Posted inରାଜ୍ୟ

ମର୍ଦ୍ଦରାଜପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର:୧୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି

ଖଣ୍ଡପଡ଼ା,୨୨ା୫(ସ୍ବ.ପ୍ର.)- ଅଞ୍ଚଳବାସୀଙ୍କ ଦୀର୍ଘବର୍ଷର ଦାବି ପରେ ଖଣ୍ଡପଡ଼ା ବ୍ଲକ ମର୍ଦ୍ଦରାଜପୁରଠାରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାର ଦୀର୍ଘ ୧୫ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ା
ଖଣ୍ଡପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦରାଜପୁର, ବୋଦସା, ବେଣାଗାଡିଆ ଓ ଖଳିସାହି ପଞ୍ଚାୟତର ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ସମୂହ ସ୍ବାର୍ଥକୁ ଦୃଷ୍ଟିରେ ରଖି ୨୦୦୨ରେ ମର୍ଦ୍ଦରାଜପୁରଠାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଥିଲା। ସାମାଜିକ କର୍ମୀ ତଥା ମର୍ଦ୍ଦରାଜପୁର ସରପଞ୍ଚ ବୈକୁଣ୍ଠନାଥ ଗୋଚ୍ଛିଙ୍କ ନିଜସ୍ବ ଉଦ୍ୟମ ତଥା ଆର୍ଥତ୍କ ସହାୟତାରେ ଏହି କାର୍ଯ୍ୟ କରାଯାଇଥିଲା ା ପରେ ତତ୍କାଳୀନ ବିଧାୟକ ଓ ଏମ୍‌ପିଙ୍କ ନିଜସ୍ବ ପାଣ୍ଠି ସହାୟତାରେ ମେଡିକାଲ କାର୍ଯ୍ୟ ଶେଷ କରାଯାଇଥିଲା। ୨୦୦୪ ଫେବୃୟାରୀ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ମିତ ବିଜୁ ପଟ୍ଟନାୟକ ହାସ୍‌ପାତାଳ (ପିଏଚ୍‌ସି ନ୍ୟୁ)କୁ ଉଦ୍‌ଘାଟନ କରି ଲୋକାର୍ପିତ କରିଥିଲେ। ପରେ ଏଠାରେ ଜଣେ ଡାକ୍ତରଙ୍କୁ ସପ୍ତାହରେ ୩ଦିନ ସେବା ଯୋଗାଇବା ପାଇଁ ନିଯୁକ୍ତି ଦିଆଯାଇଥିଲା। ଜଣେ ନର୍ସ ଓ ଜଣେ ପିଅନଙ୍କୁ ନିଯୁକ୍ତି ସହ ଆବଶ୍ୟକ ଔଷଧ ଓ ରୋଗୀମାନଙ୍କ ପାଇଁ ୫ଟି ଖଟିଆ ଯୋଗାଇ ଦିଆଯାଇଥିଲା। ମଝିରେ ମଝିରେ ଜଣେ ଫାର୍ମାସିଷ୍ଟ ମଧ୍ୟ ଏଠାକୁ ଆସି ରୋଗୀସେବାରେ ସାହାଯ୍ୟ କରୁଥିଲେ। ଅଞ୍ଚଳବାସୀ ସ୍ବାସ୍ଥ୍ୟସେବା ପାଉଥିବାବେଳେ ମାତ୍ର ୩ମାସ ଏହା କୌଣସି କାରଣରୁ ବନ୍ଦ ହୋଇଗଲା। ପରେ ନିଯୁକ୍ତି ପାଇଥିବା ଷ୍ଟାଫ୍‌ମାନେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିବା ବନ୍ଦ କରିଦେଇଥିଲେ ା ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଲା। ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ନେଇ ପଞ୍ଚାୟତ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରିଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ପରବର୍ତ୍ତୀ ସମୟରେ ତତ୍କାଳୀନ ସ୍ଥାନୀୟ ବିଧାୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକ, ଏମ୍‌ପି ପ୍ରସନ୍ନ କୁମାର ପାଟଶାଣୀ ଓ ବର୍ତ୍ତମାନର ବିଧାୟକ ଅନୁଭବ ପଟ୍ଟନାୟକ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ କରିବା ନେଇ ବିଭାଗୀୟ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ଅବଗତ କରିଆସୁଥିଲେ ସୁଦ୍ଧା ସୁଫଳ ମିଳୁନାହିଁ। ଏପରିସ୍ଥଳେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏହି ମେଡିକାଲର ନିଜସ୍ବ ଗୃହ, ଷ୍ଟାଫ୍‌ କ୍ୱାର୍ଟର୍ସ, ଆବଶ୍ୟକ ଭିତ୍ତିଭୂମି ଥିବା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଥିବାବେଳେ ଏହା ପେଣ୍ଡିଂ ଲିଷ୍ଟର ୫୦ରେ ବିଚାରାଧୀନ ଥିବା ସରପଞ୍ଚ ଗୋଚ୍ଛି ସୂଚନା ଦେଇଛନ୍ତି। ଆଗାମୀ ଦିନରେ ନବନିର୍ବାଚିତ ବିଧାୟକଙ୍କ ଜରିଆରେ ମେଡିକାଲ କାର୍ଯ୍ୟକ୍ଷମ ନେଇ ପ୍ରୟାସ ଜାରି ରହିବ ବୋଲି ସରପଞ୍ଚ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ନିୟମ ଉଲ୍ଲଂଘନ କରି ବାହାଘର: ଗୋପାଳପୁର ମେ ଫେୟାର ହୋଟେଲ ସିଲ୍‌

