ରଘୁନାଥପୁର ପଞ୍ଚାୟତ ସମିତି: ହୋହଲ୍ଲା, ଚେୟାର ଫୋପଡ଼ା ଫୋପଡ଼ିରେ ସରିଲା ବୈଠକ

ରଘୁନାଥପୁର, ୧୦।୧ (ଡି.ଏନ୍‌.ଏ.)-ରଘୁନାଥପୁର ପଞ୍ଚାୟତ ସମିତିର ୫ମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଦୁଇଗୋଷ୍ଠୀ ମଧ୍ୟରେ କଟାକଟା, ହୋହଲ୍ଲା ଓ ବୈଠକ ଗୃହରେ ଚେୟାର ଫୋପଡ଼ା ଫୋପଡ଼ିରେ ବୈଠକ ଶେଷ ହୋଇଛି। ଅଧ୍ୟକ୍ଷା ସ୍ବପ୍ନାସରିତା ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅତିଥି ଭାବେ ମଞ୍ଚାସୀନ ଥିଲେ। ତେବେ ବୈଠକ ସମ୍ପର୍କରେ ଜନ ପ୍ରତିନିଧିଙ୍କୁ ଚିଠି କରାଯାଇ ନ ଥିବା ନେଇ ଗୃହରେ ବିବାଦ ଆରମ୍ଭ ହୋଇଥିଲା। ଜଗନ୍ନାଥପୁର ସରପଞ୍ଚ ପୁଷ୍ପଲତା ସୁତାର ଏହି ଅଭିଯୋଗ ଉଠାଇଥିବା ବେଳେ ସରପଞ୍ଚ ଶୁଭ୍ରାନ୍ତ ସ୍ବାଇଁ, ସରପଞ୍ଚ ସୂର୍ଯ୍ୟନାରାୟଣ ନାୟକ ଓ ସମିତିସଭ୍ୟ ସରାଜ ଦାଶ ପ୍ରମୁଖ ଏହାର କୈଫୟତ ରଖିବାକୁ ଦାବି କରି ହୋହଲ୍ଲା କରିଥିଲେ। ଏହା ସଙ୍ଗୀନ ସମସ୍ୟା ନୁହେଁ ବୋଲି ଜଗନ୍ନାଥପୁର ସମିତିସଭ୍ୟ ମେହେବୁବ୍‌ ବେଗ୍‌ କହିବା ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ଲୋକପ୍ରତିନିଧି ଏକ ଚେୟାର ଫୋପାଡ଼ି ଦେବାରୁ ତାହା ଜଣେ କୃଷି ଅଧିକାରୀଙ୍କ ଦେହରେ ବାଜିଥିଲା। ବିବାଦ ବଢ଼ି ଚାଲିଥିବା ବେଳେ ଜିଲା ପରିଷଦ ସଭ୍ୟା ଡେଜାଲିନ ମହାପାତ୍ର ସଭାଗୃହରେ ପହଞ୍ଚତ୍ ବୈଠକ ସମ୍ପର୍କରେ ତାଙ୍କୁ କାହିଁକି ଚିଠି କରାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଉଭୟ ବଚସା ବଢ଼ି ଚାଲିବାରୁ ବିଧାୟକ ଦାସ ଏହାର ସମାଧାନ କରି ଜିଲା ପରିଷଦ ସଭ୍ୟା ମହାପାତ୍ରଙ୍କୁ ମଞ୍ଚ ଉପରକୁ ଡାକିଥିଲେ। ଗୋଟିଏ ଗୋଷ୍ଠୀ ପକ୍ଷରୁ ଆଲୋଚନା ପାଇଁ ଚେଷ୍ଟା ଚାଲିଥିବା ବେଳେ ଅନ୍ୟ ଏକ ଗେଷ୍ଠୀ ବୈଠକକୁ ବନ୍ଦ ରଖିବାକୁ ଦାବି କରିଥିଲେ। ଆଗାମୀ ଦିନରେ ବିଧାୟକ ଦାସ ସମସ୍ତ ଜନ ପ୍ରତିନିଧିଙ୍କୁ ଡାକି ମିଟିଂ କରିବା ପରେ ଆଉ ଥରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହେବ ବୋଲି ଜିଦ୍‌ ଧରିଥିଲେ। ଏହାପରେ ଜନ ପ୍ରତିନିଧିଙ୍କୁ କାହିଁକି ଡକା ଯାଇ ନ ଥିଲା ସେ ନେଇ ବିଡିଓ ଓ ବ୍ଲକ ଅଧ୍ୟକ୍ଷାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।ଯାହା ଉଭୟଙ୍କ ପାରିବା ପଣଇଆକୁ ପଦାରେ ପକାଇଥିଲା। ତେବେ ଏସ୍‌ଡିପଓ ଦୀପକ ରଞ୍ଜନା ଜେନା ଓ ଆଇଆଇସି ବବିତା ଦଳାଇ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ମିଶି ପରିସ୍ଥିତିକୁ ଆୟତ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଭରଣ ଭେଣ୍ଡି ପଦର ନଷ୍ଟ ଅଭିଯୋଗ

