Posted inଖେଳ

ରଣଜୀ ଟ୍ରଫି: ଅନୁରାଗ, ଦେବାଶିଷଙ୍କ ଅର୍ଦ୍ଧଶତକ

କଟକ ଅଫିସ,୧୩ା୨-  ଚଳିତ ସିଜନର ଅନ୍ତିମ ଲିଗ ପର୍ଯ୍ୟାୟ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହୋଇଛି। ବାରବାଟୀ ଷ୍ଟାଡିୟମରେ ଘରୋଇ ଓଡ଼ିଶା ଦଳ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଝାଡ଼ଖଣ୍ଡକୁ ଭେଟିଛି। ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ୪ ଉଇକେଟ ହରାଇ ଓଡ଼ିଶା ୨୦୫ରନ କରିଥିବା ବେଳେ ଯୁବ ପ୍ରତିଭା ଦେବାଶିଷ ସାମନ୍ତରାୟ ୬୭ରନରେ ଅପରାଜିତ ଅଛନ୍ତି। ୨୨୮ବଲରୁ କ୍ୟାରିୟରର ୩ୟ ଅର୍ଦ୍ଧଶତକ ହାସଲ କରିଥିବା ବାମହାତୀ ବ୍ୟାଟ୍ସମ୍ୟାନ ଦେବାଶିଷ ୩ୟ ଶତକ ସଂଗ୍ରହ କରିବା ଲକ୍ଷ୍ୟରେ ଅଛନ୍ତି। ଅନ୍ୟତମ ଓଡ଼ିଶା ବ୍ୟାଟ୍ସମ୍ୟାନ ଅନୁରାଗ ଷଡ଼ଙ୍ଗୀ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଅଙ୍କିତଙ୍କ ପ୍ରଥମ ପଦାର୍ପଣ
ଏହି ସିଜନରେ ଓଡ଼ିଶା ପକ୍ଷରୁ ସର୍ବାଧିକ ଉଇକେଟ ହାସଲ କରିଥିବା ରାଜେଶ ମହାନ୍ତି ଆଘାତ ଜନିତ ସମସ୍ୟା ଯୋଗୁଁ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଥିଲେ। ତାଙ୍କ ସ୍ଥାନରେ ଡାହାଣହାତୀ ମିଡ଼ିୟମ ପେସ୍‌ ବୋଲର ତଥା ଅଲରାଉଣ୍ଡର ଅଙ୍କିତ ଯାଦବଙ୍କୁ ଦଳରେ ନିଆଯାଇଥିଲା। ୧୯୯୩ ନଭେମ୍ବର ୧୯ରେ ଜନ୍ମଗ୍ରହଣ କରିଥିବା ଝାରସୁଗୁଡ଼ାର ଅଙ୍କିତ୍‌ ପୂର୍ବରୁ ୧୪ ଟି ଲିଷ୍ଟ-ଏ ଓ ୧୦ଟି ଘରୋଇ ଟି୨୦ ମ୍ୟାଚ ଖେଳିଛନ୍ତି। ଦଳରେ ଅନ୍ୟ ୨ଟି ପରିବର୍ତ୍ତନ ମଧ୍ୟ କରାଯାଇଛି। ସ୍ପିନର ପପୁ ରାୟ ଓ ଅଲରାଉଣ୍ଡର ଅଭିଷେକ ରାଉତଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଅଭିଜ୍ଞ ବସନ୍ତ ମହାନ୍ତି ଓ ଦେବାଶିଷ ସାମନ୍ତରାୟ ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି। ଝାଡ଼ଖଣ୍ଡ ଅଧିନାୟକ ସୌରଭ ତିୱାରୀ ଟସ୍‌ ଜିତି ଓଡ଼ିଶାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଓପନର ଶାନ୍ତନୁ ମିଶ୍ର ୩୨ବଲରୁ ମାତ୍ର ୪ରନ କରି ଆଉଟ ହୋଇଥିଲେ। ଦଳୀୟ ସ୍କୋର ୨୯ ହୋଇଥିବା ବେଳେ ପେସ୍‌ ବୋଲର ଆଶିଷ କୁମାରଙ୍କ ବଲରେ ଶାନ୍ତନୁ ଏଲବିଡବ୍ଲ୍ୟୁ ହୋଇଥିଲେ। ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପନର ଅନୁରାଗ ଷଡ଼ଙ୍ଗୀ ଓ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ୬୭ରନର ଭାଗିଦାରୀ ସୃଷ୍ଟି ହୋଇଥିଲା। ଏହି ଦୁଇ ଖେଳାଳି ରକ୍ଷଣାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ। ୨୪ତମ ଓଭରରେ ଦଳୀୟ ସ୍କୋର ୫୦ ଟପିଥିଲା। ୮୬ବଲରୁ ଅନୁରାଗ ବ୍ୟକ୍ତିଗତ ୫୦ରନ ପୂରଣ କରିବା ସହ ୬୫ରନ କରି ଆଶିଷଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଅନୁରାଗଙ୍କର ଏହା ୧୦ତମ ଅର୍ଦ୍ଧଶତକ। ମଧ୍ୟକ୍ରମରେ କ୍ରିଜକୁ ଆସିଥିବା ଗୋବିନ୍ଦ ପୋଦ୍ଦାର ଓ ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ଧିମା ଗତିରେ ବ୍ୟାଟିଂ କରିଥିଲେ ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନଥିଲେ। ଗୋବିନ୍ଦ ୩୧ରନରେ ଓ ଶୁଭ୍ରାଂଶୁ ୧୯ରନରେ ଆଉଟ ହୋଇଥିଲେ। ଦେବାଶିଷ ଅତ୍ୟନ୍ତ ସତର୍କତାର ସହ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ୧୭୬ବଲ ଖେଳି ସେ କ୍ୟାରିୟରର ୩ୟ ଅର୍ଦ୍ଧଶତକ ପୂରଣ କରିଥିଲେ। ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ ୧୬ରନରେ ଅପରାଜିତ ଅଛନ୍ତି। ହାତରେ ୬ ଉଇକେଟ ବାକି ଥିବା ଓଡ଼ିଶା ପ୍ରଥମ ଇନିଂସରେ ବଡ଼ସ୍କୋର ସଂଗ୍ରହ କରିବ ବୋଲି ଆଶା କରାଯାଉଛି। ଝାଡ଼ଖଣ୍ଡ ପକ୍ଷରୁ ଆଶିଷ କୁମାର ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିବା ବେଳେ ଉତ୍କର୍ଷ ସିଂ ଗୋଟିଏ ଉଇକେଟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟରୁ ସନ୍ୟାସ ନେବା ପରେ ଏବେ ଏହି କାମ କରିବେ ଧୋନୀ: ପିଲାଦିନରୁ ହିଁ କରିନେଇଥିଲେ ଯୋଜନା

ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ...

ସୁଲତାନ ଜୋହର କପ୍‌ ହକି: ଲଢ଼େଇ କରି ହାରିଲା ଭାରତ

ଜୋହର ବାହରୁ, ୧୬।୧୦-ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୪ ଗୋଲରେ ଜାପାନଠାରୁ ହାରି ଯାଇଛି।...

ଆସାମରେ ଫସିଛନ୍ତି ଓଡ଼ିଶା ଜୁନିୟର କ୍ରିକେଟର୍‌: ବିସିସିଆଇର ସହାୟତା ଲୋଡ଼ିଲା ଓସିଏ; ହୋଟେଲ ବାହାରେ ବିକ୍ଷୋଭ, ଚିନ୍ତାରେ ଅଭିଭାବକ

କଟକ ଅଫିସ,୧୩ା୧୨- ନାଗରିକତ୍ୱ ସଂଶୋଧନ ବିଲ୍‌(ସିଏବି)କୁ ବିରୋଧ କରି ଆସାମରେ ନିଆଁ ଜଳୁଥିବା ବେଳେ ଏଥିରେ ଫସିଛନ୍ତି ଓଡ଼ିଶାର ୧୯ ବର୍ଷରୁ କମ୍‌ ଜୁନିୟର ବାଳକ...

ପର୍ଯ୍ୟଟକଙ୍କୁ ବଞ୍ଚାଇଲେ ଅଲିମ୍ପିକ ସନ୍ତରଣକାରୀ

ମିଲାନ, ୧୦ା୭ (ଏପି)- ଇଟାଲୀଦେଶର ସାର୍ଡିନିଆ ନିକଟବର୍ତ୍ତୀ ସମୁଦ୍ର ବକ୍ଷରେ ବୁଡ଼ିଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଅଲିମ୍ପିକ ସନ୍ତରଣକାରୀ ଫିଲିପୋ ମାଗ୍‌ନିନି। ଖବର ଅନୁସାରେ...

ବିସିସିଆଇ ଏଜିଏମ୍‌ ଡିସେମ୍ବର ୧ରେ

ନୂଆଦିଲ୍ଲୀ,୧୦ା୧୧ (ପି.ଟି.)- ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରଥମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଡିସେମ୍ବର ୧ରେ ହେବ। ଗତ...

ଭାରତୀୟ ଟି୧୦ ଫ୍ରାଞ୍ଚାଇଜ୍‌ ମାଲିକ ବାସନ୍ଦ

ନୂଆଦିଲ୍ଲୀ,୩୦ା୪ (ପି.ଟି.)-ଭ୍ରଷ୍ଟାଚାର ଅଭିଯୋଗରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୁଧବାର ଦୀପକ ଅଗ୍ରଓ୍ବାଲଙ୍କୁ ୨ବର୍ଷ ବାସନ୍ଦ କରିଛି। ଭାରତର ଏହି ବିଜ୍‌ନେସମ୍ୟାନ ଜଣକ ୨୦୧୮ରେ ୟୁଏଇରେ...

ଜାସନ ରଏ ୨ ମ୍ୟାଚ୍‌ରୁ ବାଦ୍‌

ମାଞ୍ଚେଷ୍ଟର, ୧୭।୬(ଏଏଫ୍‌ପି)- ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପର୍ବରୁ ଘରୋଇ ଇଂଲଣ୍ଡ ଦଳକୁ ସୋମବାର ଶକ୍ତ ଧକ୍କା ଲାଗିଛି। ଇନ୍‌ଫର୍ମ ଓପନର୍‌ ଜାସନ ରଏ ଆଘାତଜନିତ ସମସ୍ୟା...

କୋଭିଡ-୧୯: ୩.୩ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କଲେ ଗଲ୍ଫର ଅର୍ଜୁନ

ନୂଆଦିଲ୍ଲୀ,୨୧।୪ (ପି.ଟି.): କୋଭିଡ୍‌-୧୯ ମୁକାବିଲା ପାଇଁ ଯୁବ ଗଲ୍ଫର ଅର୍ଜୁନ ଭଟ୍ଟି ପ୍ରୟାସ ଜାରି ରଖିଛନ୍ତି। ସେ ୩.୩ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିଛନ୍ତି।...

Coronavirus Update


Archives

Model This Week

Why Dharitri