ରଙ୍ଗ୍‌ ସାଇଡ୍‌ରେ ଗଲେ ଚକ କଣା କରିଦେବ ‘ଟାୟାର କିଲର’

ଭୁବନେଶ୍ୱର,୬ା୨(ବ୍ୟୁରେ): ନୂଆ ନୂଆ ଆଇନ ଲାଗୁ କରାଯିବା ସହ ଅଧିକ ଜରିମାନା ସତ୍ତ୍ୱେ ଲୋକେ ସୁଧୁରୁନାହାନ୍ତି। ବିଶେଷକରି ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ଚାଳନା ଯୋଗୁ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏଣିକି ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ୍‌ କରିବାକୁ କମିଶନରେଟ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି। ରଙ୍ଗ୍‌ ସାଇଡ୍‌ରେ ଗାଡି ଚଲାଇଲେ ଗାଡ଼ି ଚକାରେ କଣା ହୋଇଯିବ। ଏଥିପାଇଁ ଦେଶ ବିଦେଶରେ ବ୍ୟବହୃତ ‘ସ୍ପାଇକ ବ୍ୟାରିୟର’ ବା ଟାୟାର କିଲର’ ବ୍ୟବସ୍ଥାକୁ ଆପଣାଇବାକୁ ନିଷ୍ପତ୍ତି ହୋଇଛି ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏ ସଂକ୍ରାନ୍ତରେ ସୂଚନା ଦେଇ କମିଶନର ଷଡ଼ଙ୍ଗୀ କହିଲେ, ଭୁଲ୍‌ ଦିଗରେ ଗାଡି ଚାଳନା କରି ପ୍ରତିଦିନ ଲୋକେ ଜରିମାନା ଗଣୁଛନ୍ତି। ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ଯାତ୍ରା ହୋଇଥିଲେ ମଧ୍ୟ ଏଥିପ୍ରତି ସଚେତନ ହେଉନାହାନ୍ତି। ଏଥିଯୋଗୁ ଅନେକ ଦୁର୍ଘଟଣା ଘଟି ମୂଲ୍ୟବାନ ଧନଜୀବନ ନଷ୍ଟ ହେଉଛି। ତେଣୁ ମାର୍ଚ୍ଚ ୧ରୁ ପରୀକ୍ଷାମୂଳକ ଭାବେ ସ୍ପାଇକ୍‌ ବ୍ୟାରିୟରକୁ କଟକ ଓ ଭୁବନେଶ୍ୱରରେ ବିଭିନ୍ନ ରାସ୍ତାରେ କାର୍ଯ୍ୟକାରୀ କରାଯିବ। ତେଣୁ ଜନସାଧାରଣ ଯଥାସମ୍ଭବ ନିୟମକୁ ପାଳନ କରନ୍ତୁ ବୋଲି କମିଶନର ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ମୁତାବକ, ଟୁଇନ ସିଟିର ୨୪୨ ସ୍ଥାନରେ ବିପରୀତ ଦିଗରେ ଲୋକେ ଗାଡି ଚାଳନା କରୁଥିବା ଦେଖିବାକୁ ମିଳୁଥିବାବେଳେ ୩୨ଟି ଅତ୍ୟନ୍ତ ବିପଦପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯାଇଛି। ଯେଉଁଠାରେ ପ୍ରତିଦିନ ଏଥିପାଇଁ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ଓ ଟ୍ରାଫିକ ନିୟନ୍ତ୍ରଣ ନେଇ ପୁଣେ, ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀ ତଥା ବିଦେଶରେ ଏହାକୁ ବ୍ୟବହାର କରାଯାଉଛି। ରାସ୍ତାର ଉଚିତ ବ୍ୟବହାର କରୁଥିବା ଚାଳକମାନେ ଏହାଦ୍ୱାରା କୌଣସି ପ୍ରକାର କ୍ଷତିଗ୍ରସ୍ତ ହେବେ ନାହିଁ। ଏହା ରାସ୍ତା ଉପରେ ସାମାନ୍ୟ ହମ୍ପସ ଆକୃତିର ରହିବ। ଉଚିତ ଦିଗରେ ଗାଡି ଚାଳନା କରି ଯିବାବେଳେ ଏହା ଭିତରେ ଥିବା ଷ୍ଟିଲ୍‌ କଣ୍ଟାଗୁଡିକ ଭିତରେ ଦବି ରହିବ। ଯଦି କୌଣସି ବ୍ୟକ୍ତି ବିପରୀତ ଦିଗରେ ବା ରଙ୍ଗ୍‌ ସାଇଡ୍‌ର ଗାଡି ଚାଳନା କରି ଏହି ସ୍ପାଇକ ବ୍ୟାରିୟରକୁ ପାର ହୁଅନ୍ତି ସେଥିରେ ଲାଗିଥିବା ଷ୍ଟିଲ କଣ୍ଟାଗୁଡିକ ଉପରକୁ ଉଠିଯିବା ସହ ଟାୟାର ଶତପ୍ରତିଶତ କଣା ହୋଇଯିବ। ଏହାଦ୍ୱାରା ଟାୟାର ପଙ୍କ୍‌ଚର ହୋଇ ଯାତ୍ରା ଠପ ହୋଇଯିବ। ଚାଳକଙ୍କୁ ଜରିମାନା ସହ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ବମିଖାଲ ଓଭରବ୍ରିଜ, ରସୁଲଗଡ ଓ କଳ୍ପନା ସମେତ ଅନ୍ୟ କିଛି ବିପଦପୂର୍ଣ୍ଣ ସ୍ଥାନରେ ଏହାକୁ ପ୍ରଥମେ ପରୀକ୍ଷାମୂଳକ ଭାବେ ଲଗାଯିବ ବୋଲି କମିଶନର ଷଡଙ୍ଗୀ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs SL: ବୁମରା OUT; ଶ୍ରୀଲଙ୍କା ଗସ୍ତ ପୂର୍ବରୁ BCCIର ବଡ଼ ନିଷ୍ପତ୍ତି, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩ା୮: ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଚାଲିଛି । ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଆହତ ହୋଇ…

