ରଥଖଳାରୁ… ପ୍ରଥମ ଭୂଇଁ ଖଞ୍ଜା କାମ ଆରମ୍ଭ

ପୁରୀ ଅଫିସ, ୨୩ା୬: ଶ୍ରୀନଅର ସମ୍ମୁଖରେ ଚାଲିଛି ରଥକାମ। ଶନିବାର ସୁଦ୍ଧା ତିନିରଥର ଯୋଖା କାମ ସରିଛି। ଦଣ୍ଡା, ଅଖ ଓ ଗୟଳକୁ ଯୋଖା ଧରି ରଖିଥାଏ। ଅନ୍ୟପଟେ ଶନିବାରଠାରୁ ପ୍ରଥମ ଭୂଇଁ ଖଞ୍ଜା କାମ ଆରମ୍ଭ ହୋଇଛି। ପ୍ରଥମ ଭୂଇଁରେ ୪ଟି ଚଉତା ଏବଂ ୨ଟି ଓରା ମୋଟ ୬ଟି କାଠକୁ ଖଞ୍ଜାଯାଇଥାଏ। ଚଉତାରେ ବିନ୍ଧ କାମ ସରିଛି। ଏହି ବିନ୍ଧରେ ୧୬ଟି ପାଖୁଡ଼ା ଲାଗିଥାଏ। ୧୪ ନାହାକା କାଠ ହଣା ଚାଲିଛି। ବର୍ତ୍ତମାନ ସୁଦ୍ଧା ତିନିରଥର ୬ଟି ଲେଖାଏ ନାହାକା କାମ ଶେଷ ହୋଇଛି। ସେହିପରି ତାଳଧ୍ୱଜ ରଥର ଶୋଧ କାମ ସରିଛି। ରଥର ବାହାରକୁ ବାହାରିଥିବା ବଳକା ଅଂଶ କଟାଯିବାକୁ ଶୋଧ ବୋଲି କୁହାଯାଏ। ନନ୍ଦିଘୋଷ ଓ ଦର୍ପଦଳନ ରଥର ରବିବାର ଶୋଧ କରାଯିବ ବୋଲି ମହାରଣା ସେବକ ନାରାୟଣ ମହାରଣା କହିଛନ୍ତି। ତିନିରଥର ୨୦ଫୁଟିଆ ଧଉରା ଚାର ପରଛା କାଠ ପ୍ରସ୍ତୁତି ସରିିଛି। ଏଥିରେ ଘୋଡ଼ା ଲାଗିଥାଏ। ତାଳଧ୍ୱଜ ରଥର ରୂପକାର ପଞ୍ଚାନନ ମହାପାତ୍ର କହିଛନ୍ତି, ରଥରେ ପଟାଗୁଜ ଚାଲିଛି। ପଟାଗୁଜରେ ନର ବିରାଳ, ସିଂହ ବିରାଳ ଓ ଗଜ ବିରାଳ କରାଯାଏ। ପ୍ରଥମେ ଖଡ଼ିରେ ଗାରେଇ ସେଥିରେ ଖୋଦେଇ କରାଯାଏ। ନାଟଗୋଡ଼ ଓ ସିଂହାସନ କାମ ମଧ୍ୟ ଜାରି ରହିଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଚିତ୍ରକାର ସେବକ ପାର୍ଶ୍ୱଦେବଦେବୀଙ୍କ ଚିତ୍ର ଅଙ୍କନ କରୁଛନ୍ତି। ତାଳଧ୍ୱଜ ରଥର କମାର ସେବକ ଜଗନ୍ନାଥ ମହାରଣା କହିଛନ୍ତି, ତାଗ କଣ୍ଟା ତିଆରି ଚାଲିଛି। ଏହାର ଲମ୍ବ ୬ରୁ ୭ଇଞ୍ଚ ହେଉଥିବା ବେଳେ ପ୍ରତି ରଥ ଲାଗି ୨୦୮ଟି ଲେଖାଏ କଣ୍ଟା ଆବଶ୍ୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri