Posted inଖେଳ

ରଜତଙ୍କ ପୁନଃ ଅବସ୍ଥାନ ନେଇ ଓମ୍ବୁଡ୍ସମ୍ୟାନଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୧୯।୧୧(ପି.ଟି.)- ଅଧ୍ୟକ୍ଷ ହିସାବରେ ବରିଷ୍ଠ ପତ୍ରକାର ରଜତ ଶର୍ମାଙ୍କ ପୁନଃ ଅବସ୍ଥାନ ନେଇ ଓମ୍ବୁଡ୍ସମ୍ୟାନ ଦେଇଥିବା ନିର୍ଦ୍ଦେଶକୁ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ଆପେକ୍ସ କାଉନସିଲ ପ୍ରତ୍ୟାଖାନ କରିଛି। ରଜତ ଶନିବାର ଡିଡିସିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଚାପରେ କାର୍ଯ୍ୟ କରିବାରେ ଅସୁବିଧା ହେଉଥିବାରୁ ସେ ପଦ ଛାଡିଥିଲେ। ତେବେ ଡିଡିସିଏ ଓମ୍ବୁଡ୍ସମ୍ୟାନ ରବିବାର ରଜତଙ୍କ ଇସ୍ତଫାକୁ ଗ୍ରହଣ କରି ନ ଥିଲେ ଓ ତାଙ୍କୁ ପୁଣି ପଦ ସମ୍ଭାଳିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସେ ଆସନ୍ତା ୨୭ ତାରିଖରେ ଏ ନେଇ ଔପଚାରିକ ଭାବେ ଶୁଣାଣି କରିବାକୁ ସମ୍ମତି ପ୍ରକାଶ କରିଥିଲେ। ତେବେ ତାଙ୍କର ଏହି ନିଷ୍ପତ୍ତିକୁ ସ୍ବାଗତ କରାଯାଇ ନ ଥିଲା। ଆପେକ୍ସ କାଉନସିଲର ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୯ ଜଣ ବିଭିନ୍ନ କାରଣ ଦର୍ଶାଇ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆପଣଙ୍କ ପୁନଃ ଯୋଗଦାନ କୌଣସି କାମକୁ ନୁହଁ ବୋଲି କାଉନସିଲ ରଜତଙ୍କୁ ଚିଠି ଲେଖ ଜଣାଇଛି। ଉଲ୍ଲେଖଥାଉ କି, ରଜତ ଶର୍ମାଙ୍କ ସହିତ କ୍ରିକେଟ ଉପଦେଷ୍ଟା କମିଟି (ସିଏସି)ର ଦୁଇ ସଦସ୍ୟ ସୁନୀଲ ଭାଲସନ ଓ ୟଶପାଲ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହୀ ରବି ଚୋପ୍ରା ମଧ୍ୟ ଇସ୍ତଫା ଦେଇଥିଲେ। ତେବେ ଚୋପ୍ରା ସୋମବାର କାର୍ଯ୍ୟରେ ପୁଣି ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘କଦାପି ଭୁଲି ହେବ ନାହିଁ ନୀରଜଙ୍କ ସଫଳତା’

ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଐତିହାସିକ ସ୍ବର୍ଣ୍ଣ ପଦକ ଅର୍ଜନ କରି ଇତିହାସ ସୃଷ୍ଟ କରିଛନ୍ତି। ଏଭଳି ସଫଳତା ପରେ ତାଙ୍କ...

ଅଡି ପାଗଳ କୋହଲି

ବିଳାସପୂର୍ଣ୍ଣ କାର ପ୍ରେମରେ ଭାରତୀୟ କ୍ରିକେଟରଙ୍କ ପଡ଼ିବା କିଛି ନୂଆ ଖବର ନୁହେଁ। କିନ୍ତୁ ଅଧିନାୟକ ବିରାଟ କୋହଲି ଅଡି କାର ପାଇଁ ପାଗଳ ପ୍ରାୟ।...

ଭାରତୀୟ ଦଳ ପାଇଁ ପୁଣି ଏକାଠି ଖେଳିଲେ ଦୁଇ ଭାଇ

ଗୁୟାନା,୭।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଭାରତ ୫ଟି...

କୋପା ଆମେରିକାରୁ ଓହରିଲେ କାତାର, ଅଷ୍ଟ୍ରେଲିଆ

ସାଓ ପାଉଲୋ,୨୫।୨(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ କୋପା ଆମେରିକାରୁ କାତାର ଓ ଅଷ୍ଟ୍ରେଲିଆ ଓହରିଯାଇଛନ୍ତି। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ଏହି ଦୁଇ ଦେଶ...

ଆଇପିଏଲ୍‌ର ପ୍ରଥମ ସପ୍ତାହରେ ଖେଳି ନ ପାରନ୍ତି ଇଂଲଣ୍ଡ, ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ, ୨୬।୭- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ବୋଲି ଏହାର ଗଭର୍ନିଂ କାଉନ୍‌ସିଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଘୋଷଣା କରିଛନ୍ତି।...

‘ଓଡ଼ିଶା ଏଫ୍‌ସି’ରେ ଓଡ଼ିଆଙ୍କୁ ଉପେକ୍ଷା

କଟକ ଅଫିସ,୨୫ା୬- ଦେଶର ଏକ ପ୍ରମୁଖ ଫୁଟବଲ କ୍ଲବ ଭାବେ ପରିଚୟ ପାଇଛି ‘ଓଡ଼ିଶା ଏଫ୍‌ସି’ । ପେସାଦାର ଲିଗ୍‌ ଆଇଏସ୍‌ଏଲ ଟୁର୍ନାମେଣ୍ଟରେ ଏହି କ୍ଲବର...

ହାସିମୋତୋ ଟୋକିଓ ଅଲିମ୍ପିକ ସଭାପତି

ଟୋକିଓ, ୧୯ା୨ (ଏପି)-ସିକୋ ହାସିିମୋତୋ ଟୋକିଓ ଅଲିମ୍ପିକ ଆୟୋଜକ କମିଟି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୭ଟି ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ତନ୍ମଧ୍ୟରେ...

କରୋନାରେ ଆଖିବୁଜିଲେ ତେନ୍ଦୁଲକରଙ୍କ ବନ୍ଧୁ: ୮୦ ଦଶକରେ ଖେଳୁଥିଲେ ଏକାଠି

ଭାରତୀୟ କ୍ରିକେଟ ଦଳର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ତାଙ୍କର ବନ୍ଧୁ ବିଜୟ ଶିର୍କେଙ୍କୁ ହରାଇଛନ୍ତି। ମହାମାରୀ କରୋନାରେ ଅକ୍ରାନ୍ତ ହୋଇ ବିଜୟ ଥାନେ ହସ୍ପିଟାଲରେ...

Advertisement
Archives

Model This Week