Advertisement

ରଥକୁ ଉଠିଲା ଦୁଆର ବେଢା

ପୁରୀ ଅଫିସ,୨।୭
ଆଉ ଦୁଇଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଖଳାରେ ଦ୍ରୁତଗତିରେ ଚାଲିଛି ରଥ କାମ। ସୋମବାର ତିନିରଥର ଦୁଇଟି ଲେଖାଏ ଦୁଆର ବେଢା ଉଠିଛି। ମଙ୍ଗଳବାର ଆଉ ଦୁଇଟି ଦୁଆର ବେଢା ଉଠିବା ପରେ ଧ୍ୱଜବତା ଉଠିବ। ଏହାପରେ କଳସ ଉଠିବ। ଅନ୍ୟପଟେ କଳସ ନିର୍ମାଣ ଓ ରଙ୍ଗ କାର୍ଯ୍ୟ ଜାରି ରହିଛି। ରଥରେ ପଟା ବାଡ଼ିିଆ କରାଯାଉଛି। ଚିତ୍ରକର ସେବକମାନେ ପାର୍ଶ୍ୱଦେବଦେବୀ, ଠେକରାବଡ଼ା ଆଦି ରଙ୍ଗ କରୁଛନ୍ତି। ତାଳଧ୍ୱଜ ରଥର ମୁଖ୍ୟ ରୂପକାର ଗଣେଶ ମହାପାତ୍ର କହିଛନ୍ତି, ନାଟଗୋଡ଼ ଓ ସିଂହାସନ କାମ ଶେଷ ହୋଇଛି। ଏବେ ସାରଥି ଓ ଘୋଡ଼ା ମରାମତି କାମ ଆରମ୍ଭ ହୋଇଛି। ତାଳଧ୍ୱଜ ରଥର ଏକ ଘୋଡ଼ା ଗୋଡ଼ ଭାଙ୍ଗିଯାଇଛି। ଏହାର ମରାମତି କରାଯିବ। ଦୋଳବେଦୀ କୋଣରେ କମାର ସେବକମାନେ କଣ୍ଟା ତିଆରିରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ଆଜି ୩୦୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୧।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୨୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୧୮...

ସଂକ୍ରମଣ ହେଲେ ବଞ୍ଚାଇବା କଷ୍ଟକର, କରୋନା କାଳରେ ବୟସ୍କଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହୁଅନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): କରୋନା ସଂକ୍ରମଣ ତାଲିକାରେ ଭାରତ ୪ର୍ଥ ସଂକ୍ରମିତ ରାଷ୍ଟ୍ର ପାଲଟିଲାଣି। ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ଏକ ସପ୍ତାହ ମଧ୍ୟରେ ଭାରତ ୩ୟ...

ଆଜି ପୁଣି ବଢିଲା ପେଟ୍ରୋଲ,ଡିଜେଲ ଦାମ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୩(ବ୍ୟୁରୋ): ଆଜି ପୁଣି ବଢିଲା ପେଟ୍ରୋଲ,ଡିଜେଲ ଦାମ୍‌। ଲିଟର ପିଛା ୭୫ରୁ ୯୫ ପଇସା ପର୍ଯ୍ୟନ୍ତ ବଢିଲା ଦାମ୍‌। ଦିଲ୍ଲୀରେ ୮୦ ଏବଂ ମୁମ୍ବାଇରେ ୮୫...

ସିବିଏସ୍‌ଇ ବୋର୍ଡ ପରୀକ୍ଷା ଫି ବୃଦ୍ଧି ପ୍ରସଙ୍ଗ: ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ବିରୋଧ

ଭୁବନେଶ୍ୱର, ୧୨।୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫି ବୃଦ୍ଧି କରିଛନ୍ତି। ହଠାତ୍‌ ଏପରି ପରୀକ୍ଷା...

ଓବିସି ହଷ୍ଟେଲ ଫାଟକରେ ତାଲା ଝୁଲୁଛି

ପଟ୍ଟାମୁଣ୍ଡାଇ,୨୭ା୬(ସ୍ବ.ପ୍ର.): ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ପଟ୍ଟାମୁଣ୍ଡାଇ କଲେଜ ପରିସରରେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଓବିସି ହଷ୍ଟେଲ ଫାଟକରେ ତାଲା...

ଅବହେଳାରୁ ସଙ୍କଟରେ ବଜ୍ରକାପ୍ତା

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ପାଇଁ ବନ ବିଭାଗ ବହୁ ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ତାହା ଫଳପ୍ରଦ ହୋଇପାରୁନାହିଁ। ରାଜ୍ୟରେ ବାଘ...

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୮୦ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୬୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦...

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି: ‘ପଞ୍ଚାୟତର ସବୁ କର୍ମଚାରୀଙ୍କ ଲାଗି ସ୍ବାସ୍ଥ୍ୟବୀମା କରାଯାଉ’

ଭୁବନେଶ୍ୱର, ୧୫।୫(ବ୍ୟୁରୋ): କେବଳ ସ୍ବାସ୍ଥ୍ୟକର୍ମୀ କିମ୍ବା ସରପଞ୍ଚ ନୁହନ୍ତି ବରଂ ପଞ୍ଚାୟତସ୍ତରରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀମାନଙ୍କୁ ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯାଉ। ଏହାଦ୍ୱାରା ସ୍ଥାୟୀ...

Advertisement
Archives

Model This Week