ରଥଖଳାରୁ… ପ୍ରଥମ ଭୂଇଁ ଖଞ୍ଜା କାମ ଆରମ୍ଭ

ପୁରୀ ଅଫିସ, ୨୩ା୬: ଶ୍ରୀନଅର ସମ୍ମୁଖରେ ଚାଲିଛି ରଥକାମ। ଶନିବାର ସୁଦ୍ଧା ତିନିରଥର ଯୋଖା କାମ ସରିଛି। ଦଣ୍ଡା, ଅଖ ଓ ଗୟଳକୁ ଯୋଖା ଧରି ରଖିଥାଏ। ଅନ୍ୟପଟେ ଶନିବାରଠାରୁ ପ୍ରଥମ ଭୂଇଁ ଖଞ୍ଜା କାମ ଆରମ୍ଭ ହୋଇଛି। ପ୍ରଥମ ଭୂଇଁରେ ୪ଟି ଚଉତା ଏବଂ ୨ଟି ଓରା ମୋଟ ୬ଟି କାଠକୁ ଖଞ୍ଜାଯାଇଥାଏ। ଚଉତାରେ ବିନ୍ଧ କାମ ସରିଛି। ଏହି ବିନ୍ଧରେ ୧୬ଟି ପାଖୁଡ଼ା ଲାଗିଥାଏ। ୧୪ ନାହାକା କାଠ ହଣା ଚାଲିଛି। ବର୍ତ୍ତମାନ ସୁଦ୍ଧା ତିନିରଥର ୬ଟି ଲେଖାଏ ନାହାକା କାମ ଶେଷ ହୋଇଛି। ସେହିପରି ତାଳଧ୍ୱଜ ରଥର ଶୋଧ କାମ ସରିଛି। ରଥର ବାହାରକୁ ବାହାରିଥିବା ବଳକା ଅଂଶ କଟାଯିବାକୁ ଶୋଧ ବୋଲି କୁହାଯାଏ। ନନ୍ଦିଘୋଷ ଓ ଦର୍ପଦଳନ ରଥର ରବିବାର ଶୋଧ କରାଯିବ ବୋଲି ମହାରଣା ସେବକ ନାରାୟଣ ମହାରଣା କହିଛନ୍ତି। ତିନିରଥର ୨୦ଫୁଟିଆ ଧଉରା ଚାର ପରଛା କାଠ ପ୍ରସ୍ତୁତି ସରିିଛି। ଏଥିରେ ଘୋଡ଼ା ଲାଗିଥାଏ। ତାଳଧ୍ୱଜ ରଥର ରୂପକାର ପଞ୍ଚାନନ ମହାପାତ୍ର କହିଛନ୍ତି, ରଥରେ ପଟାଗୁଜ ଚାଲିଛି। ପଟାଗୁଜରେ ନର ବିରାଳ, ସିଂହ ବିରାଳ ଓ ଗଜ ବିରାଳ କରାଯାଏ। ପ୍ରଥମେ ଖଡ଼ିରେ ଗାରେଇ ସେଥିରେ ଖୋଦେଇ କରାଯାଏ। ନାଟଗୋଡ଼ ଓ ସିଂହାସନ କାମ ମଧ୍ୟ ଜାରି ରହିଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଚିତ୍ରକାର ସେବକ ପାର୍ଶ୍ୱଦେବଦେବୀଙ୍କ ଚିତ୍ର ଅଙ୍କନ କରୁଛନ୍ତି। ତାଳଧ୍ୱଜ ରଥର କମାର ସେବକ ଜଗନ୍ନାଥ ମହାରଣା କହିଛନ୍ତି, ତାଗ କଣ୍ଟା ତିଆରି ଚାଲିଛି। ଏହାର ଲମ୍ବ ୬ରୁ ୭ଇଞ୍ଚ ହେଉଥିବା ବେଳେ ପ୍ରତି ରଥ ଲାଗି ୨୦୮ଟି ଲେଖାଏ କଣ୍ଟା ଆବଶ୍ୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯(ପ୍ରଭୁକଲ୍ୟାଣ ପାଲ): କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri