Posted inଖେଳ

ରଣ୍‌ଜୀ ଟ୍ରଫି: କ୍ବାର୍ଟର ଫାଇନାଲ ମୁକାବିଲା; ଓଡ଼ିଶାକୁ ବିଦା କରିଥିଲା ବୁମ୍‌ରାଙ୍କ ବୋଲିଂ

କଟକ ଅଫିସ,୧୯ା୨-  ଦୁଇ ବର୍ଷର ବ୍ୟବଧାନ ପରେ ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା। ଗତ ୨୦୧୬-୧୭ ସଂସ୍କରଣରେ ରାଜ୍ୟ ଦଳ କ୍ବାର୍ଟରରେ ସ୍ଥାନ ପାଇଥିଲେ ସୁଦ୍ଧା ଗୁଜରାଟଠାରୁ ଇନିଂସ ପଛୁଆ ରହି ନକଆଉଟ୍‌ ପର୍ଯ୍ୟାୟରୁ ବାଦ୍‌ ପଡ଼ିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଦଳର ଘାତକ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା ଗୁଜରାଟ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ଏବଂ ତାଙ୍କ ୫ଟି ଉଇକେଟ ସଫଳତା ଯୋଗୁ ଓଡ଼ିଶା ପ୍ରଥମ ଇନିଂସରେ ଅଗ୍ରଣୀ ନେଇ ନ ପାରି ପ୍ରତିଯୋଗିତାରୁ ବିଦା ହୋଇଥିଲା। ଉକ୍ତ ସିଜନରେ ଗୁଜରାଟକୁ ରଣଜୀ ଟ୍ରଫି ମୁକୁଟ ମିଳିଥିଲା।
ସେତେବେଳେ ଏଲିଟ୍‌ ଗ୍ରୁପ-ବିରେ ସ୍ଥାନ ପାଇଥିବା ଓଡ଼ିଶା ୨ ବିଜୟ, ୫ ଡ୍ର ଓ ଗୋଟିଏ ପରାଜୟ ସହିତ ୨୨ ପଏଣ୍ଟ ହାସଲ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ରାଜ୍ୟ ଦଳର ନେତୃତ୍ୱ ନେଉଥିଲେ ଗୋବିନ୍ଦ ପୋଦ୍ଦାର। ବିଦର୍ଭ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖି ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ ସୌରାଷ୍ଟ୍ରକୁ ୩୨ରନରେ ହରାଇଥିଲା। ଶକ୍ତିଶାଳୀ ଦଳ ଦିଲ୍ଲୀ, ରାଜସ୍ଥାନ, କର୍ନାଟକ, ଆସାମ ବିପକ୍ଷ ମ୍ୟାଚ୍‌କୁ ଡ୍ର ରଖିବା ପରେ ମହାରାଷ୍ଟ୍ରକୁ ୧୧୮ରନରେ ହରାଇଥିଲା। ଅନ୍ତିମ ଲିଗ ମ୍ୟାଚ୍‌ରେ ଝାଡ଼ଖଣ୍ଡଠାରୁ ଇନିଂସ ଓ ୯୩ରନରେ ପରାଜୟ ସତ୍ତ୍ୱେ ଓଡ଼ିଶାକୁ ମିଳିଥିଲା କ୍ବାର୍ଟର ଫାଇନାଲ ଯୋଗ୍ୟତା। ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ଗୋବିନ୍ଦଙ୍କ ନେତୃତ୍ୱାଧୀନ ଓଡ଼ିଶା ପାର୍ଥିବ ପଟେଲଙ୍କ ନେତୃତ୍ୱାଧୀନ ଗୁଜରାଟ ମଧ୍ୟରେ ୩ୟ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଚଳିତ ସିଜନରେ ଓଡ଼ିଶା ଦଳରେ ଥିବା ଅନେକ ଖେଳାଳି ୨୦୧୬-୧୭ କ୍ବାର୍ଟର ମୁକାବିଲାରେ ମଧ୍ୟ ସାମିଲଥିଲେ। ଗୋବିନ୍ଦଙ୍କ ସମେତ ଚଳିତ ସିଜନର ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି, ବିପ୍ଳବ ସାମନ୍ତରାୟ, ରଣଜିତ ସିଂ, ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତି ପୂର୍ବ ଟିମ୍‌ରେ ଥିଲେ। ଟସ ଜିତି ଗୁଜରାଟକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ଓଡ଼ିଶା। ୭୧ରନରେ ପ୍ରଥମ ୬ଟି ଉଇକେଟ ଦଖଲ କରି ଓଡ଼ିଶା ପ୍ରତିପକ୍ଷ ଶିବିରରେ ନୈରାଶ୍ୟ ଖେଳାଇ ଦେଇଥିଲା। ମାତ୍ର ନିମ୍ନକ୍ରମର ବ୍ୟାଟ୍ସମ୍ୟାନ ଚିରାଗ ଗାନ୍ଧୀ ୮୧ ଓ ରୁଷ କଲରିଆ ୭୩ରନ ସଂଗ୍ରହ କରିବା ସହ ୭ମ ଉଇକେଟରେ ୧୫୪ରନ ଭାଗୀଦାରି ସୃଷ୍ଟି କରିବା ଯୋଗୁ ଗୁଜରାଟ ୨୬୩ରନ କରିବାକୁ ସକ୍ଷମ ହୋଇଥିଲା। ଓଡ଼ିଶା ପକ୍ଷରୁ ବସନ୍ତଙ୍କୁ ସର୍ବାଧିକ ୫ଟି ଉଇକେଟ ମିଳିଥିଲା। ଜବାବରେ ବ୍ୟାଟିଂ କରିଥିବା ଓଡ଼ିଶା ୮୦ରନରେ ଗୋଟିଏ ଉଇକେଟ ହରାଇଥିବା ବେଳେ ୧୦୧ରନରେ ୭ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଗୋଟିଏ ସ୍ପେଲରେ ହିଁ ଓଡ଼ିଶାର ମଧ୍ୟକ୍ରମର ବ୍ୟାଟିଂ ଲାଇନଅପ ଭୁଶୁଡ଼ାଇ ଦେଇଥିଲେ ଘାତକ ପେସର ବୁମରା। ଏହା ଭିତରେ ଗୋବିନ୍ଦ, ବିପ୍ଳବ, ଶୁଭ୍ରାଂଶୁ ଓ ଅଭିଷେକ ଯାଦବଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଉଇକେଟ ରହିଥିଲା। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ସର୍ବାଧିକ ୪୭ ଓ ଦୀପକ ବେହେରା ୪୧ରନ କରିଥିଲେ। ୧୯୯ରନରେ ଓଡ଼ିଶାର ପ୍ରଥମ ଇନିଂସ ସୀମିତ ରହିଥିଲା। ବୁମରା ୪୧ରନ ବିନିମୟରେ ୫ଟି ଉଇକେଟ ଦଖଲ କରିଥିଲେ। ସମିତ ଗୋହେଲଙ୍କ ୩୫୯ରନର ଇନିଂସ ବଳରେ ଗୁଜରାଟ ଦ୍ୱିତୀୟ ଇନିଂସରେ ସମସ୍ତ ଉଇକେଟ ହରାଇ ୬୪୧ରନ କରିଥିଲା। ଓଡ଼ିଶାର ସ୍ପିନର ଧୀରଜ ସିଂ ସର୍ବାଧିକ ୬ଟି ଉଇକେଟ ପାଇଥିଲେ। ଖେଳ ଶେଷ ସୁଦ୍ଧା ଓଡ଼ିଶା ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ଗୋଟିଏ ଉଇକେଟରେ ୮୧ରନ କରିଥିଲା। ଏହି ମ୍ୟାଚ୍‌ରେ ବୁମ୍‌ରା ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ।
୨୦୧୬-୧୭ ସିଜନରେ ଓଡ଼ିଶା ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଥିଲେ ବିପ୍ଳବ। ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକୀୟ ଇନିଂସ ବଳରେ ସେ ୫୧୭ରନ କରିଥିଲେ। ଶୁଭ୍ରାଂଶୁ ୪୯୭, ଗୋବିନ୍ଦ ୪୭୧ରନ କରିଥିଲେ। ଗୋବିନ୍ଦ ଉକ୍ତ ସିଜନରେ ଏକ ଦ୍ୱିଶତକୀୟ ଇନିଂସ ମଧ୍ୟ ଖେଳିଥିଲେ। ସେହିପରି ସୂର୍ଯ୍ୟକାନ୍ତଙ୍କୁ ୨୮ଟି ଓ ବସନ୍ତଙ୍କୁ ୨୬ଟି ଉଇକେଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri