ରଥଯାତ୍ରାରେ ସେବା କାର୍ଯ୍ୟ: ପୁରୀରେ ପହଞ୍ଚିଲା ଜୀବନଜ୍ୟୋତି ସଙ୍ଗଠନ

ତିହିଡି,୩।୭(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସେବାକାର୍ଯ୍ୟ ପାଇଁ ଜୀବନଜ୍ୟୋତି ସଙ୍ଗଠନର କର୍ମକର୍ତ୍ତାମାନେ ବୁଧବାର ସକାଳେ ପୁରୀରେ ପହଞ୍ଚିଛନ୍ତି। ଭଦ୍ରକ ଜିଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଏହି ସଙ୍ଗଠନର ୨୫୦ଜଣ କର୍ମକର୍ତ୍ତା ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ, ସଫେଇ, ଶାନ୍ତିଶୃଙ୍ଖଳା ରକ୍ଷା ଆଦି କାର୍ଯ୍ୟ କରିବେ। ସଙ୍ଗଠନର ସଭାପତି ଧୀରେନ୍ଦ୍ର ସାହୁ, ଜ୍ୟୋତିର୍ମୟ ପାଣ୍ତବ, ରାଜେଶ ବାରିକ, ଆଶାଦୀପ ବାରିକ, ତୁଷାର ସ୍ବାଇଁ, ମହେଶ୍ୱର ନାୟକ, ରାଜେଶ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଏହି ସେବାକାର୍ଯ୍ୟ କରାଯିବ। ୨୦୧୭ରୁ ରଥଯାତ୍ରାରେ ସେବାକାର୍ଯ୍ୟ କରିଆସୁଥିବା ଏହି ସଙ୍ଗଠନକୁ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ ସହ ସହଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଳି କରିବାରୁ ହତ୍ୟା କରିଥିଲେ ଶ୍ରମିକ, ଜେଲ ଗଲେ

ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ,୩ା୩ (ଡି.ଏନ.ଏ.): ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ତୁଳସୀଦେଇପୁରସ୍ଥିତ ସୋଲ୍‌ ସୋକ୍‌ ଫାର୍ମ ହାଉସ୍‌ରେ ଇଲେକ୍ଟ୍ରିସିଆନ୍‌ ଦୀପକ କୁମାର ସ୍ବାଇଁଙ୍କୁ ହତ୍ୟା ଘଟଣାରେ...

ପିକ୍‌ଅପ୍‌ ଭ୍ୟାନରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଆର.ଉଦୟଗିରି,୧୬ା୮(ଡି.ଏନ.ଏ.)- ମୋହନା ପୋଲିସ ଏକ ଗାଡ଼ି ସହ ୧୩ ବସ୍ତା ଗଞ୍ଜେଇ ଜବତ କରିଛି। ଆର୍‌.ଉଦୟଗିରି ଏସଡିପିଓ ଅନିଲ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ମୋହନା ଆଇଆଇସି...

୨୪ ହାଇସ୍କୁଲରେ ମିଳିବ ଅତ୍ୟାଧୁନିକ ସୁବିଧା

ଭୁବନେଶ୍ୱର,(ବ୍ୟୁରୋ)/ବଲାଙ୍ଗୀର ଅଫିସ, ୫।୮: ବଲାଙ୍ଗୀର ଜିଲାର ୨୪ ସ୍କୁଲରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ଉପଲବ୍ଧ ହେବ। ଉନ୍ନତମାନର ସ୍ମାର୍ଟ କ୍ଳାସ୍‌ରୁମ୍‌, ବିଜ୍ଞାନ ପରୀକ୍ଷାଗାର, ଇ-ପାଠାଗାର...

ଆଜି ଭଙ୍ଗାଯିବ ବଡ଼ ଆଖଡ଼ା ମଠ

ପୁରୀ ଅଫିସ,୩।୯: ଶ୍ରୀମନ୍ଦିର ସୁରକ୍ଷା ଆଉ ପୁରୀ ସହରର ବିକାଶ ପାଇଁ ମାଟିରେ ମିଶିବ ଆଉ ଏକ ଐତିହ୍ୟ। ତୃତୀୟ ମଠ ଭାବେ ସତ୍ତା ହରାଇବ...

ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ସକାଳ ୧୦ଟା ଏବଂ ଫେରିବା ସମୟ ଅପରାହ୍ନ ୫ଟା ୩୦ ମିନିଟ ଧାର୍ଯ୍ୟ...

ଆନ୍ଦୋଳନକାରୀଙ୍କୁ ପୋଲିସର ଲାଠିଚାଳନା: ୫ରେ ପୁଣି ଢିଙ୍କିଆ ଗସ୍ତ କରିବ ସ୍ବତନ୍ତ୍ର କମିଟି

କଟକ ଅଫିସ,୨୪ା୨: ଜଗତ୍‌ସିଂହପୁର ଜିଲା ଢିଙ୍କିଆ ଅଞ୍ଚଳରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ନିର୍ମାଣକୁ ବିରୋଧ କରୁଥିବା ଆନ୍ଦୋଳନକାରୀଙ୍କୁ ପୋଲିସର ଲାଠିଚାଳନା ଘଟଣା ସମ୍ପର୍କିତ ମାମଲାର ବୁଧବାର...

୧୭ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ବିଶ୍ୱସ୍ତରୀୟ : ତାଲିକାରେ ଓଡ଼ିଶାର ନାହିଁ ସ୍ଥାନ

ଭୁବନେଶ୍ୱର,୮।୭(ବ୍ୟୁରୋ): କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୭ଟି ପ୍ରମୁଖ କୀର୍ତ୍ତିରାଜି ତଥା ପର୍ଯ୍ୟଟନସ୍ଥଳୀକୁ ବିଶ୍ୱସ୍ତରୀୟ କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବଜେଟ ଉପସ୍ଥାପନ...

ବେଦାନ୍ତ ଖଣିରୁ ଜଳ ନମୁନା ସଂଗ୍ରହ କଲା ସିପିସିବି

ଯାଜପୁର ଅଫିସ,୧୭ା୯: ବେଦାନ୍ତ ଫାକର ଓସ୍ତପାଳ କ୍ରୋମାଇଟ ଖଣିରୁ ପ୍ରାୟ ୧୫ ଲକ୍ଷ ଘନମିଟର ବର୍ଜ୍ୟଜଳ ଡମଶାଳା ନାଳାକୁ ବିନା ଟ୍ରିଟମେଣ୍ଟରେ ଛାଡ଼ିବା ମାମଲାରେ ସିପିସିବି(ସେଣ୍ଟ୍ରାଲ...

Advertisement
Archives

Model This Week