Posted inଜାତୀୟ

ଯୌତୁକରେ ମୋଟରସାଇକେଲ ନ ମିଳିବାରୁ ବିବାହ ମଣ୍ଡପରୁ ଫେରିଲେ ବର

ଜୟପୁର, ୨୦।୫: ଯୌତୁକ ନ ମିଳିବାରୁ ବିବାହ ମଣ୍ଡପରୁ ଫେରି ଯାଇଛନ୍ତି ବର। ରାଜସ୍ଥାନର ବାରନ ଜିଲାରେ ଏଭଳି ଘଟଣା ଘଟିଛି। ଏନେଇ ଥାନାରେ ଏତଲା ଦେଇଛନ୍ତି କନ୍ୟା। ସୂଚନାଯୋଗ୍ୟ, ଝାଲାବାଡ ଜିଲାର ମେଘରାଜ ଲୋଧା ନିଜ ବିବାହ ପୂର୍ବରୁ ମୋଟ ସାଇକେଲ ଡିମାଣ୍ଡ କରିଥିଲେ। କନ୍ୟା ଘର ପକ୍ଷରୁ ବିବାହ ଦିନ ଏହା ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ବିବାହ ଦିନ ଏହାକୁ ଦେବାରେ ଅକ୍ଷମ ହେବାରୁ ମେଘରାଜ ବରଯାତ୍ରୀ ସହ ବିବାହ ବେଦୀରୁ ଘରକୁ ଫେରିଆସିଥିଲେ। ପରେ କନ୍ୟା ଘର ପକ୍ଷରୁ ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଗତକିଛିଦିନ ତଳେ ହାଇଦ୍ରାବାଦରେ ମଧ୍ୟ ଏକ ଯୌତୁକ ମାମଲା ସାମ୍ନାକୁ ଆସିଥିଲା। ଯୌତୁକ ଲୋଭରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ପିଟପିଟି ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଣସଦସ୍ୟ ଭାବେ ଉଦ୍ଧବ ଅଷ୍ଟମ ମୁଖ୍ୟମନ୍ତ୍ରୀ

ମୁମ୍ବାଇ, ୨୯।୧୧:ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଉଦ୍ଧବ ଠାକ୍‌ରେ ଗୁରୁବାର ପ୍ରଥମ ଥର ଲାଗି ଶପଥଗ୍ରହଣ କରିଛନ୍ତି। ତେବେ ସେ ଏବେ ବିଧାନସଭା/ ବିଧାନ...

ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍‌ ଦ ଇୟର୍‌’ ପୁରସ୍କାର

ନୂଆଦିଲ୍ଲୀ,୧୭।୩: ରିଜର୍ଭ ବ୍ୟାଙ୍କ ଅପ୍‌ ଇଣ୍ଡିଆ(ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍‌ ଦ ଇୟର୍‌’ ପୁରସ୍କାର ପ୍ରଦାନ କରାଯାଇଛି। ଇଣ୍ଟରନ୍ୟାଶ୍‌ନାଲ୍‌ ପବ୍ଲିକେଶନ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ...

ପାଇଲଟଙ୍କ କ୍ରାସ୍‌ ଉଡ଼ାଣ ପାଇଁ ପ୍ରସ୍ତୁତି, ୨୭ରେ ଗେହଲୋଟ ସମର୍ଥକ ମନ୍ତ୍ରୀ-ବିଧାୟକଙ୍କ ଦିଲ୍ଲୀ ଯାତ୍ରା…

ଜୟପୁର, ୨୪।୯ : ରାଜସ୍ଥାନରେ ରାଜନୈତିକ ସମୀକରଣ ଦ୍ରୁତ ଗତିରେ ବଦଳୁଛି। ମୁଖ୍ୟନ୍ତ୍ରୀ ପଦବୀ ପାଇଁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ ଅଶୋକ ଗେହଲୋଟଙ୍କ...

ମଦୁରାଇ ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ଯୋଗୀ ଆଦିତ୍ୟନାଥ, ଜାରି ହେଲା ଟୋଲ ଫ୍ରି ନମ୍ବର, ବଢୁଛି ମୃତାହତଙ୍କ ସଂଖ୍ୟା

ମଦୁରାଇ,୨୬।୮: ମଦୁରାଇ ଟ୍ରେନ ଦୁର୍ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭିର ଦୁଃଖ ପ୍ରକାଶ କରିଛନ୍ତି। ମଦୁରାଇ ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ...

ମୋଦିଙ୍କୁ ଭେଟିଲେ ମମତା: କୁର୍ତ୍ତା, ମିଠା ଦେଲେ ଉପହାର

ନୂଆଦିଲ୍ଲୀ, ୧୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଧବାର ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସୌଜନ୍ୟମୂଳକ ସାକ୍ଷାତ୍‌କାରରେ ମମତା ମୋଦିଙ୍କୁ କୁର୍ତ୍ତା...

ଦିନ ଦ୍ୱିପ୍ରହରରେ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଗୁଳିକରି ହତ୍ୟା: ୧୧ଲକ୍ଷ ଲୁଟ୍‌ କରି ଅଭିଯୁକ୍ତ ଫେରାର

ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶ ଗୋରଖପୁର ଜିଲାର ବେଲିପାର ଅଞ୍ଚଳରେ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ସୋମବାର ଦ୍ୱିପ୍ରହରରେ ବେଲିପାର ଥାନା ନିକଟରେ କିଛି ଦୁର୍ବୃତ୍ତ ବାଇକ୍‌ରେ...

ମାଲାବାର ଏକ୍ସରସାଇଜ୍‌

ନୂଆଦିଲ୍ଲୀ,୧୨ ।୧୦: ପୂର୍ବ ଲଦ୍ଦାଖକୁ ଲାଗି ରହିଥିବା ଏଲ୍‌ଏସି ନିକଟରେ ଚାଇନା ସହ ତୁତୁ ମେମେ ବଢିଥିବା ବେଳେ, ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିୟା...

ଉତ୍ତରପ୍ରଦେଶ ୧୦୦ ଟପିଲା ଭାଜପା…

ଲକ୍ଷ୍ନୌ,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ଉତ୍ତରପ୍ରଦେଶରେ ଭାଜପା ଆଗୁଆ ରହିଛି। ଉତ୍ତରପ୍ରଦେଶରେ ୧୨୦ ଆସନରେ ଭାଜପା...

Advertisement
Archives

Model This Week