Posted inଖେଳ

ରଣଜୀ ଟ୍ରଫି: ଓଡ଼ିଶା-ବେଙ୍ଗଲ କ୍ବାର୍ଟର ମୁକାବିଲା

କଟକ ଅଫିସ,୨୦ା୨- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଚାଲିଥିବା ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲ ରାଉଣ୍ଡ ଗୁରୁବାରଠାରୁ ଆରମ୍ଭ ହେବ। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଶୁଭ୍ରାଂଶୁ ଶେଖର ସେନାପତିଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳର ମୁକାବିଲା ହେବ ଅଭିମନ୍ୟୁ ଇଶ୍ୱରନ୍‌ଙ୍କ ନେତୃତ୍ୱାଧୀନ ବେଙ୍ଗଲ ସହିତ। ହାତଗଣତି ତାରକା ଖେଳାଳିଙ୍କୁ ନେଇ ଆସିଥିବା ବେଙ୍ଗଲ ବିପକ୍ଷ ଏହି ମ୍ୟାଚ ରୋମାଞ୍ଚକର ହେବ। ରଣଜୀ ଇତିହାସରେ ଓଡ଼ିଶା-ବେଙ୍ଗଲ ମୋଟ୍‌ ୫୦ଥର ସାମ୍ନାସାମ୍ନି ହୋଇଥିବା ବେଳେ ଓଡ଼ିଶା କେବଳ ୨ଟି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। କ୍ବାର୍ଟର ମୁକାବିଲାରେ ଘରୋଇ ଗ୍ରାଉଣ୍ଡ ଓ ପରିବେଶ ଓଡ଼ିଶାକୁ ଭରପୂର ଫାଇଦା ଦେବ ବୋଲି ଆଶା କରାଯାଉଛି।

୪ ବର୍ଷ ପରେ ସାମ୍ନାସାମ୍ନି
ଓଡ଼ିଶା ଓ ବେଙ୍ଗଲ ଗତ ୨୦୧୫-୧୬ ରଣଜୀ ସିଜନରେ ଶେଷ ଥର ପାଇଁ ସାମ୍ନାସାମ୍ନି ହୋଇଥିଲେ। ବେଙ୍ଗଲ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯାଇଥିଲା। ଏକ ଲୋ-ସ୍କୋରିଂ ମ୍ୟାଚ୍‌ରେ ବେଙ୍ଗଲଠାରୁ ୧୩୩ ରନରେ ଓଡ଼ିଶା ହାରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗଲ ୧୪୨ରନରେ ଅଲଆଉଟ ହେବା ପରେ ଓଡ଼ିଶାର ପ୍ରଥମ ଇନିଂସ ୧୦୭ରନରେ ସୀମିତ ରହିଥିଲା। ବେଙ୍ଗଲ ଦ୍ୱିତୀୟ ଇନିଂସରେ ୧୩୫ରନରେ ଅଲଆଉଟ ହୋଇଥିଲା। ଓଡ଼ିଶା ସମ୍ମୁଖରେ ୧୭୦ରନର ବିଜୟ ଲକ୍ଷ୍ୟ ଥିବା ବେଳେ ଦଳ ମାତ୍ର ୩୭ରନରେ ସମସ୍ତ ଉଇକେଟ ହରାଇଥିଲା। ଏହି ମ୍ୟାଚ୍‌ରେ ଓଡ଼ିଆ ଖେଳାଳି ପ୍ରଜ୍ଞାନ ଓଝା ବେଙ୍ଗଲ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ।

୧୬ବର୍ଷର ସେମି ସ୍ବପ୍ନ
ଗତ ୨୦୦୪ ମସିହାରେ ଓଡ଼ିଶା ଶେଷଥର ପାଇଁ ସେମି ଫାଇନାଲରେ ପ୍ରବେଶ କରିଥିଲା। ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ମଧ୍ୟପ୍ରଦେଶଠାରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲା। ୧୬ବର୍ଷ ପରେ ପୁଣି ଥରେ ସେମିଫାଇନାଲ ଖେଳିବାର ସୁଯୋଗ ସୃଷ୍ଟି ହୋଇଛି। ବାରବାଟୀରେ ଖେଳାଯାଇଥିବା ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶାର ନେତୃତ୍ୱ ନେଉଥିଲେ ସଞ୍ଜୟ ରାଉଳ। ପ୍ରଭଞ୍ଜନ ମଲ୍ଲିକଙ୍କ ୧୪୨ରନର ଉପଯୋଗୀ ଇନିଂସ ସହାୟତାରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୩୧୮ରନ କରିଥିଲା। ଜବାବରେ ମଧ୍ୟପ୍ରଦେଶ ୨୫୮ରନରେ ଅଲଆଉଟ ହୋଇଥିଲା। ସଞ୍ଜୟ ଶତପଥୀ ୪ଟି ଓ ଦୀପକ ମଙ୍ଗରାଜ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଓଡ଼ିଶାର ଦ୍ୱିତୀୟ ଇନିଂସ ୨୫୩ରନରେ ସୀମିତ ରହିଥିଲା। ଅଧିନାୟକ ସଞ୍ଜୟ ସର୍ବାଧିକ ୮୭ରନ କରିଥିଲେ। ୫ ଉଇକେଟ ହରାଇ ମଧ୍ୟପ୍ରଦେଶ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