ବ୍ରହ୍ମପୁର ଅଫିସ/ଗୋପାଳପୁର,୪ା୭- ଗଞ୍ଜାମ ଜିଲାରେ ଭୟଙ୍କର ରୂପ ନେଉଛି କରୋନା। ଏହାର ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ମାତ୍ର ସବୁ ନିୟମକୁ ଫୁ’...

୩୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆତ୍ମାହୁତି: ସୁର ରାଉତରାୟ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଖୋର୍ଦ୍ଧା ଜିଲା ଜଟଣୀ ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୨୭ଟି ଗାଁର ସ୍ଥିତିବାନ ସମ୍ପତ୍ତିକୁ ପୂର୍ବ ସ୍ଥିତିକୁ ଫେରାଇବା ସହ ଦାରେୁଠଙ୍ଗ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରିବା...

CORONAVIRUS UPDATE: ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ୧୩୭କୁ ବୃଦ୍ଧି

ଭଦ୍ରକ ଅଫିସ,୬।୬: ଭଦ୍ରକ ଜିଲାରେ ଶନିବାର ସକାଳେ ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ...

ଚନ୍ଦକାରେ ହେବ ହସ୍ତୀ ଥଇଥାନ କେନ୍ଦ୍ର

ଭୁବନେଶ୍ୱର,୧୬।୯(ବ୍ୟୁରୋ): ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର କୁମାରଖୁଣ୍ଟିଠାରେ ହସ୍ତୀ ଥଇଥାନ କେନ୍ଦ୍ର ସ୍ଥାପନ ହେବ। ସାଢ଼େ ଦଶ ହେକ୍ଟର ପରିମିତ ସ୍ଥାନରେ ପ୍ରାୟ ୬ କୋଟି ଟଙ୍କା...

ଭୂତାଣୁମୁକ୍ତ ହେବ ରେଳଯାତ୍ରା

ଭୁବନେଶ୍ୱର,୧୫ା୭(ବ୍ୟୁରୋ): କରୋନା ବିରୋଧରେ ଲଢେଇକୁ ସୁଦୃଢ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ରେଳପଥ। ପ୍ରଥମେ ଆଇସୋଲେଶନ କୋଚ୍‌, ଏବେ ପୋଷ୍ଟ୍‌ କୋଭିଡ୍‌-୧୯ କୋଚ୍‌ ପ୍ରସ୍ତୁତ କରିଛି...

ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆଉ ଆମେ..

ଉମରକୋଟ, ୨୯।୧୧(ସ୍ବ.ପ୍ର.): ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆମେ କ’ଣ ଲୋକ ପ୍ରତିନିଧି ନୁହଁ। ଦିନ ରାତି ଲୋକଙ୍କ ପାଇଁ ଖଟୁଛୁ। ମନ୍ତ୍ରୀ...

ରଥଯାତ୍ରା ପ୍ରସଙ୍ଗ: ପ୍ରାୟୋଜିତ ଯୋଜନା କହିଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୨।୬: ଚଳିତବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ମହାପ୍ରଭୁଙ୍କ ରଥ। ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ରଖିବା ଲାଗି ଶୁକ୍ରବାର ସୁପ୍ରିମ୍‌କୋର୍ଟ ରାୟ...

‘୭ ଦିନ ମଧ୍ୟରେ ରିପୋର୍ଟ ଦିଅ’

ଭୋଗରାଇ, ୨୬।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ଗତ ରବିବାର ଅପରାହ୍ନରେ ହୋଇଥିବା କାଳବୈଶାଖୀରେ କ୍ଷତି ହୋଇଥିବା ଧାନ, ପାନ, ଘର, ରବିଫସଲ ଓ ତୈଳବୀଜର...

Advertisement
Archives

Model This Week