୫:ଖୋର୍ଦ୍ଧା ଜିଲାର ୮ଟି ବିଧାନସଭା ଆସନ ମଧ୍ୟରୁ ୭ ଟିକୁ ଦଖଲକୁ ଆଣି ବିଜେଡ ସ୍ଥିତି ବଜାୟ ରଖିଛି । ୨୦୧୪ ନିର୍ବାଚନରେ ଚିଲିକା...

ସ୍ବଦେଶ ଦର୍ଶନ ଯୋଜନାରେ ଓଡ଼ିଶାକୁ ଅଣଦେଖା

ଯାଜପୁର ଅଫିସ,୧୯ା୧୨: ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ଆସିଲେ କେନ୍ଦ୍ର ସରକାର ମଧ୍ୟ ବିିଭିନ୍ନ ବାଟରେ ଆର୍ଥିକ ଲାଭବାନ୍‌ ହେଉଛନ୍ତି। କିନ୍ତୁ ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ...

ଗୁଣିଗାରେଡ଼ି ସନ୍ଦେହରେ ତୀର ମାରି ଜଣଙ୍କୁ ହତ୍ୟା: ଅଭିଯୁକ୍ତ ଗିରଫ

କୋରୁକୋଣ୍ଡା,୯ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ଥାନା ଅନ୍ତର୍ଗତ ତାରଲାକୋଟା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଗ୍ରାମର...

ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ, ଗୋଟିଏ ରାତିରେ ପୋଡ଼ିଦେଲେ ୩ ଦୋକାନ

କୋଟଗଡ, ୬।୧୨(ଡି଼.ଏନ୍‌.ଏ): କନ୍ଧମାଳ ଜିଲା ବାଲିଗୁଡା ନୂଆଁସାହି ନିକଟ ବଜାରରେ ଦୁର୍ବୃତ୍ତମାନେ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ଗୋଟିଏ ରାତିରେ ୩ଟି ଦୋକାନ ପୋଡି ଦେଇଥିବା ଅଭିଯୋଗ...

Advertisement
Archives

Model This Week