Posted inଖେଳ

ଆଇସିସି ବିଶ୍ୱକପ୍‌: ପାକିସ୍ତାନ- ଦକ୍ଷିଣ ଆଫ୍ରିକା ସମ୍ମାନ ଲଢ଼େଇ

ଲଣ୍ଡନ,୨୩।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଏକପ୍ରକାର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିଲେ ମଧ୍ୟ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସ୍ଥାନୀୟ ଐତିହାସିକ ଲଡର୍‌ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଉକ୍ତ ଦୁଇ ଦଳ ସମ୍ମାନ ପାଇଁ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୪ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ସେମିଫାଇନାଲ ଦୌଡରୁ ବାଦ୍‌ ପଡିସାରିଛି। ତେବେ ପାକିସ୍ତାନ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ନବମ ସ୍ଥାନରେ ରହିଥିଲେ ମଧ୍ୟ ସେମିଫାଇନାଲକୁ ଉଠିବାର କ୍ଷୀଣ ଆଶା ରହିଛି। ତେବେ ଏଥିପାଇଁ ପାକିସ୍ତାନକୁ ବାକି ଥିବା ୪ଟି ମ୍ୟାଚ୍‌ ଜିତିବାକୁ ହେବ। କେବଳ ସେତିକି ନୁହଁ, ଅନ୍ୟ ମ୍ୟାଚ୍‌ଗୁଡିକର ଫଳାଫଳ ଉପରେ ପାକିସ୍ତାନର ଭାଗ୍ୟ ନିର୍ଭର କରିବ।
୧୯୯୨ ଚାମ୍ପିୟନ ପାକିସ୍ତାନ କେବଳ ଆୟୋଜକ ଇଂଲଣ୍ଡକୁ ହରାଇଛି। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଓ୍ବେଷ୍ଟଇଣ୍ଡିଜଠାରୁ ୭ ଉଇକେଟରେ ପରାସ୍ତ ହୋଇଥିଲା। ଜୁନ ୧୬ରେ ଭାରତଠାରୁ ପାକିସ୍ତାନ ବୃହତ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲା। ସାରା ବିଶ୍ୱରେ ପାକିସ୍ତାନ ପ୍ରଶଂସକ ଏହି ପରାଜୟରେ ବେଶ୍‌ ନିରାଶ ହୋଇ ଅସନ୍ତୋଷ ଜାହିର କରିଥିଲେ। ଏହା ସ୍ବାଭାବିକ କଥା। ପ୍ରଶଂସକ ନିଜ ଜାତୀୟ ଦଳ ଉପରେ ବହୁତ ଆଶା ରଖିଥାନ୍ତି। ତେଣୁ ପରାଜୟରେ ସେମାନେ ନିରାଶ ହେବାରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ପୂର୍ବତନ ପାକିସ୍ତାନ ଅଲରାଉଣ୍ଡର ସାହିଦୀ ଆଫ୍ରିଦି ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାରଙ୍କ ସହ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କଥା ହେବା ଅବସରରେ କହିଛନ୍ତି। ବୋଲିଂରେ କେବଳ ମହମ୍ମଦ ଆମୀର ଏକା ଲଢେଇ କରିଥିଲେ। ପାକିସ୍ତାନର ବ୍ୟାଟିଂ ଓ ଫିଲ୍ଡିଂ ନୈରାଶ୍ୟଜନକ ବୋଲି ସେ କହିଛନ୍ତି। ଅଭିଜ୍ଞ ସୋଏବ ମଲିକଙ୍କ ପ୍ରଦର୍ଶନ ମଧ୍ୟ ଖରାପ ରହିଛି।
ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ମଧ୍ୟ ଭୁଲ୍‌ରୁ ଶିକ୍ଷା କରିନାହିଁ। ଦଳ ଆଶାଠାରୁ ବହୁତ କମ୍‌ ପ୍ରଦର୍ଶନ କରିଛି। ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା କେନ୍‌ ଓ୍ବିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳଠାରୁ ପରାସ୍ତ ହୋଇଥିଲା। ଦମ୍‌ଦାର ବ୍ୟାଟିଂ କରି ଓ୍ବିଲିୟମସନ ଦଳକୁ ଜିତାଇଥିଲେ। ଏବେ ଆମେ ଦକ୍ଷତା ଅନୁରୂପ ଖେଳିବାକୁ ଲକ୍ଷ୍ୟ ରଖିଛୁ ବୋଲି ଦକ୍ଷିଣ ଆଫ୍ରିକା ହେଡ୍‌ କୋଚ୍‌ ଓଟିସ ଗିବସନ କହିଛନ୍ତି। ଆହୁରି ୩ଟି ମ୍ୟାଚ୍‌ ଖେଳିବାକୁ ବାକି ରହିଛି। ତେଣୁ ଏହି ମ୍ୟାଚ୍‌ଗୁଡିକରେ ଆମେ ବିଜୟୀ ହେବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। ବିଶ୍ୱକପ୍‌ ପରେ ଲେଗ୍‌ ସ୍ପିନର ଇମ୍ରାନ ତାହିର ଓ ବ୍ୟାଟ୍ସମ୍ୟାନ ଜେପି ଡୁମିନି ଦିନିକିଆରୁ ଅବସର ନେବେ। ଚଳିତ ବିଶ୍ୱକପ୍‌ରେ ଲଡର୍‌ସରେ ଆମେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛୁ। ପିଚ୍‌ର ଧର୍ମ କିଭଳି ହେବ ତାହା ଦେଖିବାକୁ ବାକି ରହିଲା ବୋଲି ସେ କହିଛନ୍ତି।
ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫକର ଜମାନ, ଇମାମ ଉଲ ହକ, ବାବର ଆଜମ, ହାରିସ ସୋହେଲ, ହାସନ ଅଲି, ଶଦାବ ଖାଁ, ମହମ୍ମଦ ହାଫିଜ, ମହମ୍ମଦ ହାସ୍‌ନେନ, ଶାହିନ ଶାହ ଆଫ୍ରିଦୀ, ଓ୍ବାହାବ ରିୟାଜ, ମହମ୍ମଦ ଆମୀର, ସୋଏବ ମଲିକ, ଇମାଦ ଓ୍ବାସିମ ଓ ଆସିଫ ଅଲି।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), କ୍ୱିଣ୍ଟନ ଡିକକ୍‌, ଏଡେନ ମାରକ୍ରାମ, ହାସିମ ଅମଲା, ଜେପି ଡୁମିନି, ଡେଭିଡ ମିଲର, କାଗିସୋ ରାବାଡ଼ା, ଡ୍ବେନ ପେରଟୋରିୟସ, ଆଣ୍ଡିଲ ଫେଲୁକ୍ୱାୟୋ, ତାବ୍ରେଜ ଶାମ୍‌ସି, ଇମ୍ରାନ ତାହିର, ଲୁନଗି ଏନ୍‌ଗିଡି, କ୍ରିସ୍‌ ମୋରିସ୍‌, ରାସି ଭାନ ଡେର ଡୁସେନ, ବେଉରନ ହେଣ୍ଡ୍ରିକ୍ସ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

ସୋନମ ୱାଙ୍ଗଚୁକଙ୍କୁ ଭାବୁକ ନିବେଦନ କଲେ ଅଭିଜିତ୍‌ ଦୀପକେ, କହିଲେ-ଆପଣଙ୍କ ଜୀବନ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri