ରଥଯାତ୍ରା ପାଇଁ ବ୍ୟବସ୍ଥାବଳୀ : ୩ ରଥରେ ରହିବେ ୨୧୦ ସେବକ, କର୍ମଚାରୀ

ପୁରୀ ଅଫିସ, ୨୮।୬ : ଘୋଷଯାତ୍ରାର ଆଦ୍ୟପର୍ବ ସ୍ନାନଯାତ୍ରା ଶେଷ ହୋଇଛି। ମହାପ୍ରଭୁ ଏବେ ଅଣସରରେ। ଆଗକୁ ରଥଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏହି ମହାନ ପର୍ବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପ୍ରସ୍ତୁତ କରିଛି ବ୍ୟବସ୍ଥାବଳୀ। ଏଥିରେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ନିର୍ଦ୍ଦିଷ୍ଟ ନିୟମ କାନୁନ ଉଲ୍ଲେଖ ରହିଛି। ଯେପରି କି ତିନିରଥରେ ମୋଟ ୨୧୦ ଜଣ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ରହିବେ, ଏହାଠୁ ଅଧିକ ରହିପାରିବେ ନାହିଁ। ସେହିପରି ଗୋଟିଏ ଚକକୁ ଦୁଇ ଘଣ୍ଟୁଆ ହିସାବରେ ଘଣ୍ଟୁଆ ସେବାୟତ ରଥ ଉପରେ ରହିପାରିବେ। ରଥବାଡ଼ରେ କେହି ବସିପାରିବେ ନାହିଁ। ଏହାକୁ ଯଦି କେହି ଉଲ୍ଲଂଘନ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ୟବସ୍ଥାବଳୀରେ ଦର୍ଶାଯାଇଛି।
ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ବ୍ୟବସ୍ଥାବଳୀ କରୁଛି। ହେଲେ ଅନେକ ସମୟରେ ଏହାର ଉଲ୍ଲଂଘନ ହେଉଛି। ଚଳିତ ବର୍ଷ ସ୍ନାନଯାତ୍ରା ବ୍ୟବସ୍ଥାବଳୀକୁ ମାନି ନ ଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର ପ୍ରଶାସନ ୨ଜଣ ସେବକଙ୍କୁ ସେବାରୁ ନିଲମ୍ବିତ କରିଛି। ଆଗକୁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ତେବେ ରଥଯାତ୍ରା ପାଇଁ ପ୍ରସ୍ତୁତ ବ୍ୟବସ୍ଥାବଳୀରେ କେତେକ ନୀତିନିୟମ ରଖିଛି ମନ୍ଦିର ପ୍ରଶାସନ। ରଥ ଉପରେ ଚଳିତବର୍ଷ ମୋଟ ୨୧୦ଜଣ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ରହିବେ ବୋଲି କୁହାଯାଇଛି। ଛେରାପହଁରା ପରେ ସମ୍ପୃକ୍ତ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ମିଶି ଶ୍ରୀବଳଭଦ୍ରଙ୍କ ରଥରେ ୭୦ଜଣ, ଦେବୀ ସୁଭଦ୍ରାଙ୍କ ରଥରେ ୬୦ଜଣ ଏବଂ ଶ୍ରୀଜଗନ୍ନାଥଙ୍କ ରଥରେ ୮୦ଜଣ ରହିବେ। ଏହାଠାରୁ ଯେପରି ଅଧିକ ନ ରୁହନ୍ତି ସେଥିପ୍ରତି ଶ୍ରୀମନ୍ଦିର ଶୋଧ ଦଳ ଦୃଷ୍ଟି ଦେବେ। ସେହିପରି ଏଣିକି ମନଇଚ୍ଛା ରଥ ଉପରକୁ ଚଢିପାରିବେନି ଘଣ୍ଟୁଆ ସେବାୟତ। ଏଥିରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ରଥଟଣାକୁ ସୁବ୍ୟବସ୍ଥିତ କରିବା ଲାଗି ଗୋଟିଏ ଚକକୁ ଦୁଇ ଘଣ୍ଟୁଆ ସେବାୟତ ରହିବେ ବୋଲି ନିଷ୍ପତ୍ତି ହୋଇଛି। ଅର୍ଥାତ୍‌ ଯେଉଁ ରଥରେ ଯେତୋଟି ଚକ ସେହି ରଥରେ ତା’ର ଡବଲ ସଂଖ୍ୟକ ଘଣ୍ଟୁଆ ସେବାୟତ ରହିବେ। ଛେରାପହଁରା ପୂର୍ବରୁ ଘଣ୍ଟୁଆମାନେ ରଥ ଉପରକୁ ଯିବେ ନାହିଁ। ଛେରାପହଁରା ସେବା ସମାପନ ହେବା ପରେ ଘଣ୍ଟୁଆମାନେ ରଥ ଉପରକୁ ଚଢିବେ। ପ୍ରତି ରଥରେ ପୁରୀ ଓ ଭଟିମୁଣ୍ଡା ଘଣ୍ଟୁଆ ସମ ସଂଖ୍ୟାରେ ରହିବେ। ତିନିରଥର ମୋଟ ଚକ ସଂଖ୍ୟା ୪୨ (ନନ୍ଦିଘୋଷ ୧୬, ତାଳଧ୍ୱଜ ୧୪ ଓ ଦର୍ପଦଳନ ୧୨)। ତେଣୁ ନନ୍ଦିଘୋଷ ରଥରେ ୩୨, ତାଳଧ୍ୱଜ ରଥରେ ୨୮ ଏବଂ ଦର୍ପଦଳନ ରଥରେ ୨୪ ଏହିପରି ମୋଟ ୮୪ଜଣ ଘଣ୍ଟୁଆ ସେବାୟତ ରହିବେ। ଅଧିକ ସଂଖ୍ୟକ ଘଣ୍ଟୁଆଙ୍କୁ ରଥ ଉପରେ ଥିବା ଶ୍ରୀମନ୍ଦିର କର୍ମଚାରୀ, ଦଇତାପତି ସେବକ ଓ ବାଡ଼ଗ୍ରାହୀମାନେ ତଳକୁ ଓହ୍ଲାଇ ଦେବେ। ଘଣ୍ଟୁଆମାନେ ଠାକୁରଙ୍କୁ ଅବରୋଧ ନ କରି ରଥ ଉପରେ ଦୁଇକଡ଼ରେ ରହି ଘଣ୍ଟ ବଜାଇବେ। ଉଭୟ ଘଣ୍ଟୁଆ ଗୋଷ୍ଠୀ ସେମାନଙ୍କ ରଥୱାରି ତାଲିକା ଦେବେ ଏବଂ ପ୍ରଶାସନର ଚୟନ ପରେ ସେମାନଙ୍କୁ ପାସ୍‌ ଦିଆଯିବାର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ଚାଇନାର ପ୍ରାଧାନ୍ୟ, ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଲେ ଜିନପିଙ୍ଗ