ବେଙ୍ଗଲର ଦଳଗତ ପ୍ରଦର୍ଶନ
ଚଳିତ ସିଜନରେ ବେଙ୍ଗଲର ଉଭୟ ବ୍ୟାଟିଂ ଓ ବୋଲିଂ ଲାଇନଅପକୁ ନଜର ପକାଇଲେ, ବ୍ୟକ୍ତିଗତ ପ୍ରଦର୍ଶନ ଅପେକ୍ଷା ଦଳଗତ ପ୍ରଦର୍ଶନ ହିଁ ଦଳକୁ କ୍ବାର୍ଟର ଫାଇନାଲ ରାଉଣ୍ଡରେ ପହଞ୍ଚାଇଛି। ଦଳର ତାରକା ଖେଳାଳି ମନୋଜ ତିୱାରୀ ଲିଗ ପର୍ଯ୍ୟାୟରେ ମୋଟ୍‌ ୬୪୧ରନ କରିଛନ୍ତି। ଏହା ମଧ୍ୟରେ ଗୋଟିଏ ତ୍ରିଶତକୀୟ ଇନିଂସ ରହିଛି। ମନୋଜଙ୍କୁ ବାଦ୍‌ ଦେଇ ଲିଗ ପର୍ଯ୍ୟାୟରେ ଶତକ ହାସଲ କରିଥିବା ଅନ୍ୟ ବ୍ୟାଟ୍ସମ୍ୟାନ ହେଲେ ଅଭିଷେକ ରମଣ। ସେହିପରି ବୋଲିଂରେ ସାହାବାଜ ନଦିମ୍‌ ସର୍ବାଧିକ ୨୯ଟି ଉଇକେଟ ଅକ୍ତିଆର କରିଛନ୍ତି। ଆକାଶଦୀପ ୨୫ଟି ଉଇକେଟ ନେଇଥିବା ବେଳେ ମୁକେଶ କୁମାରଙ୍କୁ ୧୯ଟି ଉଇକେଟ ମିଳିଛି।

ଲକି ଗ୍ରାଉଣ୍ଡ ଡ୍ରିମ୍ସ
ଲିଗ ପର୍ଯ୍ୟାୟରେ ଓଡ଼ିଶା ୪ଟି ମ୍ୟାଚ୍‌ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳିଛି। ଏଠାରେ ହିଁ କ୍ବାର୍ଟର ମୁକାବିଲା ହେବ। ୪ଟି ମ୍ୟାଚ୍‌ରୁ ଓଡ଼ିଶା ୩ଟି ଜିତିଥିବା ବେଳେ ଗୋଟିଏ ପରାସ୍ତ ହୋଇଛି। ସର୍ଭିସେସକୁ ଇନିଂସ ଓ ୧୦ରନରେ, ଉତ୍ତରାଖଣ୍ଡକୁ ୧୦ ଉଇକେଟରେ, ଆସାମକୁ ଇନିଂସ ଓ ୩ରନରେ ହରାଇଛି ଘରୋଇ ଓଡ଼ିଶା। ଜମ୍ମୁ-କଶ୍ମୀର ବିପକ୍ଷ ମ୍ୟାଚ୍‌ରେ ଦଳ ୪ ଉଇକେଟରେ ପରାସ୍ତ ହୋଇଥିଲା।

ଦୃଢ଼ ମନୋବଳ ଫାଇଦା ଦେବ
ବେଙ୍ଗଲ ଏକ ଶକ୍ତିଶାଳୀ ଦଳ। ହେଲେ ଓଡ଼ିଶା ଖେଳାଳିଙ୍କ ଦୃଢ଼ ମନୋବଳ ଫାଇଦା ଦେବ ବୋଲି କହିଛନ୍ତି ଅଧିନାୟକ ଶୁଭ୍ରଂଶୁ ଶେଖର ସେନାପତି। ପ୍ରତ୍ୟେକ ଖେଳାଳି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଘରୋଇ ପରିବେଶରେ ବେଙ୍ଗଲ ବିପକ୍ଷ ଏହି ମ୍ୟାଚ୍‌ ରୋମାଞ୍ଚକର ହେବ ବୋଲି ମ୍ପ୍ରେକାଶ କରିଛନ୍ତି।

ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି(ଅଧିନାୟକ), ବିପ୍ଳବ ସାମନ୍ତରାୟ(ଉପଅଧିନାୟକ), ଗୋବିନ୍ଦ ପୋଦ୍ଦାର, ଅନୁରାଗ ଷଡ଼ଙ୍ଗୀ, ଦେବାଶିଷ ସାମନ୍ତରାୟ, ରଣଜିତ ସିଂ, ଅଭିଷେକ ରାଉତ, ଶାନ୍ତନୁ ମିଶ୍ର, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଙ୍କିତ ଯାଦବ, ପ୍ରୀତ କନୱର ସିଂ ଚୌହ୍ବାନ, ଦେବବ୍ରତ ପ୍ରଧାନ, ସୁଜିତ ଲେଙ୍କା(ଉଇକେଟ କିପର), ରାଜେଶ ଧୂପର(ଉଇକେଟ କିପର), ପପୁ ରାୟ। କୋଚ୍‌:ରଶ୍ମୀ ରଞ୍ଜନ ପରିଡ଼ା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆସେସ: ସମ୍ଭାବ୍ୟ ୩ ପ୍ରମୁଖ ଲଢ଼େଇ

ଲଣ୍ଡନ,୧।୮(ଏଏଫପି)- ଆସେସ ମୁକାବିଲା ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଶ୍ୱଚାମ୍ପିୟନ ଇଂଲଣ୍ଡ ପୁଣି ଥରେ ଏହି ହାଇ ପ୍ରୋଫାଇଲ ସିରିଜରେ ବିଜୟୀ ହେବାକୁ ଲକ୍ଷ୍ୟ...

କୋହଲିଙ୍କୁ କେରଳ ହାଇକୋର୍ଟଙ୍କ ନୋଟିସ୍‌

କୋଚି,୨୭।୧: କେରଳ ହାଇକୋର୍ଟରେ ମୁଖ୍ୟ ବିଚାରପତି ଏସ୍‌. ମନିକୁମାରଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟକୁ ନୋଟିସ୍‌ ଜାରି କରିଛନ୍ତିି। କୋହଲିଙ୍କ...

ଏଫ୍‌-୧ ମୋଟର ରେସିଂରେ ୧୦ ଟିମ୍‌

ସ୍ପେଲବର୍ଗ(ଅଷ୍ଟ୍ରିଆ), ୫।୭-କରୋନା ଭାଇରସ ସଂକ୍ରମଣ ଯୋଗୁ ୨୦୨୦ ଫର୍ମୁଲାଓ୍ବାନ ମୋଟର ରେସିଂ ସିଜନ ଆରମ୍ଭରେ ବିଳମ୍ବ ହୋଇଛି। ସାଧାରଣତଃ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଏଫ-୧ ସିଜନର...

ଏହି ଦୁଇ ଖେଳାଳିଙ୍କୁ ପଛରେ ପକାଇଲେ ବିରାଟ କୋହଲି ରଚିବେ ଇତିହାସ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗତ ୧୧ ବର୍ଷ ଭିତରେ କ୍ରିକେଟର ବାଦ୍‌ଶାହ ପାଲଟିଯାଇଛନ୍ତି। ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଭାରତୀୟ...

କାନାଡାର ପ୍ରଥମ ବିଜେତା

ଫାଇନାଲରେ ସେରେନାଙ୍କୁ ହରାଇ କାନାଡ଼ାର ବାଏଙ୍କା ଆଣ୍ଡ୍ରେସ୍କୁ ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ୧୯ ବର୍ଷ ବୟସରେ...

ବକ୍ସିଂ: ପୂଜାରାଣୀ କ୍ୱାର୍ଟରଫାଇନାଲରେ

ଟୋକିଓ, ୨୯ା୭ (ପି.ଟି.)-ଦୁଇଥର ଏସିଆନ ଚାମ୍ପିୟନ ମହିଳା ବକ୍ସର ପୂଜା ରାଣୀ (୭୫ କେଜି) ତାଙ୍କ ଓପନିଂ ବାଉଟ୍‌ରେ ଆଲଜେରିଆର ଇଚ୍ରାକ୍‌ ଚାଇବାଙ୍କୁ ପରାସ୍ତ କରି...

ଭାରତୀୟ କବାଡ଼ି ଦଳର ପାକିସ୍ତାନ ଗସ୍ତ ଉପରେ ତଦନ୍ତ ହେବ

ଅମ୍ରିତସର/ନୂଆଦିଲ୍ଲୀ,୧୮।୨- ପାକିସ୍ତାନରେ ଅନୁଷ୍ଠିତ ସର୍କଲ କବାଡ଼ି ବିଶ୍ୱକପ୍‌ରେ ସ୍ବୀକୃତି ପାଇ ନ ଥିବା ଭାରତୀୟ ଦଳ ଅଂଶଗ୍ରହଣ କରିଥିଲା। ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କ୍ରୀଡ଼ା...

କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ: ତଦନ୍ତ କିମିଟି ଗଠନ କଲା ସାଇ

ନୂଆଦିଲ୍ଲୀ, ୧୨ା୭ (ପି.ଟି.)-ପଟିଆଲାସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସ (ଏନ୍‌ଆଇଏସ୍‌)ଠାରେ ୩ଜଣ ବକ୍ସର କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଶନିବାର ସ୍ପୋଟର୍‌ସ...

Advertisement
Archives

Model This Week