ବୁଗୁଡ଼ା,୧ା୬(ଡି.ଏନ.ଏ.)- ବୁଗୁଡ଼ା ଥାନା କାଞ୍ଜିଆପଲ୍ଲୀରେ ପ୍ରାୟ ୩ ଭରଣ ଭେଣ୍ଡି ପଦରକୁ କୌଣସି ଦୁର୍ବୃତ୍ତ ନଷ୍ଟ କରିଥିବା ନେଇ ରଙ୍କନିଧି ଗୌଡ଼ ଶନିବାର ବୁଗୁଡ଼ା ଥାନାରେ...

ବନ୍ଦ ଲଜ୍‌ରେ ଦେହ ବେପାର

ପୁରୀ ଅଫିସ,୧୮ା୪: ବର୍ତ୍ତମାନ କରୋନା କଟକଣା ଜାରି କରାଯାଇଛି । ଲକ୍‌ଡାଉନ ଯୋଗୁ ବନ୍ଦ ରହିଛି ସମସ୍ତ ହୋଟେଲ, ଲଜ୍‌ ଏବଂ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ।...

ଚିନିକଳ ପୁନଃ ଚାଲୁ ଦାବିରେ ନୟାଗଡ଼ରେ ବନ୍ଦ ପାଳନ

ନୟାଗଡ଼ ଅଫିସ,୬।୩: ଚିନିକଳ ପୁନଃ ଚାଲୁ ଦାବିରେ ଶୁକ୍ରବାର ନୟାଗଡ଼ରେ ବନ୍ଦ ପାଳନ ହୋଇଛି । ଆନ୍ଦୋଳନକାରୀମାନେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥର ନୟାଗଡ଼ ଟାଉନ...

ମନ୍ତ୍ରୀ ଫେରିବା ପରେ ଭାଙ୍ଗିଦେଲେ ଉଦ୍‌ଘାଟନୀ ଫଳକ

ରାୟଗଡ଼ା ଅଫିସ,୨୦ା୯: ଉପାନ୍ତ ରାୟଗଡ଼ା ଜିଲାର ଅନେକ ଗାଁକୁ ଏବେ ବି ମୋବାଇଲ ଟାଓ୍ବାର ଅପହଞ୍ଚ ରହିଛି। ସଦର ବ୍ଲକ ଡାଙ୍ଗଲୋଡି ପଞ୍ଚାୟତର ପେନିକଣାଠାରେ ମୋବାଇଲ...

ଗୋଟିଏ ପଦବୀ, ଦୁଇ ଅଧିକାରୀ

ଢେଙ୍କାନାଳ ଅଫିସ, ୩୦।୯ – ପଦବୀ ଗୋଟିଏ। ଦୁଇଜଣ ଅଧିକାରୀ। କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉଭୟଙ୍କ ମଧ୍ୟରେ ଦାୟିତ୍ୱ ସମ୍ଭାଳିବାକୁ ନେଇ ଚାଲିଛି ଟଣାଓଟରା। କର୍ମଚାରୀମାନେ କାହା...

ଧାନବିହନ ମୂଲ୍ୟ ବୃଦ୍ଧିକୁ ବିରୋଧ

ଭୋଗରାଇ,୧୫।୫(ଡିି.ଏନ.ଏ.) :ରାଜ୍ୟ ସରକାର ଚଳିତ ଖରିଫଋତୁରେ ଧାନ ବିହନ କୁଇଣ୍ଟାଲ ପିଛା ୩୫ ଟ. ୭କୁ ବୃଦ୍ଧି କରିଥିବା ବେଳେ ଅଣଧାନ ଚାଷ ପାଇଁ ସମପରିମାଣର...

କରୋନା ଆକ୍ରାନ୍ତ ଯୁବକ ଚିକିତ୍ସିତ ହୋଇଥିବା ଘରୋଇ କ୍ଲିନିକ ବନ୍ଦ

କଟକ ରୋଡ,୧୭।୩(ଡି.ଏନ୍‌.ଏ.): ରାଜଧାନୀର ଜଣେ ଯୁବକଙ୍କ ରକ୍ତ ନମୁନାରେ କରୋନା ଭୂତାଣୁ ଥିବା ଜଣାପଡିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଯୁବକଜଣକ ଇଟାଲୀରୁ ଭୁବନେଶ୍ୱର ଫେରିବା...

ମଧ୍ୟାହ୍ନଭୋଜନ ଭାତରେ ପୋକ

ରୂପ୍‌ସା, ୧।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ୟୁଜିଏମ୍‌ଇ ସ୍କୁଲରେ ଶନିବାର ଉତ୍ତେଜନା ଦେଖାଦେଇଛି। ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ଦିଆଯାଇଥିବା ଭାତରେ ପୋକ...

Advertisement
Archives

Model This Week