ବେଜିଂ,୧୬।୭: ଏକ ସର୍ଭେରେ ଚାଇନା ଆମେରିକା ତୁଳନାରେ ଭଲ ସ୍ଥିତିରେ ଥିବା ଦର୍ଶାଯାଇଛି। ସମ୍ପ୍ରତି, ପିଉ ରିସର୍ଚ୍ଚ ସେଣ୍ଟର 2026 ଆରମ୍ଭରେ ୩୬ଟି ଦେଶରେ ଏକ ସର୍ଭେ…

ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜ ଉପରେ ଟିକସ ଲଗାଇପାରିବେ କି? ଜାଣନ୍ତୁ କ’ଣ କହୁଛି ଅନ୍ତର୍ଜାତୀୟ ଆଇନ

ତେହରାନ,୧୬।୭: ବିଶ୍ୱ ରାଜନୈତିକ ଏବଂ ରଣନୈତିକ ମୋର୍ଚ୍ଚାରେ ଆମେରିକା ଏବଂ ଇରାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ପୁଣିଥରେ ସଂଘର୍ଷର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏହି ଗୁରୁତ୍ୱପୂର୍ଣ୍ଣ…

ମାତ୍ର ୧ ଟଙ୍କାରେ ୧ ଲକ୍ଷ କୋଟି ଟଙ୍କା ବିବାଦର ସମାଧାନ କରିବେ ସୁପ୍ରିମକୋର୍ଟ: ଜାଣନ୍ତୁ ଚର୍ଚ୍ଚିତ ମାମଲା ବିଷୟରେ

ନୂଆଦିଲ୍ଲୀ,୧୬।୭: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରୁ ଅନ୍ୟତମ କଲ୍ୟାଣୀ ପରିବାର ସହିତ ଜଡିତ ପାରିବାରିକ ବିବାଦ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ମୋଡ଼ରେ ପହଞ୍ଚିଛି। ପ୍ରାୟ ୧…

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ, କହିଲେ ପୁଣି ସେମିତି କରିବାକୁ ଯାଉଛନ୍ତି ସରକାର…

ନୂଆଦିଲ୍ଲୀ,୧୬।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ସମୟରେ, କେନ୍ଦ୍ରର ମୋଦି ସରକାର ପୁଣି ଥରେ ସୀମା ନିର୍ଦ୍ଧାରଣ ବିଲ…

ଡାକ୍ତର ସ୍ବାମୀଙ୍କୁ ହତ୍ୟା, ପୁଅକୁ ଛୁରାମାଡ଼; ପାଖରେ ବସି ଫୋନ୍‌ ଦେଖୁଥିଲେ ସ୍ତ୍ରୀ

ବେଙ୍ଗାଲୁରୁ,୧୬ା୭: କର୍ନାଟକର ହୁବାଲିରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଡାକ୍ତରଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ ଭିତରୁ ମିଳିଛି। ତାଙ୍କ ଆଠ…

ଜୁଲାଇ ୧୯ରୁ ଏହି ୪ ରାଶିଙ୍କ ପାଇଁ ଆରମ୍ଭ ହେବ ସୁବର୍ଣ୍ଣ ସମୟ: ଶନି-ମଙ୍ଗଳ ଆଣିବେ ବମ୍ପର ରୋଜଗାର

ଜୁଲାଇ ମାସର ଅବଶିଷ୍ଟ ଦିନଗୁଡ଼ିକ ଗ୍ରହ ପରିବର୍ତ୍ତନ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ୧୯ ଜୁଲାଇରେ ଏକ ଶୁଭ ଯୋଗ ସୃଷ୍ଟି ହେଉଛି। ପ୍ରାୟ ରାତି…

ଶ୍ରୀକ୍ଷେତ୍ରରେ ବଡ଼ ଅଘଟଣ, ଅଣନିଶ୍ବାସୀ ହୋଇ ଚାଲିଗଲା ଭକ୍ତଙ୍କ ପ୍ରାଣ!

ପୁରୀ,୧୬।୭: ଶ୍ରୀକ୍ଷେତ୍ର ପୁରୀରେ ବଡ଼ ଅଘଟଣ ଘଟିଯାଇଛି । ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି । ପୁରୀ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି…

ସି ଜିନପିଙ୍ଗଙ୍କ ଶୟନ କକ୍ଷକୁ କରାଗଲା ଟାର୍ଗେଟ, ୮୦ ବର୍ଷ ପର୍ଯ୍ୟନ୍ତ ଅନୁତାପ କଲା ଜାପାନ, ଏବେ ସେହି କାମ କରିବାକୁ ଯାଉଛି…

ନୂଆଦିଲ୍ଲୀ/ବେଜିଂ,୧୬।୭: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଜାପାନ ଏକ ନିଷ୍ପତ୍ତି ନେଇଥିଲା: ଏହା ବିଶ୍ୱର ଏକ ପ୍ରମୁଖ ସାମରିକ ଶକ୍ତି ହେବ ନାହିଁ, ଆକ୍ରମଣାତ୍ମକ ଗୁପ୍ତଚର କାର୍ଯ୍ୟ କରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri