ରତ୍ନଭଣ୍ଡାର ଖୋଲିବାକୁ ଦାବି କଲା ଯୁବ କଂଗ୍ରେସ

ପୁରୀ ଅଫିସ,୩୧ା୧୨: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛି ପୁରୀ ଲୋକସଭା ଯୁବ କଂଗ୍ରେସ। ଏ ସଂକ୍ରାନ୍ତରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ଏଥିରେ ଦର୍ଶାଯାଇଛି ଯେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ପ୍ରତି ୩ ବର୍ଷରେ ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ଧନରତ୍ନ ତନଖି କରିବା ଏବଂ ପୂର୍ବ ବିବରଣୀ ସହିତ ମେଳକ କରିବା କଥା । କିନ୍ତୁ ଦୀର୍ଘବର୍ଷ ହେଲାଣି ଏହା ଖୋଲାଯାଇ ନ ଥିବାବେଳେ ରତ୍ନଭଣ୍ଡାର ଚାବି ହଜିବା ଏବଂ ପରେ ନାଟକୀୟ ଢଙ୍ଗରେ ନକଲି ଚାବି ମିଳିବା ଘଟଣା ଏହାକୁ ଅଧିକ ରହସ୍ୟମୟ କରିଛି । ସେହିପରି ଚାବି ହଜିବା ଘଟଣା ପାଇଁ ରାଜ୍ୟ ସରକାର ତଦନ୍ତ କମିଶନ ଗଠନ କଲେ । ଏ ବାବଦରେ ପ୍ରାୟ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ବି ହେଲା । ତଦନ୍ତ କମିଶନ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ମଧ୍ୟ ଏହାକୁ ଏ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ବିଧାନସଭାରେ ଆଇନ ମନ୍ତ୍ରୀ ରତ୍ନଭଣ୍ଡାର ଏବେ ଖୋଲାଯିବାର ପ୍ରସ୍ତାବ ନାହିଁ କହିବା ପରେ ଅଗଣିତ ଜଗନ୍ନାଥପ୍ରେମୀ ଭକ୍ତଙ୍କ ମନରେ ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷାକୁ ନେଇ ସନ୍ଦେହ ଅଧିକ ଦୃଢୀଭୂତ ହୋଇଛି । ଅନ୍ୟପକ୍ଷରେ ସୁପ୍ରିମ୍‌କୋର୍ଟ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦାଖଲ କରିବାକୁ କହିଛନ୍ତି । ତେଣୁ ଏହା ପୂର୍ବରୁ ରତ୍ନଭଣ୍ଡାର ଖୋଲି ରତ୍ନଅଳଙ୍କାର ତନଖି କରିବାକୁ ଯୁବ କଂଗ୍ରେସ ଦାବିପତ୍ରରେ ଉଲ୍ଲେଖ କରିଛି । ଏଥିସହ ଏମାର ମଠରୁ ମିଳିଥିବା ୫୧୨ ଖଣ୍ଡ ରୁପା ଇଟା ରତ୍ନଭଣ୍ଡାରରେ ରଖାଯିବା ସହିତ ଶ୍ରୀମନ୍ଦିରର ଆୟବ୍ୟୟର ପ୍ରତିବର୍ଷର ଅଡିଟ୍‌ କରାଯାଇ ସମସ୍ତ ତଥ୍ୟ ସାର୍ବଜନୀନ କରିବା ଦରକାର ବୋଲି ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି । ନଚେତ ଆଗାମୀ ଦିନରେ ରାଜ୍ୟ ସରକାର ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆକ୍ରୋଶର ଶିକାର ହେବେ ବୋଲି ଏଥିରେ ଚେତାବନୀ ଦିଆଯାଇଛି । ବିଶ୍ୱନାଥ ଦାଶ, ଅମରେନ୍ଦ୍ର ପାଇକରାୟ, ବୀରେନ୍ଦ୍ର ଭୂଷଣ ହୋତା, ସୌରଭ ରଞ୍ଜନ ପଟ୍ଟନାୟକ, କାହ୍ନୁଚରଣ ପ୍ରଧାନ, ସ୍ବାଧୀନ କୁମାର ପଣ୍ଡା, ବିଦ୍ୟୁତ୍‌ଲତା ଆଚାର୍ଯ୍ୟ, ଚେତନ ମିଶ୍ର, ଅମିୟ ମହାପାତ୍ର ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଚୌହ୍ବାନ, କାଲି ବାଣ୍ଟିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଭୁବନେଶ୍ୱର, ୧୩।୧୧(ସୁନିତ୍‌ ମିଶ୍ର): କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବଲାଙ୍ଗୀର ଜିଲାରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଚୌହ୍ବାନଙ୍କ ଉପସ୍ଥିତିରେ…

‘ଅକ୍ୱାନ’ ଭୟ: ଓଡ଼ିଶାରେ ୧୮ରୁ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୩ା୧୧ (ବନ୍ଦନା ସେଠୀ)- ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଶନିବାର ସୁଦ୍ଧା ଆହୁରି ସ୍ପଷ୍ଟ ଚିହ୍ନିତ…

ରୋହିତ-ବିରାଟଙ୍କ ପାଖରେ ଶେଷ ସୁଯୋଗ! ବଡ଼ ପ୍ରଦର୍ଶନ ପାଇଁ ଚାପରେ…

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ନଭେମ୍ବର ୧୩ ତାରିଖ ଅତ୍ୟନ୍ତ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି। ଦିନିକିଆ ସିରିଜରେ ୨-୦ରେ ଆଗୁଆ…

ଦିଗପହଣ୍ଡି ବ୍ଲକ ପାଇଁ ଗୌରବ ଆଣିଲେ ଶ୍ରୁତିଲେଖା ଓ ବିଜୟଲକ୍ଷ୍ମୀ: ଜିଲାସ୍ତରୀୟ ପ୍ରତିଯୋଗିତାରେ ହାସଲ କଲେ ଶ୍ରେଷ୍ଠତ୍ୱ

ଦିଗପହଣ୍ଡି,୧୩|୧୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ବ୍ରହ୍ମପୁର ଶ୍ରମ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମପଞ୍ଚାୟତ’ ଅଭିଯାନ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକର…

ଲାଞ୍ଜିଗଡ଼ରେ ମଧୁବାବୁ ପେନ୍‌ସନ୍ ଯୋଜନା: ୪ଟି ପଞ୍ଚାୟତର ୧୬୯ ନୂତନ ହିତାଧିକାରୀଙ୍କୁ ମିଳିଲା ଦୁଇ ମାସର ଭତ୍ତା

ଲାଞ୍ଜିଗଡ଼,୧୩/୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସଭାଗୃହ ପରିସରରେ ଶୁକ୍ରବାର ଦିନ ଏକୀକୃତ ପେନ୍‌ସନ୍ ପରିଚାଳନା (UPMP) ପୋର୍ଟାଲ ଜରିଆରେ ବ୍ଲକସ୍ତରୀୟ ମଧୁବାବୁ ପେନ୍‌ସନ୍…

ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ତାରିଖ: ଏହି ଦିନ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ…

ଭୁବନେଶ୍ୱର, ୧୩।୧୧: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ (ମାଟ୍ରିକ୍) ବୋର୍ଡ ପରୀକ୍ଷା ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।…

ମହାକାଳପଡ଼ାରେ କଂଗ୍ରେସର ‘ଭୋଟ ବଞ୍ଚାଅ: ଦେଶ ବଞ୍ଚାଅ’ ଅଭିଯାନ: ଯୋଗଦେଲେ ୨୦୦ରୁ ଊର୍ଦ୍ଧ୍ୱ କର୍ମୀ

ମହାକାଳପଡ଼ା,୧୩।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ) ମହାକାଳପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଆୟୋଜିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ତରାଇଙ୍କ…

ହୋଟେଲ ରୁମରେ ଲୁଚି ରହିଛି କି କ୍ୟାମେରା? ଜାଣନ୍ତୁ କିପରି ସ୍ମାର୍ଟଫୋନ୍ ମାଧ୍ୟମରେ ସହଜରେ କରିବେ ଯାଞ୍ଚ

କୌଣସି ହୋଟେଲରେ ରହିବା ସମୟରେ ଆମେ ସାଧାରଣତଃ କୋଠରୀର ପରିଷ୍କାର ପରିଚ୍ଛନ୍ନତା, ବେଡ୍ ଏବଂ ଅନ୍ୟାନ୍ୟ ସୁବିଧା ଉପରେ ଅଧିକ ଧ୍ୟାନ ଦେଇଥାଉ। କିନ୍ତୁ କେବେ ଆପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?