Posted inଖେଳ

ରଗ୍‌ବୀ ବିଶ୍ୱକପ: ଜାପାନ ଯିବେ ଓଡ଼ିଶାର ମନ୍ଦୁଇ

ଭୁବନେଶ୍ୱର, ୨୧।୧୦(କ୍ରୀଡ଼ା ପ୍ରତିନିଧି)- ଜାପାନରେ ହେବାକୁ ଯାଉଥିବା ରଗ୍‌ବୀ ବିଶ୍ୱକପକୁ ନିକଟରୁ ଦେଖିବା ପାଇଁ ଓଡ଼ିଶାର ପ୍ରତିଭା ସମ୍ପନ୍ନ ଖେଳାଳି ମନ୍ଦୁଇ ସଏଙ୍କ ପାଇଁ ସୁଯୋଗ ଆସିଛି। ଇଣ୍ଡିଆନ ରଗ୍‌ବୀ ୟୁନିୟନ ପକ୍ଷରୁ ଲକି ଡ୍ର ଜରିଆରେ ୮ (୪ ବାଳିକା, ୪ ବାଳକ) ରଗ୍‌ବୀ ପ୍ରତିଭା ଏବଂ ୨ ଜଣ ଚେୟାରପର୍ସନଙ୍କୁ ଜାପାନ ପଠାଇବାକୁ ମନୋନୟନ କରାଯାଇଛି। ଏହି ତାଲିକାରେ କେନ୍ଦ୍ରାପଡ଼ାର ମନ୍ଦୁଇ ସାମିଲ ଅଛନ୍ତି। ୪ ବାଳିକାଙ୍କ ମଧ୍ୟରେ ଓଡ଼ିଶାର ମନ୍ଦୁଇ, ବିହାରର ଗୁରିଆ କୁମାରୀ, ଜମ୍ମୁ କଶ୍ମୀରର ଜୁନାଇରା ଅମ୍ବର ଓ ତାମିଲନାଡ଼ୁର ଆର. ପ୍ରିୟା ସ୍ଥାନ ପାଇଛନ୍ତି। ମନୋନୀତ ରଗ୍‌ବୀ ପ୍ରତିଭାମାନେ ବିଶ୍ୱକପ ଦେଖିବା ସହ ଜାପାନ କିଡ୍ସ ରଗ୍‌ବୀ ସ୍ପିରିଟ୍‌ ଫେଷ୍ଟିଭାଲରେ ଅଂଶଗ୍ରହଣ କରିବେ। ୧୪ ବର୍ଷୀୟା ମନ୍ଦୁଇଙ୍କ ପ୍ରକୃତ ଘର ହେଉଛି ମୟୂରଭଞ୍ଜ ଜିଲା ମହୁଲଡିହା ନିକଟସ୍ଥ ପୋଖରିଆବାଡ଼ି ଗ୍ରାମରେ। ସେ ମାତ୍ର ୧ ବର୍ଷର ହୋଇଥିବାବେଳେ ପିତୃ ବିୟୋଗ ଘଟିଥିଲା। ପରେ ତାଙ୍କ ମା’, ୨ ବଡ଼ ଭଉଣୀ ଓ ବଡ଼ ଭାଇ କେନ୍ଦ୍ରାପଡ଼ା ଚାଲି ଆସିଥିଲେ। ୭ମ ଶ୍ରେଣୀରେ ପଢ଼ୁଥିବା ମନ୍ଦୁଇ ଆନ୍ତଃ ସ୍କୁଲ ମିଟ୍‌ରେ ଭାଗ ନେଇ ଆସୁଛନ୍ତି। ରାଜ୍ୟ ପକ୍ଷରୁ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବା ତାଙ୍କର ଲକ୍ଷ୍ୟ। ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏଶନ ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି ମନ୍ଦୁଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

ଧୋନିଙ୍କ IPL ଭବିଷ୍ୟତକୁ ନେଇ ଆସିଲା ନୂଆ ଖବର; ‘Impact Player’ ନିୟମକୁ ନେଇ ପୂର୍ବତନ ସାଥୀ ଖେଳାଳି ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୩।୯: ଏମଏସ ଧୋନି ଆଇପିଏଲ 2027 ରେ ଖେଳିବେ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଠୋସ ସୂଚନା ନାହିଁ। 45 ବର୍ଷୀୟ ପୂର୍ବତନ ଭାରତୀୟ…

ରୋହିତ ଶର୍ମାଙ୍କ ଉପରେ ଝୁଲୁଛି ଖଣ୍ଡା: ସବୁ ନିଷ୍ପତି ନେବ BCCI

ମୁମ୍ବାଇ,୩।୯: BCCI ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ଆୟରଲାଣ୍ଡ ଏବଂ…

ରୋହିତଙ୍କ ସନ୍ନ୍ୟାସକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର: ଚୟନକର୍ତ୍ତାମାନେ ଦେଇଥିଲେ ଏମିତି ସୂଚନା

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ପ୍ରାୟ ଦୁଇ ମାସ ପୂର୍ବରୁ ରୋହିତଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri