Posted inଅପରାଧ

ରଣପୁରରେ ନବବଧୂଙ୍କୁ ବିଷ ପିଆଇ ହତ୍ୟା : ସ୍ବାମୀ, ଶାଶୁ,ଶ୍ୱଶୁର ଗିରଫ

ରଣପୁର,୧୬।୬(ସ୍ବ.ପ୍ର.)-ଗଣପର୍ବ ରଜକୁ ଝିଅ ବୋହୂମାନେ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବାବେଳେ ନୟାଗଡ ଜିଲା ରଣପୁର ଥାନା ଅଞ୍ଚଳରେ ପହିଲି ରଜରେ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମହିଳାଙ୍କ ସ୍ବାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଗିରଫ କରିଛି। ନବବଧୂ ଗତ ଚାରି ମାସ ତଳେ ପ୍ରେମ ବିବାହ କରିଥିଲେ।

ମୃତକ ହେଲେ ରଣପୁର ଖଟିଆ ସାହିର ରବି ପ୍ରଧାନଙ୍କ ସାନ ଝିଅ ସସ୍ମିତା ପ୍ରଧାନ(୧୯)। ଏ ନେଇ ଝିଅର ମା’ରଣପୁର ଥାନାରେ ଶାଶୁଘର ଲୋକେ ଝିଅକୁ ବିଷ ପିଆଇ ହତ୍ୟା କରିଥିବା ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ନଂ ୧୩୨/୧୯ରେ ମାମଲା ରୁଜୁ କରଛି। ଶନିବାର ରଣପୁର ଥାନା ସବ୍‌ଇନ୍ସପେକ୍ଟର ପ୍ରୀତି ପ୍ରକାଶ ମହାନ୍ତି ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱରରୁ ଝିଅର ସ୍ବାମୀ ରମେଶ ପ୍ରଧାନ, ଶ୍ୱଶୁର ଭିକାରୀ ପ୍ରଧାନ, ଶାଶୁ ଭୂତି ପ୍ରଧାନଙ୍କୁ ଗିରଫ କରି ଥାନାକୁ ଆଣି ପଚରା ଉଚରା ଜାରି ରଖିଛନ୍ତି । ରବିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ବୈଦ୍ୟନାଥ ଭୋଇ ପ୍ରକାଶ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ କରାଯାଇ ଝିଅର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଅଭିଯୋଗ ଅନୁଯାୟୀ, ରଣପୁର ଖଟିଆ ସାହିର ସସ୍ମିତା ପ୍ରଧାନଙ୍କ ସହ ବେରକୂଅ ସାହିର ଭିକାରୀ ପ୍ରଧାନଙ୍କ ପୁଅ ରମେଶଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ପକ୍ଷରୁ ବିବାହ କରିବା ପାଇଁ ପରିବାରକୁ ଜଣାଇଥିଲେ ମଧ୍ୟ ସେମାନେ ରାଜି ହୋଇ ନ ଥିଲେ । ଏହାକୁ ବିରୋଧ କରି ଉଭୟ ଘରୁ ଲୁଚି ପଳାଇଥଲେ । ଗତ ୪ମାସ ତଳେ ପୁଅର ପରିବାର ଲୋକମାନେ ମଣିନାଗ ମନ୍ଦିରରେ ପ୍ରେମୀଯୁଗଳଙ୍କୁ ବିବାହ କରାଇ ଘରକୁ ଆଣିଥିଲେ । ହେଲେ ଝିଅ ଘର ତରଫରୁ ଏହି ବାହାଘରକୁ ଗ୍ରହଣ କରି ନଥିଲେ । କିଛି ଦିନ ଶାଶୁ ଘରେ ସସ୍ମିତା ଠିକ୍‌ ଭାବେ ଚଳୁଥିଲା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଯୌତୁକ ଆଣିବା ପାଇଁ ଶ୍ୱଶୁର ଘର ଲୋକମାନେ ବାଧ୍ୟ କରିଥିଲେ । ଏହାକୁ ନେଇ ବୋହୂ ଓ ଶାଶୁଘର ଲୋକଙ୍କ ମଧ୍ୟରେ ମନାନ୍ତର ମତାନ୍ତର ଆରମ୍ଭ ହୋଇଥିଲା । ଶୁକ୍ରବାର ସସ୍ମିତା ନିଜ ମା’ ଲକ୍ଷ୍ମୀଙ୍କୁ ଫୋନ ଯୋଗେ ସବୁ କଥା ଜଣାଇଥିଲେ। ଏହା ଜାଣିବା ପରେ ଶାଶୁଘର ଲୋକମାନେ ରାଗି ଯାଇ ବୋହୂକୁ ଜୋର ଜବରଦସ୍ତ ବିଷ ପିଆଇ ମାରି ଦେବାକୁ ଉଦ୍ୟମ କରିଥିଲେ । ସାହିର କିଛି ଲୋକ ଏହା ଜାଣି ହସ୍ତକ୍ଷେପ କରିବା ପରେ ଶାଶୁଘର ଲୋକମାନେ ତୁରନ୍ତ ବୋହୂକୁ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ୬ ନମ୍ବର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?