ଯୋଡ଼ାରେ କଂଗ୍ରେସର ପ୍ରଚାର

ଯୋଡ଼ା, ୨୧ା୪(ଡି.ଏନ.ଏ.): ଚମ୍ପୁଆ ନିର୍ବାଚନମଣ୍ଡଳୀର ଯୋଡ଼ାଠାରେ ଶନିବାର ନିର୍ବାଚନ ପ୍ରଚାରକୁ କଂଗ୍ରେସ ଜୋରଦାର କରିଛି।  ଦଳୀୟ ପ୍ରାର୍ଥୀ ଯଦୁମଣି ବାରିକଙ୍କ ସହିତ କେନ୍ଦୁଝର ଜିଲା କାର୍ଯ୍ୟକାରୀ ସଭାପତି ନିହାର ରଞ୍ଜନ ରାଉତ ସମର୍ଥକଙ୍କ ଗହଣରେ ଯୋଡ଼ା ମାର୍କେଟ, ମୁସଲିମ୍‌ ବସ୍ତି ଓ ଯୋଡା ପୌରପାଳିକାର ୪ନଂ ଓ୍ବାର୍ଡରେ ଘର ଘର ବୁଲି ପ୍ରଚାର କରିଥିଲେ। ମୁସଲିମ୍‌ ବସ୍ତିର ବରିଷ୍ଠ ନାଗରିକ ମହମ୍ମଦ ଆୟୁବ୍‌, ମହମ୍ମଦ ଆବୁଲୁ, ମହମ୍ମଦ ଗୁଲାମ, ମହମ୍ମଦ ଓ୍ବାହିଦ୍‌ , ମହମ୍ମଦ ଓ୍ବାସିମ, ମହମ୍ମଦ ଦାନିସଙ୍କ ସହ ଏକ ରାଲି କରି ବସ୍ତିର ଘର ଘର ବୁଲି କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ପ୍ରଚାର କରିଥିଲେ। ବହୁ ସଂଖ୍ୟକ ଅସନ୍ତୁଷ୍ଟ  ବିଜେଡି କର୍ମୀ  ମଧ୍ୟ କଂଗ୍ରେସରେ ଯୋଗ ଦେଇଥିବା ଜିଲା କାର୍ଯ୍ୟକାରୀ ସଭାପତି ରାଉତ କହିଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ପ୍ରଚାର କ୍ଷେତ୍ରରେ ବିଜେଡି ଓ ଭାଜପା ଆଗରେ ରହିଥିବା ବେଳେ କଂଗ୍ରେସ ମଧ୍ୟ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଶ୍ରମିକ ତଥା ଚାଷୀମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବା ଏବଂ  କଂଗ୍ରେସ ଦ୍ୱାରା ଘୋଷଣା କରାଯାଇଥିବା ନ୍ୟାୟ ଯୋଜନା ସମ୍ପର୍କରେ ପ୍ରାର୍ଥୀ ବାରିକ ଭୋଟରମାନଙ୍କୁ  ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦରଜି ଗାଁ ଗୋବର୍ଦ୍ଧନପୁର

ଜଳେଶ୍ୱର, ୧୮।୧୨-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ କୋଟସାହି ପଞ୍ଚାୟତର ଦରଜି ଗଁା ଭାବେ ପରିଚିତ ଗୋବର୍ଦ୍ଧନପୁର। ଏଠାରେ ପାଖାପାଖି ୪୦୦ ପରିବାର ବସବାସ କରନ୍ତି। ଆଉ...

ମହିଳାଙ୍କ ସହ ସେଲ୍ଫି ନେଲେ, ତା ’ପରେ ଆକାଉଣ୍ଟ ଖୋଳ କରିଦେଲେ

ବାହନଗା,୨।୧୦(ଡି.ଏନ୍‌.ଏ.): ଜିନିଷ କିଣିବାକୁ ଆସି ମହିଳାଙ୍କ ସହିତ ସେଲ୍ଫି ଉଠାଇଲେ। ଆଉ ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲ ଚୋରି କରି ଆକାଉଣ୍ଟ ଖୋଳ କରିଦେଲେ। ଏପରି...

ମକର ସଂକ୍ରାନ୍ତି: ଗଙ୍ଗାସାଗରରେ ବୁଡ଼ ପକାଇଲେ ଶଙ୍କରାଚାର୍ଯ୍ୟ

ଭୋଗରାଇ,୧୫।୧(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ସାଗରଦ୍ୱୀପର ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ମକର ସଂକ୍ରାନ୍ତି ଅବସରରେ ବୁଧବାର ସକାଳେ ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ...

ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନ ବିଶୃଙ୍ଖଳା ଘଟଣା ୬ ଶିକ୍ଷକ ନିଲମ୍ବିତ:ପ୍ରତିବାଦରେ ଶିକ୍ଷକଙ୍କ ମେଳି

ଭୋଗରାଇ, ୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନରେ ବିଶୃଙ୍ଖଳା ଓ ବ୍ଲକ ପରିସରରେ ୧୨ନଂ. ଓ ୧୪ନଂ. ବୁଥ୍‌ର ଭୋଟ୍‌ ବାକ୍ସ ଖୋଲାଥିବା...

ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧିବାକୁ ଯାଇ ଜଣେ ଗୁରୁତର

ପାଟଣା,୨୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ପୁଟୁଳିଆ ଶିବକୃପା ପେଟ୍ରୋଲ ପମ୍ପ ସମ୍ମୁଖରେ ସୋମବାର ଜଣେ ବ୍ୟକ୍ତି ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧୁଥିବା ସମୟରେ କରେଣ୍ଟଲାଗି...

ଯୁକ୍ତ୨ ପାସ୍‌ କରାଇବା ନାଁରେ ଟଙ୍କା ଠକେଇ

ବାଲେଶ୍ୱର ଅଫିସ, ୧୪ା୩:ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପରୀକ୍ଷା ମାର୍କ ବଢ଼ାଇବା ଓ ପାସ୍‌ କରାଇଦେବାର ପ୍ରତିଶ୍ରୁତି ଦେଇ ବହୁ ଲକ୍ଷ ଟଙ୍କା ଲୁଟୁଥିବା ବାଲେଶ୍ୱର ସଦର...

ସଧବା ପାଉଛନ୍ତି ବିଧବା ଭତ୍ତା : ଯୁବକ ହାତଉଛନ୍ତି ବାର୍ତ୍ତକ୍ୟ ଭତ୍ତା, କାର୍ଯ୍ୟାନୁଷ୍ଠାନ ଦାବି

ହାଟଡିହୀ,୧୫ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ୩୧ଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶରେ ଆଜକୁ ୯ବର୍ଷରୁ ଊର୍ଦ୍ଧ୍ୱ ହେବ କିଛି ସଧବା ମିଛ ପ୍ରମାଣପତ୍ର ଦର୍ଶାଇ...

ଗ୍ରାହକଙ୍କୁ ଟାଣୁଛି ଜ୍ଞାନେନ୍ଦ୍ରଙ୍କ ବିରିଚକୁଳି ଆଳୁଦମ୍‌

କେନ୍ଦୁଝର, ୬ା୬(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ସଦର ମହକୁମାରେ ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ଜଳଖିଆ ତିଆରି ହୋଇ ବିକ୍ରି ହେଉଛି। ତେବେ ଗ୍ରାହକମାନଙ୍କ ମନମୋହୁଛି କଲେଜରୋଡରେ ଠେଲାଗାଡିରେ...

Advertisement
Archives

Model This Week