କୋଠାବାଡ଼ି ନିର୍ମାତାଙ୍କୁ ମିଳିବ ୪ମାସର ରିହାତି

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିକୁ ନେଇ କେନ୍ଦ୍ର ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରିଅଲ ଇଷ୍ଟେଟ୍‌ ଓ ବିଲ୍ଡର୍ସ(କୋଠାବାଡ଼ି ନିର୍ମାତା)ଙ୍କୁ ୪ମାସର…

ବାଇକକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବସ, ଦୁଇ ବାଇକ ଆରୋହୀ ସମେତ ୭ ଯାତ୍ରୀ ଆହତ

ମୋହନା,୩।୮( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ରାଇଗଣ୍ଡା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର…

ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼

କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଣୁ ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆମାନେ…

ଶ୍ରାବଣ ମାସର ପ୍ରଥମ ସୋମବାର; ଏହି ରାଶି ଉପରେ ରହିବ ମହାଦେବଙ୍କ କୃପା, ହେବ ଧନବର୍ଷା

ଶ୍ରାବଣ ମାସର ଏହି ପ୍ରଥମ ସୋମବାରରେ, ଚନ୍ଦ୍ର କୁମ୍ଭ ରାଶିରୁ ମୀନ ରାଶିକୁ ଗୋଚର କରିଛନ୍ତି । ମଙ୍ଗଳ ବୃଷ ରାଶିରୁ ମିଥୁନ ରାଶିକୁ ସ୍ଥାନାନ୍ତରିତ ହୋଇଛନ୍ତି…

ବୀମା ଟଙ୍କା ଲୋଭରେ ସ୍ତ୍ରୀ ଉପରେ ଗାଡ଼ି ଚଢାଇ ଦେଲେ ସ୍ବାମୀ

ହମ୍ମିରପୁର, ୩ା୮ (ଉତ୍ତର ପ୍ରଦେଶ): ୪୪ ଲକ୍ଷ ଟଙ୍କାର ବୀମା ରାଶି ହଡ଼ପ କରିବା ଲୋଭରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି।…

ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର,୩ା୮: ଭୁବନେଶ୍ବରସ୍ଥିତ ପାତ୍ରପଡ଼ାରେ ଥିବା ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ସୋମବାର ପୂର୍ବାହ୍ନରେ ସୂତା ଫ୍ୟାକ୍ଟ୍ରି…

ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ମହାପ୍ରୟାଣ ଯାନ, ଖଟିଆରେ ବୁହା ହେଲା ମୃତଦେହ

ଦାରିଙ୍ଗବାଡ଼ି, ୩।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଉପାନ୍ତ ଅଞ୍ଚଳରେ ରାସ୍ତା ନଥିବାରୁ ମୃତଦେହକୁ ଖଟିଆରେ ବୁହାହେବା ଘଟଣା ଏବେ ମୋବାଇଲକୁ ମୋବାଇଲ ଭାଇରଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri