Posted inଜାତୀୟ

ରଜନୀକାନ୍ତଙ୍କ ଡାହାଣ ତର୍ଜନୀରେ କାଳିଚିହ୍ନ

ଚେନ୍ନାଇ,୨୦ା୪ : ଅଭିନେତାରୁ ରାଜନେତା ସାଜିଥିବା ରଜନୀକାନ୍ତ ଗୁରୁବାର ଚେନ୍ନାଇର ଷ୍ଟେଲା ମାରିସ୍‌ କଲେଜକୁ ଭୋଟ ଦେବାକୁ ଯାଇଥିଲେ। ନିୟମ ଅନୁସାରେ ଭୋଟ ଦେବା ପୂର୍ବରୁ ତାଙ୍କର ବାମହାତ ତର୍ଜନୀରେ କାଳିଚିହ୍ନ ଲଗାଇବା କଥା। କିନ୍ତୁ ସେଠାରେ ନିୟୋଜିତ ନିର୍ବାଚନ ଅଧିକାରୀ ଜଣକ ରଜନୀକାନ୍ତଙ୍କ ଡାହାଣ ହାତ ତର୍ଜନୀରେ କାଳିଚିହ୍ନ ଲଗାଇଦେଇଥିଲେ। ଏହା ଜଣାପଡ଼ିବା ପରେ ନିର୍ବାଚନ କମିଶନ ତାମିଲନାଡ଼ୁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସତ୍ୟବ୍ରତ ସାହୁଙ୍କୁ ରିପୋର୍ଟ ମାଗିଛନ୍ତି। ଅନ୍ୟପକ୍ଷରେ ୨୦୨୧ରେ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସମସ୍ତ ୨୩୪ ଆସନରେ ଲଢ଼ିବାକୁ ପ୍ରସ୍ତୁତ ଥିବା ତାମିଲ ସୁପରଷ୍ଟାର ରଜନୀକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକରେ ମୁସଲମାନଙ୍କୁ ମିଳୁଥିବା ୪ ପ୍ରତିଶତ ସଂରକ୍ଷଣ ଶେଷ

ବେଙ୍ଗାଲୁରୁ,୨୭ ।୩: କର୍ନାଟକର ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ରାଜ୍ୟରେ ମୁସଲମାନଙ୍କୁ ଦିଆଯାଉଥିବା ୪ ପ୍ରତିଶତ ସଂରକ୍ଷଣକୁ ଶେଷ କରିଛନ୍ତି । ସରକାର ଏହି ସଂରକ୍ଷଣକୁ...

ହଂସରାଜ ଭରଦ୍ୱାଜଙ୍କ ପରଲୋକ

ନୂଆଦିଲ୍ଲୀ,୯ା୩(ପି.ଟି.): ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହଂସରାଜ ଭରଦ୍ୱାଜ(୮୩)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ରବିବାର ସନ୍ଧ୍ୟା ୬ଟା ୩୦ରେ ଦିଲ୍ଲୀର ସାକେତସ୍ଥିତ ମାକ୍ସ...

୮ ଜଣଙ୍କୁ କୀର୍ତ୍ତିଚକ୍ର, ୨୯ଙ୍କୁ ଶୌର୍ଯ୍ୟଚକ୍ର ମିଳିଲା

ନୂଆଦିଲ୍ଲୀ,୧୦।୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସେନା, ଅର୍ଦ୍ଧ ସାମରିକ ବଳ ଏବଂ ପୋଲିସ ବିଭାଗର ୮ ଜଣଙ୍କୁ କୀର୍ତ୍ତିଚକ୍ର ପୁରସ୍କାର ପ୍ରଦାନ କରିଛନ୍ତି। କୀର୍ତ୍ତିଚକ୍ର...

ସକ୍ରିୟ ମାମଲା ୦.୦୧ ପ୍ରତିଶତ, ବିଏଫ୍‌.୭ ଭାରିଆଣ୍ଟ ନେଇ ସରକାର ସତର୍କ…

ନୂଆଦିଲ୍ଲୀ, ୩।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଚାଇନାରେ ଆତଙ୍କ...

‘ଉତ୍ପୀଡ଼ନ ପାଇଁ ଆପରାଧିକ ଆଇନ ଅସ୍ତ୍ର ନୁହେଁ’

ନୂଆଦିଲ୍ଲୀ, ୨୮।୧୧: ରଚନାତ୍ମକ ଉତ୍ପୀଡ଼ନ ପାଇଁ ଆପରାଧିକ ଆଇନକୁ ଯେପରି ଅସ୍ତ୍ର ଭାବେ ବ୍ୟବହାର କରା ନ ଯାଏ ତାହା ଦେଖିବା ନ୍ୟାୟପାଳିକାର କାର୍ଯ୍ୟ। ରିପବ୍ଲିକ୍‌...

ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନର ଆବଶ୍ୟକତା ନାହିଁ, ଭାରତର ସମସ୍ତ ବାସିନ୍ଦା ହିନ୍ଦୁ: ଭାଗଓ୍ବତ…

ଶିଲଂ, ୨୬।୯ : ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନର ଆବଶ୍ୟକତା ନାହିଁ। ଭାରତର ସମସ୍ତ ବାସିନ୍ଦା ହିନ୍ଦୁ। ମେଘାଳୟର ଶିଲଂରେ ଅନୁଷ୍ଠିତ ନାଗରିକ ସମ୍ମିଳନୀରେ...

ସ୍ପାଇଡରମ୍ୟାନ ଭଳିି ୨୦ ଫୁଟ ଛାତରୁ ଡେଇଁଲେ ବାଳକ: ଷ୍ଟଣ୍ଟ ପରିବର୍ତ୍ତେ ମୁଣ୍ଡରୁ ଗୋଡ ଯାଏଁ ଭାଙ୍ଗିଲା ହାଡ଼

ଚଣ୍ଡିଗଡ଼,୨୨।୪: ଆଧୁନିକ ଯୁଗରେ ପିଲାଙ୍କ ମଧ୍ୟରେ ଅନଲାଇନ୍‌ ଗେମ୍‌ର ନିଶା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଖେଳ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ମଧ୍ୟ...

ମୌର୍ଯ୍ୟ ହୋଟେଲରେ ଟ୍ରମ୍ପ୍‌ଙ୍କ ରହଣୀ: ଗୋଟିଏ ରାତିର ରୁମ୍‌ ଭଡ଼ା ୮ ଲକ୍ଷ

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ତାଙ୍କ ଭାରତ ଗସ୍ତକୁ ସ୍ମୃତି ବହୁଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Advertisement
Archives

Model This Week