Posted inଫୁରସତ

ଯେଉଁ ଦେଶରେ ସର୍ବସମ୍ମୁଖରେ ହାତୀକୁ ଦିଆଯାଇଥିଲା ଫାଶୀ

କୌଣସି ଗୁରୁତର ଅପରାଧ ପାଇଁ ମଣିଷକୁ ଫାଶୀ ଦିଆଯିବା କଥା ସମସ୍ତେ ଶୁଣିଥିବେ। ହେଲେ ହାତୀକୁ ଫାଶୀ ଦିଆଯିବା କଥା ଶୁଣିଲେ ଟିକେ ଅଡୁଆ ଲାଗେ। ଅବଶ୍ୟ ଏହା ଆଜିକାଲିର ଘଟଣା ନୁହେଁ। ୧୯୧୬, ସେପ୍ଟେମ୍ବର ୧୩ରେ ଆମେରିକାର ଟେନେସି ରାଜ୍ୟରେ ମେରି ନାମକ ଏକ ହାତୀକୁ ପ୍ରାୟ ୨ହାଜର ଲୋକଙ୍କ ସମ୍ମୁଖରେ ପାଶୀ ଦିଆଯାଇଥିବା କୁହାଯାଏ। ଏହା ପ୍ରାଣୀଙ୍କ ପ୍ରତି କ୍ରୁରତା କୁହାଯାଇପାରେ। ଏହା ପଛର କାରଣ ମଧ୍ୟ ଥିଲା ରୋଚକ। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। କୁହାଯାଏ ଚାର୍ଲି ସ୍ପାର୍କ ନାମକ ଜଣେ ବ୍ୟକ୍ତି ‘ସ୍ପର୍କସ୍‌ ଓ୍ବାର୍ଲଡ ଫେମଶ ଶୋ’ ନାମରେ ଏକ ସର୍କସ ଗଢିଥିଲେ। ଯେଉଁଥିରେ ୫ଟନ୍‌ ଓଜନର ହାତୀ ମେରି ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ଥିଲା। ହେଲେ କୌଣସି କାରଣ ବଶତଃ ଦିନେ ତା’ର ମାହୁନ୍ତ ସର୍କସ ଛାଡି ଦେବାରୁ ମେରି ପାଇଁ ସର୍କସ ମାଲିକ ଆଉ ଜଣେ ନୂଆ ମାହୁନ୍ତଙ୍କୁ ଆଣିଲେ। ହେଲେ ସେ ତାଙ୍କ ବୋଲ ମାନିବାକୁ ଯେମିତି ରାଜି ନ ଥିଲା। ଦିନେ ସର୍କସର ପ୍ରମୋଶନ ପାଇଁ ଏକ ଉତ୍ସବର ଆୟୋଜନ କରାଯାଇଥିବା ବେଳେ ସର୍କସରେ ଥିବା ସବୁ ହାତୀ ସେଠାରେ ପହଞ୍ଚିଥିଲେ। ହେଲେ ମେରି ପାଖରେ କିଛି ଖାଦ୍ୟ ଦେଖି ତା’ ଆଡକୁ ଅଗ୍ରସର ହେବାରୁ ନୂଆ ମାହୁନ୍ତ ଜଣଙ୍କ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଲେ ସେ ନ ଅଟକି ଆଗକୁ ବଢିବାରୁ ମାହୁନ୍ତ ତା କାନରେ ଆଘାତ ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ହାତୀଟି ଘଟଣାସ୍ଥଳରେ ନୂଆ ମାହୁନ୍ତଙ୍କୁ ଗୋଡରେ ଦଳି ମାରି ଦେଇଥିଲା। ଏହାପରେ ସେଠାରେ ଉପସ୍ଥିତ ଥିବା ଜନତା ମେରିକୁ ମୃତ୍ୟୁଦଣ୍ଡ ଦେବାକୁ ସର୍କସ ମାଲିକଙ୍କ ନିକଟରେ ଦାବି କରିଥିଲେ। କିଏ କହିଥିଲେ ତାକୁ କରେଣ୍ଟ ଦେଇ ମାରି ଦିଆଯାଉ ତ ଆଉ କିଏ କହିଥିଲେ ତାକୁ ଟ୍ରେନ୍‌ରେ ଆଘାତ ଦେଇ ମାରି ଦିଆଯାଉ। ବହୁ ବାଦବିବାଦ ପରେ ଶେଷରେ ଜନତାଙ୍କ ନିକଟରେ ହାରି ଯାଇଥିଲେ ସର୍କସ ମାଲିକ ଓ ମେରିକୁ ପ୍ରାୟ ୨ହଜାର ଜନତାଙ୍କ ସାମ୍ନାରେ ଫାଶୀ ଦିଆଯାଇଥିବା କୁହାଯାଏ। ଏଥିପାଇଁ ମାଲିକ ୧୦୦ଟନ ଭାର ଉଠାଇ ପାରିବା ଭଳି କ୍ରେନ୍‌ର ବ୍ୟବସ୍ଥା କରି ମେରିକୁ ଫାଶୀ ଦେଇଥିବା କୁହାଯାଏ। ଇତିହାସରେ ଏହା ପ୍ରାଣୀଙ୍କ ପ୍ରତି ନିଷ୍ଠୁର କ୍ରୁରତା ଭାବେ ବର୍ଣ୍ଣନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri