ରଥଯାତ୍ରା ପାଇଁ ବ୍ୟବସ୍ଥାବଳୀ : ୩ ରଥରେ ରହିବେ ୨୧୦ ସେବକ, କର୍ମଚାରୀ

ପୁରୀ ଅଫିସ, ୨୮।୬ : ଘୋଷଯାତ୍ରାର ଆଦ୍ୟପର୍ବ ସ୍ନାନଯାତ୍ରା ଶେଷ ହୋଇଛି। ମହାପ୍ରଭୁ ଏବେ ଅଣସରରେ। ଆଗକୁ ରଥଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏହି ମହାନ ପର୍ବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପ୍ରସ୍ତୁତ କରିଛି ବ୍ୟବସ୍ଥାବଳୀ। ଏଥିରେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ନିର୍ଦ୍ଦିଷ୍ଟ ନିୟମ କାନୁନ ଉଲ୍ଲେଖ ରହିଛି। ଯେପରି କି ତିନିରଥରେ ମୋଟ ୨୧୦ ଜଣ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ରହିବେ, ଏହାଠୁ ଅଧିକ ରହିପାରିବେ ନାହିଁ। ସେହିପରି ଗୋଟିଏ ଚକକୁ ଦୁଇ ଘଣ୍ଟୁଆ ହିସାବରେ ଘଣ୍ଟୁଆ ସେବାୟତ ରଥ ଉପରେ ରହିପାରିବେ। ରଥବାଡ଼ରେ କେହି ବସିପାରିବେ ନାହିଁ। ଏହାକୁ ଯଦି କେହି ଉଲ୍ଲଂଘନ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ୟବସ୍ଥାବଳୀରେ ଦର୍ଶାଯାଇଛି।
ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ବ୍ୟବସ୍ଥାବଳୀ କରୁଛି। ହେଲେ ଅନେକ ସମୟରେ ଏହାର ଉଲ୍ଲଂଘନ ହେଉଛି। ଚଳିତ ବର୍ଷ ସ୍ନାନଯାତ୍ରା ବ୍ୟବସ୍ଥାବଳୀକୁ ମାନି ନ ଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର ପ୍ରଶାସନ ୨ଜଣ ସେବକଙ୍କୁ ସେବାରୁ ନିଲମ୍ବିତ କରିଛି। ଆଗକୁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ତେବେ ରଥଯାତ୍ରା ପାଇଁ ପ୍ରସ୍ତୁତ ବ୍ୟବସ୍ଥାବଳୀରେ କେତେକ ନୀତିନିୟମ ରଖିଛି ମନ୍ଦିର ପ୍ରଶାସନ। ରଥ ଉପରେ ଚଳିତବର୍ଷ ମୋଟ ୨୧୦ଜଣ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ରହିବେ ବୋଲି କୁହାଯାଇଛି। ଛେରାପହଁରା ପରେ ସମ୍ପୃକ୍ତ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ମିଶି ଶ୍ରୀବଳଭଦ୍ରଙ୍କ ରଥରେ ୭୦ଜଣ, ଦେବୀ ସୁଭଦ୍ରାଙ୍କ ରଥରେ ୬୦ଜଣ ଏବଂ ଶ୍ରୀଜଗନ୍ନାଥଙ୍କ ରଥରେ ୮୦ଜଣ ରହିବେ। ଏହାଠାରୁ ଯେପରି ଅଧିକ ନ ରୁହନ୍ତି ସେଥିପ୍ରତି ଶ୍ରୀମନ୍ଦିର ଶୋଧ ଦଳ ଦୃଷ୍ଟି ଦେବେ। ସେହିପରି ଏଣିକି ମନଇଚ୍ଛା ରଥ ଉପରକୁ ଚଢିପାରିବେନି ଘଣ୍ଟୁଆ ସେବାୟତ। ଏଥିରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ରଥଟଣାକୁ ସୁବ୍ୟବସ୍ଥିତ କରିବା ଲାଗି ଗୋଟିଏ ଚକକୁ ଦୁଇ ଘଣ୍ଟୁଆ ସେବାୟତ ରହିବେ ବୋଲି ନିଷ୍ପତ୍ତି ହୋଇଛି। ଅର୍ଥାତ୍‌ ଯେଉଁ ରଥରେ ଯେତୋଟି ଚକ ସେହି ରଥରେ ତା’ର ଡବଲ ସଂଖ୍ୟକ ଘଣ୍ଟୁଆ ସେବାୟତ ରହିବେ। ଛେରାପହଁରା ପୂର୍ବରୁ ଘଣ୍ଟୁଆମାନେ ରଥ ଉପରକୁ ଯିବେ ନାହିଁ। ଛେରାପହଁରା ସେବା ସମାପନ ହେବା ପରେ ଘଣ୍ଟୁଆମାନେ ରଥ ଉପରକୁ ଚଢିବେ। ପ୍ରତି ରଥରେ ପୁରୀ ଓ ଭଟିମୁଣ୍ଡା ଘଣ୍ଟୁଆ ସମ ସଂଖ୍ୟାରେ ରହିବେ। ତିନିରଥର ମୋଟ ଚକ ସଂଖ୍ୟା ୪୨ (ନନ୍ଦିଘୋଷ ୧୬, ତାଳଧ୍ୱଜ ୧୪ ଓ ଦର୍ପଦଳନ ୧୨)। ତେଣୁ ନନ୍ଦିଘୋଷ ରଥରେ ୩୨, ତାଳଧ୍ୱଜ ରଥରେ ୨୮ ଏବଂ ଦର୍ପଦଳନ ରଥରେ ୨୪ ଏହିପରି ମୋଟ ୮୪ଜଣ ଘଣ୍ଟୁଆ ସେବାୟତ ରହିବେ। ଅଧିକ ସଂଖ୍ୟକ ଘଣ୍ଟୁଆଙ୍କୁ ରଥ ଉପରେ ଥିବା ଶ୍ରୀମନ୍ଦିର କର୍ମଚାରୀ, ଦଇତାପତି ସେବକ ଓ ବାଡ଼ଗ୍ରାହୀମାନେ ତଳକୁ ଓହ୍ଲାଇ ଦେବେ। ଘଣ୍ଟୁଆମାନେ ଠାକୁରଙ୍କୁ ଅବରୋଧ ନ କରି ରଥ ଉପରେ ଦୁଇକଡ଼ରେ ରହି ଘଣ୍ଟ ବଜାଇବେ। ଉଭୟ ଘଣ୍ଟୁଆ ଗୋଷ୍ଠୀ ସେମାନଙ୍କ ରଥୱାରି ତାଲିକା ଦେବେ ଏବଂ ପ୍ରଶାସନର ଚୟନ ପରେ ସେମାନଙ୍କୁ ପାସ୍‌ ଦିଆଯିବାର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?