ରଥଖଳା ଶୁନ୍‌ଶାନ୍‌: କାଠ ଉପରେ ପଡୁନି ବାରିସି ଚୋଟ

ପୁରୀ ଅଫିସ,୨୭ା୪: ରଥଖଳା ସମ୍ପୂର୍ଣ୍ଣ ପ୍ରସ୍ତୁତ ସରିଛି। ରଥକାଠ ବି ପଡ଼ିରହିିଛି। ହେଲେ ରଥଖଳାରେ ଦେଖାନାହାନ୍ତି ମହାରଣା ସେବକ କି ଭୋଇ ସେବକ। ଶୂନ୍‌ଶାନ୍‌ ହୋଇପଡ଼ିିଛି ରଥଖଳା। ମହାମାରୀ କରୋନା ହିଁ ରଥଖଳାରେ ଖେଳାଇଦେଇଛି ଏମିତି ନୀରବତା। ଅକ୍ଷୟ ତୃତୀୟା ପରଠାରୁ ଧୀରେ ଧୀରେ ଚଳଚଞ୍ଚଳ ହୋଇପଡ଼େ ରଥଖଳା। କିନ୍ତୁ ଏ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଲକ୍‌ଡାଉନ କଟକଣା ଯୋଗୁ ମେ ୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିଛି ଶ୍ରୀମନ୍ଦିର ପ୍ରଶାସନ। ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା କ’ଣ ରହିବ ତାହା ଉପରେ ହିଁ ନିର୍ଭର କରୁଛି ତିନିରଥ ନିର୍ମାଣ।
ଜୁନ୍‌ ୨୩ ତାରିଖରେ ରଥଯାତ୍ରା। ଆଉ ମାସେ ୨୫ଦିନ ସମୟ ରହିଲା। ହେଲେ ଏ ପର୍ଯ୍ୟନ୍ତ ରଥ ନିର୍ମାଣ ହୋଇପାରିଲା ନାହିଁ। ରଥ ନିର୍ମାଣରେ ବାଧକ ସାଜିଛି କରୋନା କଟକଣା। ରଥଯାତ୍ରାର ଆଦ୍ୟ ପର୍ବ କୁହାଯାଉଥିବା ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଅନୁକୂଳ ହୋଇଥାଏ। ରବିବାର ଶ୍ରୀମନ୍ଦିର ପରିସରରେ ରଥ ନିର୍ମାଣର ଅନୁକୂଳ ସରିଛି। ମାତ୍ର ଲକ୍‌ଡାଉନ କଟକଣା ଥିବାରୁ ରଥଖଳାରେ ନିର୍ମାଣ ଆରମ୍ଭ ହେଉନାହିଁ। ପ୍ରତିବର୍ଷ ଅକ୍ଷୟତୃତୀୟା ପରେ ରଥଖଳାରେ ରଥ ତିଆରି ଆରମ୍ଭ ହୋଇଯାଏ। ଭୋଇ ସେବକଙ୍କ ସହଯୋଗରେ ମହାରଣା ସେବକ ପ୍ରଥମେ ତୁମ୍ବ ତିଆରି କରିଥାନ୍ତି। ଏହାପରେ ରଥ ନିର୍ମାଣ କାମ ଆଗେଇ ଥାଏ। କିନ୍ତୁ ଏଥର ଅନୁକୂଳ ପରେ ଖଁ। ଖଁ। ରଥଖଳା। ଏଥିରେ ନିୟୋଜିତ ସେବକମାନେ ବି ଉଦାସ ମନରେ ରହିଛନ୍ତି। ହେଲେ ଏଭଳି ସମୟରେ ସରକାରଙ୍କ ନିଷ୍ପତ୍ତିକୁ ନେଇ ସେମାନେ ନୀରବ ଅଛନ୍ତି। ସୂଚନାଥାଉ କି, ତିନିରଥରେ ପ୍ରାୟ ୮୦ ଜଣ ମହାରଣା ସେବକ, ସମାନ ସଂଖ୍ୟକ ଭୋଇ ସେବକ କାମ କରିଥାନ୍ତି। ସେହିପରି ରୂପକାର, ଚିତ୍ରକର ଆଦି ବିଭିନ୍ନ ସେବକ ରଥ ନିର୍ମାଣରେ ସାମିଲ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ସମ୍ବଲପୁର DRUCC ସଦସ୍ୟ ଭାବେ ମନୋନୀତ ହେଲେ ରମଣୀ ରଞ୍ଜନ ବେହେରା

ବରଗଡ଼, ୨୩।୯ (ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ରେଳପଥ ମଣ୍ଡଳ (ଡିଭିଜନ୍)ର ‘ଡିଭିଜନାଲ୍ ରେଲୱେ ୟୁଜର୍ସ କନସଲଟେଟିଭ୍ କମିଟି’ (DRUCC) ର ନୂତନ ସଦସ୍ୟ ଭାବେ ବରଗଡ଼ର ଜଣାଶୁଣା…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?