Posted inଖେଳ

ରଣଜୀ ଟ୍ରଫି:ଶାନ୍ତନୁ, ଅନୁରାଗ, ପୋଦ୍ଦାରଙ୍କ ଅର୍ଦ୍ଧଶତକ

କଟକ ଅଫିସ,୨୮ା୧-
ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ସୋମବାର୍‌ଠାରୁ ଓଡ଼ିଶା-ଆସାମ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ୩ ଉଇକେଟ ହରାଇ ୨୧୫ରନ କରିଛି। ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀ ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ ହୋଇଥିବା ବେଳେ ଗୋବିନ୍ଦ ପୋଦ୍ଦାର ୫୪ ଓ ବିପ୍ଳବ ସାମନ୍ତରାୟ ୩୨ରନରେ ଅପରାଜିତ ଅଛନ୍ତି।
ଏହି ମ୍ୟାଚ୍‌ରେ ଅଭିଜ୍ଞ ଅଲରାଉଣ୍ଡର ଅଭିଷେକ ରାଉତଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଉଇକେଟ କିପର ସୁଜିତ ଲେଙ୍କାଙ୍କୁ ବିଶ୍ରାମ ଦିଆଯାଇ ରାଜେଶ ଧୂପରଙ୍କୁ ନିଆ ଯାଇଥିଲା। ଗୋକୁଳ ଶର୍ମାଙ୍କ ନେତୃତ୍ୱାଧୀନ ଆସାମ ଟସ୍‌ ଜିତି ଓଡ଼ିଶାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ପ୍ରଥମ ଉଇକେଟରେ ଦୁଇ ଓପନର ଅନୁରାଗ ଓ ଶାନ୍ତନୁ ଦମ୍‌ଦାର ବ୍ୟାଟିଂ କରିଥିଲେ। ଓପନିଂ ଯୋଡ଼ିରେ ଓଡ଼ିଶା ୯୬ରନ ସଂଗ୍ରହ କରିଥିଲା। ୧୧୨ବଲରୁ ୧୦ଟି ଚୌକା ଓ ୧ ଛକା ବଳରେ ୫୮ରନ କରି ଅନୁରାଗ ଡାହାଣହାତୀ ପେସ୍‌ ବୋଲର ରଞ୍ଜିତ ମାଲିଙ୍କ ପ୍ରଥମ ଶିକାର ହୋଇଥିଲେ। ପରେ କ୍ରିଜକୁ ଆସିଥିବା ଅଧିନାୟକ ଶୁଭ୍ରାଂଶୁ ସେନାପତି ଖାତା ଖୋଲିବା ପୂର୍ବରୁ ରଞ୍ଜିତଙ୍କ ବଲ୍‌ରେ ଉଇକେଟ କିପର କୁନାଲ ସାଇକିଆଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ ଫେରିଥିଲେ। ୯୬ରନରେ ଓଡ଼ିଶାର ୨ଟି ଉଇକେଟ ପତନ ଘଟିଥିଲା। ଶାନ୍ତନୁ ଓ ଗୋବିନ୍ଦ ପୋଦ୍ଦାର ସତର୍କତାର ସହ ବ୍ୟାଟିଂ କରି ୩ୟ ଉଇକେଟ ଭାଗିଦାରୀରେ ୫୪ରନ ସଂଗ୍ରହ କରିଥିଲେ। ଯାହା ଫଳରେ ଓଡ଼ିଶାର ସ୍ଥିତି ସୁଦୃଢ଼ ହୋଇଥିଲା। ୧୮୨ବଲରୁ ୬୬ରନ କରିଥିବା ଶାନ୍ତନୁ ପ୍ରିତମ ଦାସଙ୍କ ବଲରେ କ୍ୟାଚ୍‌ ଆଉଟ ହୋଇଥିଲେ। ୧୪୮ରନରେ ଓଡ଼ିଶାର ୩ୟ ଉଇକେଟ ପତନ ଘଟିଥିଲା। ପରେ ଓଡ଼ିଶାର ଦୁଇ ଭେଟେରାନ ଖେଳାଳି ବିପ୍ଳବ ସାମନ୍ତରାୟ ଓ ଗୋବିନ୍ଦ ଆସାମର ବୋଲିଂ ଆକ୍ରମଣକୁ ଧୈର୍ଯ୍ୟର ସହ ସମ୍ମୁଖୀନ କରିଥିଲେ। ଗୋବିନ୍ଦ ୧୪୩ବଲରୁ ୫୪ ଓ ବିପ୍ଳବ ୮୨ବଲରେ ୩୨ରନ କରି ଅପରାଜିତ ଅଛନ୍ତି। ଏହି ଦୁଇ ଖେଳାଳି ମଙ୍ଗଳବାର ଅଧିକ ସମୟ କ୍ରିଜରେ ରହିଲେ ଓଡ଼ିଶା ପ୍ରଥମ ଇନିଂସରେ ବିଶାଳ ସ୍କୋର କରିବ ବୋଲି ଆଶା କରାଯାଉଛି। ଆସାମ ପକ୍ଷରୁ ରଞ୍ଜିତ ମାଲି ୨ଟି ଓ ପ୍ରିତମ ଦାସଙ୍କୁ ଗୋଟିଏ ଉଇକେଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri